Advertisment

Yogasana: ପଡିଯିବାରୁ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଆସନ, ହେଇଯିବ ଭଲ

ଦେଖାଯାଏ ସାଧାରଣତଃ, ଯେଉଁମାନେ ତଳେ ପଡିଯାଆନ୍ତି ସେମାନଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗେ। ତେବେ ଆଘାତ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ଏହା ହ୍ରାସ କରିବାରେ କିଛି ଯୋଗାସନ ଖୁବ ପ୍ରଭାବଶାଳୀ ହୋଇଥାଏ।

ଅଦ୍ୟତନ ହୋଇଛି
Yoga poses to ease your back pain due to injury

Yoga poses to ease your back pain due to injury

Advertisment

ଅନେକ ସମୟରେ ବ୍ୟସ୍ତବିବ୍ରତ, ଭୟ କିମ୍ବା ଝୁଣ୍ଟିଯିବା ଇତ୍ୟାଦି କାରଣରୁ କେହିବି ପଡିଯିବା ଦେଖାଯାଏ। ସାଧାରଣତଃ, ଯେଉଁମାନେ ତଳେ ପଡିଯାଆନ୍ତି ସେମାନଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗେ। ଅନେକ ସମୟରେ ଯଦିଓ ଆଘାତ ଗୁରୁତର ହୁଏ ନାହିଁ, କିନ୍ତୁ ଏହା ଅନେକ ଯନ୍ତ୍ରଣା ସୃଷ୍ଟି କରିଥାଏ, ଯେପରିକି ପିଠି, ଅଣ୍ଟା କିମ୍ବା ପିଚାରେ ନାଲି ଏବଂ ନୀଳ ଚିହ୍ନ ହୋଇଯାଏ।

Advertisment

ଏହାର କାରଣ ହେଉଛି ଆଘାତ ହେତୁ ରକ୍ତବାହୀକା ନଷ୍ଟ ହୋଇଯାଏ। ଛୋଟ ଛୋଟ ରକ୍ତବାହୀଲା ଫାଟି ଯାଇପାରେ, ଯାହାଦ୍ୱାରା ରକ୍ତ ବାହାରି ଚର୍ମ ତଳେ ଜମିଯାଏ। ଆରମ୍ଭରେ ଏହା ଲାଲ ଦେଖାଯାଏ କିନ୍ତୁ ଅମ୍ଳଜାନର ଅଭାବ ହେତୁ ଚର୍ମ ତଳେ ଜମା ହୋଇଥିବା ରକ୍ତ ରଙ୍ଗ ନୀଳ କିମ୍ବା ବାଇଗଣୀ ରଙ୍ଗରେ ବଦଳିଯାଏ।

ଆଘାତ ପରେ ଫୁଲା ଏବଂ ପ୍ରଦାହ ମଧ୍ୟ ହୁଏ, ଯାହା ପ୍ରଭାବିତ ଅଞ୍ଚଳରେ ଖୁବ ଯନ୍ତ୍ରଣା ହୁଏ। ଏପରି ପରିସ୍ଥିତିରେ ଉଠିବା ଏବଂ ବସିବାରେ ସମସ୍ୟା ହୋଇପାରେ। ତେବେ ଆଘାତ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ଏହା ହ୍ରାସ କରିବାରେ କିଛି ଯୋଗାସନ ଖୁବ ପ୍ରଭାବଶାଳୀ ହୋଇଥାଏ। ତଥାପି, ଏଭଳି ପରିସ୍ଥିତିରେ ଯୋଗ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନେବା ଜରୁରୀ।

Advertisment

ବାଳାସନ:

Yoga Poses To Ease Your Back Painବାଳାସନ

ଏଭଳି କ୍ଷେତ୍ରରେ ନିୟମିତ ଭାବରେ ବାଳାସନ ଅଭ୍ୟାସ କରନ୍ତୁ। ଏହି ଆସନର ପ୍ରଭାବ ମେରୁହାଡ ଉପରେ ପଡେ। କରିବାକୁ ହେଲେ ମ୍ୟାଟ୍ ଉପରେ ଆଣ୍ଠୁରେ ବସନ୍ତୁ। ବର୍ତ୍ତମାନ ଉଭୟ ଆଣ୍ଠୁ ଏବଂ ଗୋଇଠି ଏକାଠି ସ୍ପର୍ଶ କରନ୍ତୁ। ଏକ ଗଭୀର ଶ୍ୱାସ ନେଇ, ହାତକୁ ଉପରକୁ ନେଇ ପରେ ଶ୍ୱାସ ଛାଡି ଆଗକୁ ନଇଁଯାଆନ୍ତୁ। ଜଙ୍ଘରେ ପେଟକୁ ଲଗାନ୍ତୁ। ଆଗକୁ ଚାହିଁ ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ। ପରେ, ଆଣ୍ଠୁକୁ ସିଧା କରି ସାଧାରଣ ସ୍ଥିତିକୁ ଫେରନ୍ତୁ। ଏହାକୁ ୩-୫ ଥର କରନ୍ତୁ।

ତାଡାସନ:

Yoga Poses To Ease Your Back Painତାଡାସନ

ତାଡାସନ କରିବା ଦ୍ୱାରା ସମଗ୍ର ଶରୀର ପ୍ରସାରିତ ହୁଏ। ଏହି ଆସନ କରିବାକୁ ହେଲେ ପ୍ରଥମେ ଯୋଗ ମ୍ୟାଟ୍ ଉପରେ ସିଧା ଠିଆ ହୁଅନ୍ତୁ ଏବଂ ଗୋଡ ମଧ୍ୟରେ କିଛି ଦୂରତା ରଖନ୍ତୁ। ଏକ ଗଭୀର ଶ୍ୱାସ ନେବା ସହିତ, ଉଭୟ ହାତକୁ ଛନ୍ଦି ଉପରକୁ ଉଠାନ୍ତୁ। ଏହି ସମୟରେ ଗୋଇଠି ଉଠାଇ ଆଙ୍ଗୁଠି ଉପରେ ଠିଆ ହୁଅନ୍ତୁ ଏବଂ ଶରୀରକୁ ଉପରରୁ ଷ୍ଟ୍ରେଚ୍‌ କରନ୍ତୁ।

Advertisment

ଭୁଜଙ୍ଗାସନ:

ଭୁଜଙ୍ଗାସନ ଅଭ୍ୟାସ ବେକ ଏବଂ ମେରୁଦଣ୍ଡର ଉପର ହାଡ ଉପରେ ଚାପ ପକାଇଥାଏ। ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ସହ ଫ୍ରୋଜେନ୍ ସୋଲ୍ଡର୍ ଏବଂ ଛାତି ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଏହି ଆସନ ଅତ୍ୟନ୍ତ ଲାଭଦାୟକ। ଏହି ଆସନରେ ଶରୀରର ଆକୃତିକୁ ସାପ ସଦୃଶ କରାଯାଏ।

Yoga Poses To Ease Your Back Painଭୁଜଙ୍ଗାସନ

ଏହି ଯୋଗାସନ କରିବା ପାଇଁ, ପେଟ ଉପରେ ଶୋଇ ପାପୁଲିକୁ କାନ୍ଧ ତଳେ ରଖନ୍ତୁ। ତା’ପରେ ଶରୀରର ଆଗ ଭାଗକୁ ଉପରକୁ ଉଠାନ୍ତୁ ଏବଂ ଏହି ଅବସ୍ଥାରେ ୧୦-୨୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ। ପରେ ସାଧାରଣ ଅବସ୍ଥାକୁ ଆସନ୍ତୁ।

ସେତୁବନ୍ଧାସନ:

Yoga Poses To Ease Your Back Painସେତୁବନ୍ଧାସନ

ଏହି ଆସନ ମେରୁଦଣ୍ଡଜନିତ ସମସ୍ୟାକୁ ଦୂର କରିବାରେ ଖୁବ ଭଲ କାମ କରିଥାଏ। ଏହାକୁ କରିବା ପାଇଁ, ତୁମର ପିଠି ଉପରେ ମ୍ୟାଟ୍ ଉପରେ ଶୋଇଯାଆନ୍ତୁ। ଏହାପାରେ ଆଣ୍ଠୁକୁ ବଙ୍କା କରି ପାଦକୁ ତଳେ ରଖନ୍ତୁ। ଦୁଇ ହାତରେ ବଳାଗଣ୍ଠିକୁ ଧରି ରଖନ୍ତୁ। ଶ୍ୱାସ ନେଇ ଧୀରେ ଧୀରେ ଅଣ୍ଟା ପାଖରୁ ଉପରକୁ ଉଠାନ୍ତୁ। ଏହି ଅବସ୍ଥାରେ ୧-୨ ମିନିଟ୍ ରୁହନ୍ତୁ। ଏହାପରେ ଶ୍ୱାସ ଛାଛି ଆରମ୍ଭ ସ୍ଥିତିକୁ ଆସନ୍ତୁ।

Yogasana Yoga Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ