ଦିନେ ଲୋକ ନିଜ ସମୟ କାଟିବା ପାଇଁ ପଶୁଜନ୍ତୁ ପାଳନ କରୁଥିଲେ। ଏଥିରେ ଅଧିକାଂଶ କୁକୁର ଥିବା ବେଳେ ବିଲେଇ, ପାରା, ଠେକୁଆ, ଶୁଆ, ବଣି ସହିତ ଅନ୍ୟାନ୍ୟ ଛୋଟମୋଟ ପ୍ରାଣୀ ପ୍ରାଣୀ ମଧ୍ୟ ପାଳନ୍ତି। କିନ୍ତୁ ଯେତେବେଳେ ଲୋକଙ୍କ ପାଖ ଅଧିକ ଟଙ୍କା ହୋଇଗଲା ସେମାନଙ୍କ ଏହି ଶୌକର ସ୍ତର ମଧ୍ୟ ବଢିଗଲା। ଫଳରେ ଲୋକଙ୍କ ମଧ୍ୟରେ ବିଦେଶୀ ପ୍ରାଣୀ ପାଳିବାର ଧାରା ବଢିଚାଲିଲା। ଏହିଭଳି ଧନୀ ଲୋକମାନେ ଏବେ ମୂଲ୍ୟବାନ ପଶୁ ରଖୁଛନ୍ତି। ସେସବୁ କିଣିବା ପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ଖାଲି କିଣିବାରେ ନୁହେଁ, ଏସବୁ ପଶୁ ପାଳନରେ ମଧ୍ୟ ଅନେକ ଟଙ୍କା ପାଣି ଭଳି ଖର୍ଚ୍ଚ ହୁଏ।
ବ୍ରିଟେନର ନର୍ଥ ୟର୍କ୍ସରେ ରହୁଥିବା ନ୍ୟୁଟନ୍ଙ୍କର ମଧ୍ୟ ଏଭଳି ଶୌକ ଥିଲା। ସେ ତାଙ୍କର ଏହି ଶୌକକୁ ପୂରଣ କରିବା ନେଇ ଗୋଟିଏ ନୁହେଁ ବରଂ ତିନୋଟି ବିରାଟ ମହଙ୍ଗା ସାପ କିଣିଲେ। ଯେତେବେଳେ ସେ ସାପ ପାଳକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଗଲେ ତାଙ୍କୁ ଏହା ଖୁବ୍ ଭଲ ଲାଗିଲା। କିନ୍ତୁ ଧୀରେ ଧୀରେ ତାଙ୍କର ଏହି ସୁଖ ଧୂଳିସାତ ହୋଇଗଲା।
ନ୍ୟୁଟନ୍ ଏହି ସାପମାନଙ୍କୁ ପାଳିବାରେ ଏତେ ଟଙ୍କା ଖର୍ଚ୍ଚ କରିବାକୁ ଲାଗିଲେ ଯେ ସେ ବର୍ବାଦ ହେବାକୁ ଲାଗିଲେ। ଏହି କାରଣରୁ ସେ ଦିନେ ଏହି ସାପଗୁଡ଼ିକୁ ଖୋଲା ସ୍ଥାନରେ ଫିଙ୍ଗି ଦେଲେ। ଅନୁସନ୍ଧାନରେ ଧରାପଡିବାରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହେଲା।
ନ୍ୟୁଟନ୍ ତାଙ୍କ ଅଞ୍ଚଳର ଏକ ବିଦ୍ୟାଳୟ ବାହାରେ ସାପଗୁଡିକୁ ଫିଙ୍ଗିଥିଲେ। ଦିନେ ଲୋକମାନେ ସେଣ୍ଟ୍ ଅଗଷ୍ଟାଇନ୍ ମାଧ୍ୟମିକ ବିଦ୍ୟାଳୟ ବାହାରେ ଥିବା ଡଷ୍ଟ୍ବିନ୍ ଭିତରେ ସାପଗୁଡିକୁ ଦେଖିଥିଲେ। ସେମାନେ ତୁରନ୍ତ ଏହି ସୂଚନା ପୋଲିସକୁ ଦେଇଥିଲେ। ସେ ଡଷ୍ଟ୍ବିନ୍ ଭିତରୁ ଦୁଇଟି ସାପ ଧରିଥିଲେ।
ଏହି ସାପଗୁଡିକୁ ସକାଳେ ହିଁ ଡଷ୍ଟବିନ୍ରେ ଫିଙ୍ଗିଦିଆ ଯାଇଥିଲା। କିନ୍ତୁ ରାତି ପ୍ରାୟ ୩.୩୦ରେ ସେମାନେ ଡଷ୍ଟ୍ବିନ୍ରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବାବେଳେ ଧରାପଡିଥିଲେ। ତୃତୀୟ ସାପଟି ପରଦିନ ଅଳ୍ପ ଦୂରରୁ ଧରାପଡିଗଲା।
ଆଖପାଖର କିଛି ଲୋକ ଜାଣିଥିଲେ ଯେ ଏହା ନ୍ୟୁଟନ୍ଙ୍କ ସାପ। ଏହା ପରେ ପୋଲିସ୍ ନ୍ୟୁଟନ୍ଙ୍କୁ ପଚରାଉଚରା ପାଇଁ ଡାକିଥିଲା। ଏହି ସମୟରେ ନ୍ୟୁଟନ୍ ତାଙ୍କ ସମସ୍ୟାକୁ ପୋଲିସ୍କୁ କହିଥିଲେ। ସେ କହିଥିଲେ ଯେ ସେ ନିଜ ଶୌକ ପାଇଁ ସାପ କିଣିଥିଲେ କିନ୍ତୁ ଏହାର ରକ୍ଷଣାବେକ୍ଷଣ ବହୁତ ମହଙ୍ଗା ପଡିଥିଲା। ଏହି ସାପଗୁଡିକୁ ଉଷୁମ ଟାଙ୍କିରେ ରଖିବାକୁ ପଡୁଥିଲା। ଯେଉଁଥିପାଇଁ ବିଦ୍ୟୁତ୍ ବିଲ୍ ବହୁତ ଅଧିକ ଆସୁଥିଲା।
ନ୍ୟୁଟନ୍ ବିଦ୍ୟୁତ ବାବଦରେ ଖର୍ଚ୍ଚକୁ ସହି ପାରିଲେ ନାହିଁ। ତେଣୁ ସେ ସାପଗୁଡିକୁ ସ୍କୁଲ୍ ବାହାରେ ଥିବା ଡଷ୍ଟ୍ବିନ୍ରେ ନେଇ ଫିଙ୍ଗି ଦେଇଥିଲେ। ମାମଲାର ଖୁଲାସା ପରେ ନ୍ୟୁଟନଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ପଶୁ ପାଳନ ନ କରିବାକୁ ବାରଣ କରାଯାଇଛି।