Advertisment

ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଚେକ୍‌ କରିବା ପାଇଁ ଯାଇଥିଲେ, ଖାତାରେ ୫୨ କୋଟି ଦେଖି ଉଡ଼ିଗଲା ହୋସ୍‌ !

ବ୍ୟାଙ୍କ୍‌ ଆକାଉଣ୍ଟ ଚେକ୍‌ କରିବା ପାଇଁ ଯାଇଥିଲେ, ହେଲେ ଆକାଉଣ୍ଟରେ ୫୨ କୋଟି ଟଙ୍କା ଥିବା ଜାଣି ଉଡ଼ିଗଲା ହୋସ୍‌। ଜଣେ ବୃଦ୍ଧ ନିଜର ପେନସନ୍‌ ଆକାଉଣ୍ଟ ଚେକ୍‌ କରିବା ବେଳେ ଏତେ ପରିମାଣର ଟଙ୍କା ଆକାଉଣ୍ଟରେ ଥିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅଦ୍ୟତନ ହୋଇଛି
52 Crores Found In Elderly Man Bank Account

52 Crores Found In Elderly Man Bank Account

Advertisment

ପାଟନା: ବ୍ୟାଙ୍କ୍‌ ଆକାଉଣ୍ଟ ଚେକ୍‌ କରିବା ପାଇଁ ଯାଇଥିଲେ, ହେଲେ ଆକାଉଣ୍ଟରେ ୫୨ କୋଟି ଟଙ୍କା ଥିବା ଜାଣି ଉଡ଼ିଗଲା ହୋସ୍‌। ଜଣେ ବୃଦ୍ଧ ନିଜର ପେନସନ୍‌ ଆକାଉଣ୍ଟ ଚେକ୍‌ କରିବା ବେଳେ ଏତେ ପରିମାଣର ଟଙ୍କା ଆକାଉଣ୍ଟରେ ଥିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ସେ ଜଣେ ଚାଷୀ। ଅଚାନକ୍‌ ଏତେ ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବା ତାଙ୍କୁ ଆଚମ୍ବିତ କରିଛି। ବିହାରରେ ପୁଣିଥରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଖଗଡିୟା, ପରେ କଟିହାର ଓ ଏବେ ମୁଜାଫରପୁରରେ ଏଭଳି ଘଟଣା ଘଟିଛି।  

Advertisment

ସୂଚନା ଅନୁସାରେ, ମୁଜାଫରପୁର ଜିଲ୍ଲା କଟରା ଥାନା ଅଞ୍ଚଳର ରାମବହାଦୁର ଶାହ ନାମକ ଜଣେ ବୃଦ୍ଧ ପେନ୍‌ସନ୍‌ ଟଙ୍କା ଚେକ୍‌ କରିବା ପାଇଁ ଜଣେ ସିଏସ୍‌ପି ସଞ୍ଚାଳକଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ଆକାଉଣ୍ଟରେ ୫୨ କୋଟିରୁ ଅଧିକ ଟଙ୍କା ଥିବା ଜାଣିବାକୁ ପାଇଥିଲେ। ଏହା ଜଣାପଡ଼ିବା ପରେ ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା। ରାମବହାଦୁର ମଧ୍ୟ ଆଚମ୍ବିତ ହୋଇଯାଇଥିଲେ। କାରଣ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ସେସମ୍ପର୍କରେ ସେ ମଧ୍ୟ ଅବଗତ ନଥିଲେ। 

Advertisment

ଚାଷ କାର୍ଯ୍ୟ କରି ଜୀବନଯାପନ କରନ୍ତି ବୋଲି ରାମବହାଦୁର କହିଛନ୍ତି। ତେଣୁ ଏହି ଟଙ୍କାରୁ କିଛି ଟଙ୍କା ସେମାନଙ୍କୁ ଦିଆଯାଉ। ଫଳରେ ତାଙ୍କର ବାର୍ଦ୍ଧକ୍ୟ ଜୀବନ ଅତିବାହିତ ହୋଇଯିବ ବୋଲି ସେ କହିଛନ୍ତି। ଘଟଣାକୁ ନେଇ ରାମବହାଦୁରଙ୍କ ପୁଅ କହିଛନ୍ତି, ‘ବାପାଙ୍କ ଆକାଉଣ୍ଟକୁ ୫୨ କୋଟିରୁ ଅଧିକ ଟଙ୍କା ଆସିଛି। ଯାହାକୁ ନେଇ ଆମ୍ଭମାନେ ଚିନ୍ତିତ। ଆମେ ଚାଷୀ ଓ ଗରିବ ଶ୍ରେଣୀର ଲୋକ। ତେଣୁ ସରକାରଙ୍କ ପକ୍ଷରୁ ଆମ୍ଭକୁ ସାହାଯ୍ୟ କରାଯାଉ।’

ଅନ୍ୟପକ୍ଷେ, ଘଟଣାକୁ ନେଇ କଟରା ଥାନା ସବ୍‌ ଇନ୍ସପେକ୍ଟର କହିଛନ୍ତି, ବରିଷ୍ଠ ଅଧିକାରୀ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ତଦନ୍ତ ଚାଲିଛି। ସୂଚନାଥାଉ କି, ଏହାପୂର୍ବରୁ କଟିହାରରେ ୨ ଜଣ ସ୍କୁଲ୍‌ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିବା ଘଟଣା ସାମ୍ନାକୁ ଆସିଥିଲା। ବୈଷୟିକ ତ୍ରୁଟି ଯୋଗୁ ଏଭଳି ଘଟିଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ସେହିପରି ଖଗଡିୟାରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲ୍‌ରେ ୫.୫୦ ଲକ୍ଷ ଟଙ୍କା ଆସି ଯାଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ