Advertisment

୨୦୧୯ ମସିହା ପାଇଁ ଘୋଷିତ ହୋଇଛି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା

ଘୋଷିତ ହେଲା ୨୦୧୯ର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା ।

ଅଦ୍ୟତନ ହୋଇଛି
31stOdisha State Film Awards:Jayadev Puraskar For VeteranGhanashyam Mohapatra,Kalira Atita Best Film

31stOdisha State Film Awards:Jayadev Puraskar For VeteranGhanashyam Mohapatra,Kalira Atita Best Film

Advertisment

ଭୁବନେଶ୍ୱର: ଘୋଷିତ ହେଲା ୨୦୧୯ର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା । ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି । ସେହିପରି କାବ୍ୟା କିରଣଙ୍କୁ ମିଳିବ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଖୁସି ଚଳଚ୍ଚିତ୍ରରେ ଉତ୍ତମ ଅଭିନୟ ପାଇଁ ଉଭୟଙ୍କୁ ଏହି ପୁରସ୍କାର ମିଳିବ କାଳିଆ କରୁଛି ଲୀଳା ଶ୍ରେଷ୍ଠ ଟେଲି ଫିଲ୍ମ ବିବେଚିତ ହୋଇଛି ଗୋଲ୍ମାଲ୍ ଲଭ୍ ପାଇଁ ତ୍ରିଭୁବନ ପଣ୍ଡା ଶ୍ରେଷ୍ଠ ହାସ୍ୟ ଅଭିନେତା ବିବେଚିତ ହୋଇଛନ୍ତି ଏଥର ନିର୍ମାତା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ଜୟଦେବ ପୁରସ୍କାର ପାଇବେ । ଜୀବନ ବ୍ୟାପୀ ଓଡ଼ଇା ଚଳଚ୍ଚିତ୍ର ପ୍ରତି ତାଙ୍କର ଅବଦାନ ପାଇଁ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହିପରି ନୀଳମାଧବ ପଣ୍ଡା ପାଇବେ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ।

Advertisment

ଗତକାଲି ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହିସବୁ ପୁରସ୍କାର ଘୋଷଣା କରିଥିଲେ। ରାଜ୍ୟରେ ଓଡ଼ିଆ ଭାଷାରେ ଉନ୍ନତ ବୈଷୟିକ ମାନର ମୂଲ୍ୟବୋଧଭିତ୍ତିକ ସାମାଜିକ ପ୍ରାସଙ୍ଗିକତା ବିଷୟବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ରଗୁଡ଼ିକୁ ଅଧିକ ପରିମାଣରେ ନିର୍ମାଣ ଓ ପ୍ରୋତ୍ସାହିତ କରିବା ପାଇଁ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯାଉଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି ।

Advertisment

ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ପକ୍ଷରୁ ଚଳଚ୍ଚିତ୍ରର ମୋଟ ୨୭ଟି ବିଭାଗରେ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଛି। ବିଶିଷ୍ଟ ସିନେମାଟୋଗ୍ରାଫର୍ ସୁରେନ୍ଦ୍ର ସାହୁ ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରର ଜୁରି କମିଟିର ଅଧ୍ୟକ୍ଷ ଭାବେ ନିୟୋଜିତ ହୋଇଛନ୍ତି ।ଏହାସହ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ଓ ବିଶିଷ୍ଟ ଗୀତିକାର ଗୌର ପଟ୍ଟନାୟକ ପ୍ରମୁଖ ଜୁରି ସଦସ୍ୟ ଭାବେ ଦାୟିତ୍ୱ ନିଭାଇଥିଲେ ।

Odisha Odisha State Film Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ