Advertisment

ଆପଣଙ୍କ ଆଇବ୍ରୋ କହିବ ଆପଣ କେତେ ଭାଗ୍ୟଶାଳୀ

ସମସ୍ତଙ୍କ ଚେହେରା ଯେମିତି ଭିନ୍ନ ଭିନ୍ନ ସେହିଭଳି ମୁହଁର ଗଠନ ମଧ୍ୟ ଭିନ୍ନ ଭିନ୍ନ। ମୁହଁର ଗଠନ ଭଳି ଆଇବ୍ରୋ ବା ଭ୍ରୂଲତା ମଧ୍ୟ ଭିନ୍ନ ଭିନ୍ନ ଥାଏ। କିଛି ଲୋକଙ୍କ ଭ୍ରୂଲତା (ଆଇବ୍ରୋ) ଯୋଡି ହୋଇଥାଏ ତ କାହାର ଛଡା ଛଡା ଥାଏ। ଏହିଭଳି ଭ୍ରୂଲତା ଦେଖିବାକୁ ସୁନ୍ଦର ଲାଗେ। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯୋଡି ହୋଇଥିବା ଭ୍ରୂଲତାର ଖାସ ଅର୍ଥ ରହିଛି। ଆସନ୍ତୁ ଜାଣିବା ଯୋଡି ହୋଇଥିବା ଭ୍ରୂଲତା ଶୁଭ ନା ଅଶୁଭ ହୋଇଥାଏ।

ଅଦ୍ୟତନ ହୋଇଛି
what eyebrows say about you

what eyebrows say about you

Advertisment

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କ ଆଇବ୍ରୋ ବା ଭ୍ରୂଲତା ଯୋଡି ହୋଇଥାଏ ସେମାନେ ବହୁତ ତୀକ୍ଷ୍ଣ ମସ୍ତିଷ୍କର ମାଲିକ ହୋଇଥାନ୍ତି। ଏମାନେ ନିଜର ସବୁ କାମ ବୁଝି ବିଚାରି କରନ୍ତି। ଏମାନେ ସବୁ କାମ ସଠିକ ତରିକାରେ କରିଥାନ୍ତି।

Advertisment
  • ଯେଉଁ ମହିଳାମାନଙ୍କ  ଆଇବ୍ରୋ ବା ଭ୍ରୂଲତା ଯୋଡି ହୋଇଥାଏ ସେମାନେ ସ୍ୱଭାବରେ ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ ଯେଉଁ କାମରେ ହାତ ମାରନ୍ତି ତାକୁ ଠିକ ଭାବେ ଓ ସଚ୍ଚୋଟତାର ସହ କରିଥାନ୍ତି। କଠିନ ପରିଶ୍ରମ କରି ଏମାନେ ଶୀଘ୍ର ସଫଳତା ହାସଲ କରିଥାନ୍ତି।
  • ଯେଉଁ ମହିଳାମାନଙ୍କ ଆଇବ୍ରୋ  ଯୋଡି ହୋଇଥାଏ ସେମାନେ ରହସ୍ୟମୟୀ ହୋଇଥାନ୍ତି। ଏମାନେ ନିଜ ବ୍ୟକ୍ତିଗତ ରହସ୍ୟ କାହା ସହ ସେୟାର କରିବାକୁ ପସନ୍ଦ କରନ୍ତିନି। କେବଳ ଘନିଷ୍ଠଙ୍କ ସହ ଏମାନେ ନିଜ କଥା ସେୟାର କରିଥାନ୍ତି।
  • ଏହିଭଳି ମହିଳା ରଚନାତ୍ମକ କ୍ଷମତାର ମାଲିକ ହୋଇଥାନ୍ତି। ସେଥିପାଇଁ ଏମାନେ ସବୁ କାମ ଉତ୍ତମ ତରିକାରେ କରିବାକୁ ସକ୍ଷମ ହୋଇଥାନ୍ତି।
  • ଯେଉଁମାନଙ୍କ ଆଇବ୍ରୋ ଯୋଡି ହୋଇଥାଏ ସେମାନେ ଧୈର୍ଯ୍ୟବାନ ଓ ସଂଯମଶୀଳ ହୋଇଥାନ୍ତି। କୌଣସି କଥା ମନରେ ନ ରଖି ସାମ୍ନା ସାମ୍ନି  କହିଦେବାକୁ ପସନ୍ଦ କରନ୍ତି। ଏମାନେ ବହୁ ସମୟରେ କାଳ୍ପନିକ ଦୁନିଆରେ ମଜ୍ଜି ଯାଇଥାନ୍ତି। ଲୋକେ ତାଙ୍କ ବିଷୟରେ କଣ ଭାବନ୍ତି ସେନେଇ ଏମାନଙ୍କୁ କିଛି ଫରକ ପଡ଼େନି।
  • ଯୋଡି ହୋଇଥିବା ଆଇବ୍ରୋ ଥିବା ମହିଳା ପରିଶ୍ରମୀ ସହ ଭାଗ୍ୟଶାଳୀ ମଧ୍ୟ । ଏମାନଙ୍କୁ କୌଣସି କାମ ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିନଥାଏ । ଏମାନେ କୌଣସି ସ୍ୱାର୍ଥ ବିନା ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। -ପରିବାର, ବନ୍ଧୁଙ୍କ ସହ ଏମାନଙ୍କର ଭଲ ପଡେ। ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ
  • ଲଭ ଲାଇଫରେ ଏମାନଙ୍କୁ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ। ଏମାନଙ୍କୁ ବୈବାହିକ ଜୀବନରେ ମଧ୍ୟ ନାନା ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ।
Samudra Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ