Advertisment

ପ୍ରବଳ ନିଦାଘରେ ପଶୁପକ୍ଷୀଙ୍କ ପାଇଁ ଦେବଦୂତ : ଜଙ୍ଗଲରେ ବୁଲି ବୁଲି ପାଣି ପିଆଉଛନ୍ତି ସୁଶ୍ରୀ, ସୌମ୍ୟା,ଅନନ୍ୟା

ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି।

ଅଦ୍ୟତନ ହୋଇଛି
Special Story

Special Story

Advertisment

ଆକାଶରୁ ହେଉଛି ଅଗ୍ନି ବର୍ଷା। ତ୍ରାହି ତ୍ରାହି ଡାକ ଛାଡୁଛନ୍ତି ମଣିଷଠୁ ପଶୁପକ୍ଷୀ। ଆଉ ଏ ଭଳି ସମୟରେ ଦେବଦୂତ ସାଜିଛନ୍ତି ଢେଙ୍କାନାଳର ତିନି ଯୁବତୀ। ସହର ପାଖକୁ ଲାଗି ରହିଥିବା ମେଘା ଜଙ୍ଗଲ, ଚାରିଖୋଲା, ପାଣିଓହଳା ପାହାଡ, ବୋରାପଦା ଜଙ୍ଗଲରେ ମାଟି ପାତ୍ର ରଖି ପାଣି ବ୍ୟବସ୍ଥା କରୁଛନ୍ତି । ଯେପରି ପାଣି ପାଇଁ କୌଣସି ଅସୁବିଧା ନହୁଏ, ସେଥିପ୍ରତି ନଜର ରଖୁଛନ୍ତି ।

Advertisment

ଯେତେବେଳେ ସାରା ରାଜ୍ୟରେ କରୋନା ସଂକ୍ରମଣ ବଢୁଥିଲା, ସରକାରଙ୍କ ନିୟମ ମାନି ଲୋକେମାନେ ଗୃହବନ୍ଦୀ ଅବସ୍ଥାରେ ରହୁଥିଲେ। ସେହି ସମୟରେ ତିନି ଯୁବତୀ ଢେଙ୍କାନାଳ ସହରର ଗରୀବ ଓ ବାସହରାମାନଙ୍କୁ ଖାଦ୍ୟ ପରିସି ଦେଉଥିଲେ । ଏମିତିକି ବୁଲା ଗାଈ-କୁକୁର ଓ ପକ୍ଷୀମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ପଶୁପକ୍ଷୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ ପାଣି ପାତ୍ର ରଖିବା ପ୍ରୟାସ ଜାରି ରଖିଛନ୍ତି ।

ଟାଣ ଖରାରେ ଘରୁ ପଦାକୁ ବାହାରିବାକୁ ଲୋକମାନେ ଡରୁଛନ୍ତି । ହେଲେ ତିନି ଯୁବତୀ ସୁଶ୍ରୀ, ସୌମ୍ୟା ଓ ଅନନ୍ୟା ସ୍କୁଟିରେ ପାଣି ଓ ମାଟି ପାତ୍ର ଧରି ଘରୁ ଜଙ୍ଗଲ ଅଭିମୁଖେ ବାହାରିଯାନ୍ତି । ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲ ସାରା ବୁଲି ବୁଲି ପାଣି ପାତ୍ର ରଖିଥାନ୍ତି । ଖରାଦିନ ଆରମ୍ଭରୁ ଜାରି ରଖିଥିବା ଏଭଳି ମହତ କାମ ବର୍ଷା ଆରମ୍ଭ ପର୍ଯ୍ୟନ୍ତ ଜାରି ରଖିବେ ବୋଲି କହିଛନ୍ତି ।

Advertisment

ଖରାଦିନେ ଜଙ୍ଗଲ ଭିତରକୁ ଯିବାକୁ ଲୋକମାନେ ଡରୁଥିବା ବେଳେ ସୁଶ୍ରୀ, ସୌମ୍ୟା ଓ ଅନନ୍ୟାଙ୍କ ନିଆରା ପ୍ରୟାସକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ତାତି ବଢିବା ସାଙ୍ଗକୁ କୂଅ ପୋଖରୀ ସବୁ ଶୁଖି ଗଲାଣି। ଏତିକି ବେଳେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ପଶୁପକ୍ଷୀ । ଢେଙ୍କାନାଳର ତିନି ଯୁବତୀଙ୍କ ଭଳି ପ୍ରତ୍ୟେକ ମଣିଷ ପଶୁପକ୍ଷୀଙ୍କ ମନର କଥା ବୁଝିବା ଦରକାର।

Advertisment

ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ