Advertisment

ମାଟିତଳୁ ଉଦ୍ଧାର ହେଲା ୧୪ଟି ପିତ୍ତଳ ମୂର୍ତ୍ତି

କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କ ଘରର ମାଟି ତଳୁ ମିଳିଛି ୧୪ଟି ପିତଳ ମୂର୍ତ୍ତି ।

ଅଦ୍ୟତନ ହୋଇଛି
14 brass idols unearthed at Nahabhanga village in Odisha's Cuttack

14 brass idols unearthed at Nahabhanga village in Odisha's Cuttack

Advertisment

ଗୋଟିଏ ନୁହଁ କି ଦୁଇଟି, ମାଟିତଳୁ ଉଦ୍ଧାର ହେଲା ୧୪ଟି ପିତଳ ମୂର୍ତ୍ତି । କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ଏହି ୧୪ଟି ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି । ଗାଁର ଦୀନବନ୍ଧୁ ବେହେରା ନାମକ ବ୍ୟକ୍ତିଙ୍କ ଘର ତଳୁ ଏହି ମୂର୍ତ୍ତି  ଉଦ୍ଧାର ହୋଇଥିବା ଜଣାପଡ଼ିଛି ।

Advertisment

ଏନେଇ ଘର ମାଲିକ କହିଛନ୍ତି, ଗତକିଛି ଦିନ ତଳେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଯାହା ପରେ ଏବେ ଘର ଖୋଳାଯିବାରୁ ସେଠାରୁ ୧୪ଟି ପିତଳ ମୂର୍ତ୍ତି ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ASIର ୪ ଜଣିଆ ଟିମ୍ ଓ କନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ମାଟିତଳୁ ମିଳିଥିବା ମୂର୍ତ୍ତି କେଉଁ ଯୁଗର ସେନେଇ ଏଏସ୍ଆଇ ଟିମ ତଦନ୍ତ କରିବ । ମୂର୍ତ୍ତି ମିଳିବା ପରେ ଏବେ ଏ ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି ।

Advertisment
Brass Idols
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ