Jagatsinghpur bus stand biting dust
ଲୋକାର୍ପଣର ୧୦ ବର୍ଷ ପରେ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି ଜଗତସିଂପୁର ବସ୍ଷ୍ଟାଣ୍ଡ୍। ୮୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ବସ୍ଷ୍ଟାଣ୍ଡ୍ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି।
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଦୋକାନ ଗୃହ ଉପରେ ଗଛଲତା ମାଡିଗଲାଣି। ସୁଲଭ ଶୌଚାଳୟ ମଧ୍ୟ ଭାଙ୍ଗିରୁଜି ଗଲାଣି। ଜଗତସିଂପୁର ଜିଲ୍ଲା ସଦର ମହକୁମାଠାରୁ ୩ କିଲୋମିଟର ଦୂର ଯୋଗଧାରୀଠାରେ ନିର୍ମିତ ହୋଇଛି ଏହି ବସ୍ଷ୍ଟାଣ୍ଡ୍।
ତେବେ ସଦର ମହକୁମାଠାରୁ ଏହି ବସ୍ଷ୍ଟାଣ୍ଡ୍ ଦୂର ହୋଇଥିବାରୁ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ଜଗତସିଂପୁର ପୌର ପରିଷଦର ନିର୍ବାହୀ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ତେବେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହିଛନ୍ତି, ମାଷ୍ଟରର ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652520722.jpg)