Advertisment

Yogasana: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ। ତେବେ ଆସନ୍ତୁ ଏହି ସବୁ ଯୋଗାସନ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Yoga poses for chest and spine strengthening

Yoga poses for chest and spine strengthening

Advertisment

ମେରୁଦଣ୍ଡ ଏବଂ ଛାତି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରକୁ ମଜଭୁତ କରିଥାଏ। ଛାତି ଏବଂ ମେରୁଦଣ୍ଡକୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖିବା ନିହାତି ଜରୁରୀ। ଏଥିପାଇଁ ଯୋଗାସନା ଅତ୍ୟନ୍ତ ପ୍ରଭାବଶାଳୀ। ନିୟମିତ ଯୋଗ ଅଭ୍ୟାସ କେବଳ ମେରୁଦଣ୍ଡକୁ ନମନୀୟ କରେ ନାହିଁ ବରଂ ଛାତିକୁ ଖୋଲିବା ଏବଂ ଶ୍ୱାସକ୍ରିୟାରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ।

Advertisment

ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ। ଯୋଗ ଫୁସ୍‌ଫୁସ୍‌ର କ୍ଷମତାକୁ ବୃଦ୍ଧି କରେ ଏବଂ ହଜମ ଶକ୍ତିକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇଥାଏ।

Spine Chest Strengthening Yoga ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବା ପାଇଁ ଯୋଗ

ଏମିତି କିଛି ସ୍ୱତନ୍ତ୍ର ଯୋଗାସନ ଅଛି ଯାହାକୁ ଆପଣ ନିଜ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରି ଛାତି ଏବଂ ମେରୁଦଣ୍ଡକୁ ସୁସ୍ଥ ଏବଂ ନମନୀୟ ରଖିପାରିବେ। ନିୟମିତ ବ୍ୟାୟାମ କେବଳ ଶାରୀରିକ ନୁହେଁ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। ତେବେ ଆସନ୍ତୁ ଏହି ସବୁ ଯୋଗାସନ ବିଷୟରେ ଜାଣିନେବା।

Advertisment

ଭୁଜଙ୍ଗାସନ:

ଛାତି ଖୋଲିବା ଏବଂ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଭୁଜଙ୍ଗାସନ ଅତ୍ୟନ୍ତ ଲାଭଦାୟକ। ଏହି ଆସନ ମେରୁଦଣ୍ଡର ନମନୀୟତାକୁ ବଢାଇଥାଏ ଏବଂ ଛାତିକୁ ବିସ୍ତାର କରିଥାଏ। ଶ୍ୱାସକ୍ରିୟା ସମସ୍ୟାରୁ ମଧ୍ୟ ଏହା ମୁକ୍ତି କରିଥାଏ।

Spine Chest Strengthening Yoga ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବା ପାଇଁ ଯୋଗ

ଏହି ଆସନ କରିବାକୁ ହେଲେ ପେଟ ଉପରେ ଶୋଇ ରୁହନ୍ତୁ ଏବଂ ଦୁଇ ହାତକୁ କାନ୍ଧ ପାଖରେ ରଖନ୍ତୁ। ଗଭୀର ଶ୍ୱାସ ନେଇ ଛାତି ଏବଂ ମୁଣ୍ଡକୁ ଉପରକୁ ଉଠାନ୍ତୁ। କାନ୍ଧକୁ ପଛ ଆଡକୁ ନିଅନ୍ତୁ ଏବଂ ବେକକୁ ସିଧା କରି ଉପରକୁ ରଖନ୍ତୁ। ୧୫-୩୦ ସେକେଣ୍ଡ ପାଇଁ ଏହି ସ୍ଥିତିରେ ରୁହନ୍ତୁ ଏବଂ ଧୀରେ ଧୀରେ ମୂଳ ଅବସ୍ଥାକୁ ଆସନ୍ତୁ।

Advertisment

ମାର୍ଜାରୀ ଆସନ:

ମେରୁଦଣ୍ଡକୁ ନମନୀୟ କରିବା ଏବଂ ଛାତି ଖୋଲିବାରେ ଏହି ମାର୍ଜାରୀ ଆସନ ବହୁତ ସହାୟକ ହୋଇଥାଏ। ମାର୍ଜାରୀ ଆସନ ଅଭ୍ୟାସ କରିବାକୁ ହେଲେ, ଆଣ୍ଠୁ ଏବଂ ପାପୁଲି ସାହାଯ୍ୟରେ ଭୂମିରେ ଆଣ୍ଠେଇ ପଡନ୍ତୁ। ବର୍ତ୍ତମାନ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଅଣ୍ଟାକୁ ତଳରୁ ମେରୁଦଣ୍ଡକୁ ଦାବି ଉପରକୁ ଅନାନ୍ତୁ। କିଛି ସମୟ ରହିବା ପରେ ଶ୍ୱାସ ଛାଡି ମେରୁଦଣ୍ଡକୁ ଉପରକୁ ଉଠାନ୍ତୁ ଓ ମୁଣ୍ଡକୁ ତଳକୁ କରି ପେଟ ଆଡକୁ ଅନାନ୍ତୁ। ଏହି ପ୍ରକ୍ରିୟାକୁ ୫-୧୦ ଥର ପୁନରାବୃତ୍ତି କରନ୍ତୁ।

Spine Chest Strengthening Yogaମେରୁଦଣ୍ଡ ଓ ଛାତିକୁ ମଜବୁତ କରିବା ପାଇଁ ଯୋଗ

ଧନୁରାସନ:

ଏହି ଆସନ ଛାତି ଏବଂ ମେରୁଦଣ୍ଡକୁ ଶକ୍ତିଶାଳୀ ଏବଂ ନମନୀୟ କରିବାରେ ସାହାଯ୍ୟ କରେ। ଧନୁରାସନ ଅଭ୍ୟାସ କରିବା ପାଇଁ, ପେଟ ଉପରେ ଶୋଇଯାଆନ୍ତୁ। ଦୁଇ ଆଣ୍ଠୁକୁ ଭାଙ୍କି ପିଚା ଆଡକୁ ଆଣନ୍ତୁ। ଦୁଇ ହାତକୁ ପଛକୁ ବୁଲେଇ ବଳାଗଣ୍ଠିକୁ ଧରନ୍ତୁ। ଗଭୀର ଶ୍ୱାସ ନିଅନ୍ତୁ ଏବଂ ଛାତି ଏବଂ ଗୋଡକୁ ଉପରକୁ ଉଠାନ୍ତୁ। କେବଳ ପେଟ ଭୂମି ଉପରେ ଲାଗି ରହିବ।

Spine Chest Strengthening Yoga ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବା ପାଇଁ ଯୋଗ

୧୫-୨୦ ସେକେଣ୍ଡ ପାଇଁ ଏହି ଅବସ୍ଥାରେ ରୁହନ୍ତୁ। ପରେ ଶ୍ୱାସ ଛାଡି ଧିରେ ଧିରେ ମୂଳ ଅବସ୍ଥାକୁ ଆସନ୍ତୁ। ଏହି ଆସନ ଛାତି ଖୋଲିବା ସହ ଶ୍ୱାସକ୍ରିୟାର କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ। ମେରୁଦଣ୍ଡକୁ ଶକ୍ତିଶାଳୀ ଏବଂ ନମନୀୟ କରିଥାଏ।

Yogasana Yoga Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ