Advertisment

ଚିନି ଭାବି ଚୁଡ଼ାରେ ୟୁରିଆ ମିଶାଇ ଖାଇଦେଲେ; ଜଣେ ବୃଦ୍ଧା, ୩ ଶିଶୁ ଗୁରୁତର

ଚିନି ଭାବି ଚୁଡ଼ାରେ ୟୁରିଆ ସାର ଗୋଳାଇ ଖାଇଦେଲେ ନାତି ନାତୁଣୀ। ମିଛ କହୁଥିବା ଭାବି ନାତିନାତୁଣୀ ଖାଇଥିବା ଚୁଡା ଖାଇଦେଲେ ଆଈ।

ଅଦ୍ୟତନ ହୋଇଛି
Fertiliser Eating

Fertiliser Eating

Advertisment

ଚିନି ଭାବି ୟୁରିଆ ସାର ଖାଇ ଜଣେ ବୃଦ୍ଧା ଓ ୩ ଜଣ ଶିଶୁ ଗୁରୁତର । ଦେବଗଡ ଜିଲ୍ଲା ବାରକୋଟ ଥାନା ବମ୍ପରଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଅସୁସ୍ଥଙ୍କ ମଧ୍ୟରେ ୬୦ ବର୍ଷର ଜଣେ ବୃଦ୍ଧା, ୫ ବର୍ଷର ଜଣେ ବାଳକ ଏବଂ ଦେଢ ବର୍ଷର ୨ ଜଣ ଶିଶୁ କନ୍ୟା ରହିଛନ୍ତି ।

Advertisment

ସୂଚନା ଅନୁସାରେ ବମ୍ପରଡା ଗ୍ରାମର ସନ୍ତୋଷ ବେହେରାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ବିବାହିତ ତାଙ୍କ ୩ ଝିଅ ଆଜି ଘରକୁ ଆସିଥିଲେ । ରୁଆ ବେଉଷଣ କାମ ଚାଲିଥିବାରୁ ଆଜି ସେମାନେ ଛୁଆମାନଙ୍କୁ ତାଙ୍କ ଆଈ ଜମୁନାଙ୍କ ପାଖରେ ଛାଡ଼ି ବିଲକୁ କାମ କରିବାକୁ ଯାଇଥିଲେ।

ଏହି ସମୟରେ ୫ ବର୍ଷର ପୁଅ ପିଙ୍କୁ ବେହେରା, ୧୫ ମାସର ସୁଷମା ଗୋଚ୍ଛାୟତ ଓ ୧୩ ମାସର ଅରୁଣି ବେହେରା ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ବାହାର କରି ଚୁଡାରେ ଗୋଳାଇ ଖାଇ ଦେଇଥିଲେ। ମାତ୍ର ପିତା ଲାଗିବାରୁ ପିଙ୍କୁ ଏକଥା ତା’ର ଆଈ ଜମୁନାଙ୍କୁ ଜଣାଇବା ସହ ବାନ୍ତି କରିଥିଲା।

Advertisment

ନାତି ମିଛ କହୁଥିବା ଭାବି ପିଙ୍କୁ ଖାଉଥିବା ଚୁଡାକୁ ପରୀକ୍ଷା ମୂଳକ ଭାବେ ଆଈ ଖାଇଥିଲେ। ଏହା ପରେ ସେ ବାନ୍ତି କରିଥିଲେ। କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। ସମସ୍ତଙ୍କୁ ବମ୍ପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Fertiliser Eating
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ