୧୨୪ କୋଟିର GST ଠକେଇ; ୪ ଗିରଫ

ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର GST ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ସାଙ୍କେତିକ ଚିତ୍ର

ସମ୍ବଲପୁରରେ ବଡ଼ ଜିଏସଟି ଠକେଇର ପର୍ଦ୍ଦାଫାସ । ୧୨୪ କୋଟି GST ଠକେଇ ମାମଲାରେ ୪ ଗିରଫ । ଏତେ ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗରେ ରାଉରକେଲାରୁ ୪ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ।

ଅର୍ବାନ କୋପରେଟିଭ ବ୍ୟାଙ୍କ ରାଉରକେଲା ଶାଖାର ୨ କର୍ମଚାରୀ ମଧ୍ୟରେ ଅଛନ୍ତି ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣି । ଏମାନେ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କ ପାନ କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟର ଦୁରୁପଯୋଗ କରିଥିଲେ । ଏ ନେଇ ସଂପୃକ୍ତ ବ୍ୟକ୍ତି ଜଣକ ସମ୍ବଲପୁର ଥାନାରେ ଏତଲା ଦେଇଥିଲେ ।

୨୦୧୭-୧୮ ଆର୍ଥିକ ବର୍ଷରେ ତାଙ୍କ ପାନ କାର୍ଡର ଅପବ୍ୟବହାର କରି ୧୩ କୋଟି ୭୬ ଲକ୍ଷ ଟଙ୍କା ଜାଲ କାରବାର ହୋଇଥିବା ଆୟକର ବିଭାଗ ସୂଚନା ପାଇଥିଲା । ପରେ ପୋଲିସ ଏକ ମାମଲା ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ସମ୍ବଲପୁର SP ବି. ଗଙ୍ଗାଧର ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ।