Advertisment

Yogasana: ଆପଣ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି କି; କରନ୍ତୁ ଏହି ଯୋଗ, ଶରୀରରେ ଖେଳିଯିବ ଶକ୍ତି

ଦିନ ସାରା କ୍ଳାନ୍ତ ଲାଗିବା ଅବସ୍ଥାକୁ କ୍ରନିକ୍ ଫଟିଗ୍ ସିଣ୍ଡ୍ରୋମ କୁହାଯାଏ। ଏଭଳି ଥକାପଣ ଏବଂ ଦୁର୍ବଳତାକୁ ଦୂର କରିବା ପାଇଁ, ଆପଣ ଦିନସାରା ଶୋଇଲେ ବି କିଛି ଲାଭ ହୁଏନି। ଏପରି ପରିସ୍ଥିତିରେ, ଥକାପଣ ଏବଂ ଦୁର୍ବଳତାର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଯୋଗ କରିପାରିବେ।

ଅଦ୍ୟତନ ହୋଇଛି
Yoga tips know yoga poses for weakness

Yoga tips know yoga poses for weakness

Advertisment

ଆଜିକାଲିର ଖରାପ ଜୀବନଶୈଳୀ, ଖାଦ୍ୟରେ ଗଡବଡ ଏବଂ ନିଦ୍ରା ଅଭାବ ହେତୁ ଲୋକମାନେ ଅନେକ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି। ଏମିତି ଅବସ୍ଥାରେ ବ୍ୟକ୍ତି ଦିନସାରା କ୍ଳାନ୍ତ ଅନୁଭବ କରିବା ସ୍ୱାଭାବିକ। ଆପଣ ବିଶ୍ରାମ ନିଅନ୍ତି ବା କିଛି କାମ ନ କରନ୍ତୁ କିନ୍ତୁ ଆଭ୍ୟନ୍ତରୀଣ ଭାବରେ ଆପଣ ଦୁର୍ବଳ ଏବଂ କ୍ଳାନ୍ତ ଅନୁଭବ କରନ୍ତି।

Advertisment

ଏହି ଅବସ୍ଥାକୁ କ୍ରନିକ୍ ଫଟିଗ୍ ସିଣ୍ଡ୍ରୋମ କୁହାଯାଏ। ଏଭଳି ଥକାପଣ ଏବଂ ଦୁର୍ବଳତାକୁ ଦୂର କରିବା ପାଇଁ, ଆପଣ ଦିନସାରା ବିଛଣାରେ ଶୋଇବାକୁ ଚାହାଁନ୍ତି। ତଥାପି, ଶରୀରରେ ଏତେ ଶକ୍ତି ଅଭାବ ରୁହେ ଯେ ଶରୀର ଓଜନିଆ ଲାଗେ, ଦୁର୍ବଳ ଲାଗେ।

ଏପରି ପରିସ୍ଥିତିରେ, ଥକାପଣ ଏବଂ ଦୁର୍ବଳତାର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଯୋଗ କରିପାରିବେ। ଯୋଗ କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ଆପଣଙ୍କ ଉର୍ଜାକୁ ମଧ୍ୟ ବଢାଇଥାଏ। ଆଭ୍ୟନ୍ତରୀଣ ଭାବରେ ଆପଣଙ୍କ ଶରୀର ହାଲୁକା ଏବଂ ଶକ୍ତିଶାଳୀ ଅନୁଭବ କରେ। ଯଦି ଆପଣ ମଧ୍ୟ ଏମିତି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଏହି ଯୋଗାସନାକୁ ଆପଣଙ୍କର ନିୟମିତ ଅଭ୍ୟାସରେ ଅନ୍ତର୍ଭୁକ୍ତ କରନ୍ତୁ।

Advertisment

ବାଳାସନ:

ନିୟମିତ ବାଳାସନ ଅଭ୍ୟାସ କରନ୍ତୁ। ଏହି ଆସନ ଚାପକୁ ହ୍ରାସ କରିଥାଏ ଏବଂ ଶକ୍ତି ମଧ୍ୟ ଯୋଗାଇଥାଏ। ବାଳାସନ କରିବାକୁ ହେଲେ ଆଣ୍ଠୁ ଉପରେ ଭୂମିରେ ବସନ୍ତୁ। ଉଭୟ ପାଦକୁ ଏକାଠି ସ୍ପର୍ଶ କରି ଗୋଇଠିକୁ ସାମାନ୍ୟ ଛଡା ରଖନ୍ତୁ। ପିଚାକୁ ଲଗେଇ ଗୋଇଠି ମଝିରେ ବସନ୍ତୁ। ଦୁଇ ଆଣ୍ଠୁକୁ ପ୍ରସାରିତ କରି ରଖନ୍ତୁ ଏକ ଗଭୀର ଶ୍ୱାସ ନେଇ ହାତକୁ ଉପରକୁ ଉଠାନ୍ତି, ଏବଂ ଶ୍ୱାସ ଛାଡି ଆଗକୁ ଝୁଙ୍କନ୍ତୁ। ପେଟକୁ ଦୁଇ ଜଙ୍ଘ ମଝିରେ ରଖନ୍ତୁ। ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ। ପରେ ମୂଳ ଅବସ୍ଥାକୁ ଆସନ୍ତୁ।

ଧନୁରାସନ:

ଥାଇରଏଡରେ ଧନୁରାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ଏହି ଆସନ ଶକ୍ତିଶାଳୀ କରିବା ସହିତ ମେଦବହୁଳତା ହ୍ରାସ କରାଏ। ଏହି ଆସନ ଅଭ୍ୟାସ କରିବା ପାଇଁ ପେଟ ମାଡି ଶୋଇ ପଡନ୍ତୁ ଏବଂ ଅଣ୍ଟା ଆଡକୁ ପାଦ ଆଣନ୍ତୁ। ବର୍ତ୍ତମାନ ଉଭୟ ପାଦକୁ ଦୁଇ ହାତରେ ଧରି ରଖିବାକୁ ଚେଷ୍ଟା କରନ୍ତୁ। ତା’ପରେ ମୁଣ୍ଡ, ଛାତି ଏବଂ ଜଙ୍ଘକୁ ଉପରକୁ ଉଠାନ୍ତୁ ଏବଂ ଶରୀରର ଓଜନକୁ ପେଟର ନିମ୍ନ ଭାଗରେ ରଖନ୍ତୁ। କିଛି ସମୟ ଏହି ଅବସ୍ଥାରେ ରହି ମୂଳ ଅବସ୍ଥାକୁ ଫେରନ୍ତୁ।

Advertisment

ତାଡାସନ:

ଏହି ଆସନ ସମଗ୍ର ଶରୀର ଉପରେ ପ୍ରଭାବ ପକାଏ। ତାଡାସନ କରିବାକୁ ସିଧା ଠିଆ ହୁଅନ୍ତୁ ଏବଂ ଗୋଡ ମଧ୍ୟରେ କିଛି ଦୂରତା ରଖନ୍ତୁ। ଏକ ଗଭୀର ଶ୍ୱାସ ନେଇ ଉଭୟ ହାତ ଉପରକୁ ଉଠାନ୍ତୁ। ଉପରକୁ ଭିଡି ହୋଇ ଦୁଇ ଗୋଇଠି ଉଠାନ୍ତୁ ଆଉ ପାଦ ଆଙ୍ଗୁଠି ଉପରେ ଠିଆ ହୁଅନ୍ତୁ। ଏହି ଅବସ୍ଥାରେ ଶରୀରର ପ୍ରତ୍ୟେକ ଅଙ୍ଗ ଟାଣି ହୁଏ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ ସାଧାରଣ ସ୍ଥିତିକୁ ଫେରନ୍ତୁ। ଏହି ଆସନକୁ ୧୦ରୁ ୧୫ଥର ପୁନରାବୃତ୍ତି କରନ୍ତୁ।

ଶବାସନ:

ଶାରୀରିକ ଏବଂ ମାନସିକ ଥକାପଣ ଦୂର କରିବା ପାଇଁ ଶବାସନ ଖୁବ ଲାଭଦାୟକ। ଏହି ଆସନ କରିବା ପାଇଁ, ପିଠି ପଟିଆ ଶୋଇ ଯାଆନ୍ତୁ ଏବଂ ଦୁଇ ଗୋଡ କିଛି ବ୍ୟବଧାନରେ ରଖି ଢିଲା ଛାଡିଦିଅନ୍ତୁ। ଦୁଇ ହାତକୁ ଶରୀରଠାରୁ ଅଳ୍ପ ଦୂରରେ ରଖି ଧୀରେ ଧୀରେ ଆଙ୍ଗୁଠି ଠାରୁ ଆରମ୍ଭ କରି ସମଗ୍ର ଶରୀର ଉପରେ ଧ୍ୟାନ ଦିଅନ୍ତୁ। ମନକୁ ଶାନ୍ତ ରଖନ୍ତୁ ଏବଂ ଶରୀରରେ ଶକ୍ତି ଖେଳିଯିବା ଅନୁଭବ କରନ୍ତୁ।

Yogasana Health Tips Yoga For A Health
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ