Advertisment

କାଳ ହେଲା ସେଲ୍‌ଫି ନିଶା: ନଦୀ ମଝିରେ ନେଉଥିଲେ ସେଲ୍‌ଫି, ହଠାତ୍‌ ମାଡ଼ି ଆସିଲା ପାଣି...

ନଦୀ ମଝିରେ ସେଲ୍‌ଫି ନେଉଥିବା ବେଳେ ଡ୍ୟାମ୍‌ରୁ ହଠାତ୍‌ ପାଣି ମାଡ଼ି ଆସିଥିଲା। ଫଳରେ ନଦୀ ମଝିରେ ୧୦ ଜଣ ଫସି ଯାଇଥିଲେ।

ଅଦ୍ୟତନ ହୋଇଛି
10 persons Left Stranded After Sudden Release Of Water From Gohira Dam

10 persons Left Stranded After Sudden Release Of Water From Gohira Dam

Advertisment

ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ନଦୀ ମଝିରେ ସେଲ୍‌ଫି ନେଉଥିବା ବେଳେ ଡ୍ୟାମ୍‌ରୁ ହଠାତ୍‌ ପାଣି ମାଡ଼ି ଆସିବାରୁ ନଦୀ ମଝିରେ ୧୦ ଜଣ ଫସି ଯାଇଥିଲେ। ଦେବଗଡ଼ ଜିଲ୍ଲା ଗୋହିରା ଡ୍ୟାମ୍‌ର ତଳ ମୁଣ୍ଡରେ ୧୦ ଜଣ ଫସି ଯାଇଥିବା ବେଳେ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ଉଦ୍ୟମ କରାଯାଉଛି।

Advertisment

ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୬ ଜଣ ସୁରକ୍ଷିତ ଉଦ୍ଧାର କରିଥିଲେ। ଆଉ ୪ ଜଣ ଏବେ ବି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି। ଉଦ୍ଧାର ଓ ଫସିଥିବା ସମସ୍ତ ୧୦ ଜଣ ଜାମୁନାଳି ଗାଁର ବୋଲି ସୂଚନା ମିଳିଛି। ଏହି ୧୦ ଜଣ ସେଲ୍‌ଫି ନେବା ଲାଗି ନଦୀ ମଝିକୁ ଯାଇଥିଲେ ବୋଲି ସୂଚନା ମିଳିଛି।

Stranded In River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ