ଅଦ୍ୟତନ ହୋଇଛି
fire
Advertisment
ସମ୍ବଲପୁର : ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ । ଏହାସହ ଅଗ୍ନିକାଣ୍ଡରେ ଗୁଟ୍ଖା କାରାଖାନାର କେତେ କ୍ଷୟକ୍ଷତି ହୋଇଛି, ତାହାର ମଧ୍ୟ ସ୍ପଷ୍ଟ ସୂଚନା ନାହିଁ । ଏହି କାରାଖାନାରେ ଗୁଟ୍ଖା ସହ ପାନ ମସଲା ତିଆରି କରାଯାଏ ।
Advertisment
ବର୍ତ୍ତମାନ ଅଧିକ ଖବରରୁ ଅପେକ୍ଷା କରାଯାଇଛି . . .
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us