Yoga asanas for wrist pain relief for working on laptop
ଆଜିକାଲି ଡିଜିଟାଲ୍ ଯୁଗରେ, ଛାତ୍ରଛାତ୍ରୀଠାରୁ ଆରମ୍ଭ କରି ଚାକିରିଆଙ୍କ ପର୍ଯ୍ୟନ୍ତ ସମସ୍ତେ ଲାପ୍ଟପ୍ କିମ୍ବା କମ୍ପ୍ୟୁଟରରେ ଅଧିକ ସମୟ କାଟୁଛନ୍ତି। ଅଧିକ ସମୟ ଧରି ଡେସ୍କଟପ୍ରେ କାମ କରିବା ଫଳରେ ହାତଗୋଡ଼ ଉପରେ ଚାପ ପଡିବା ସହିତ ମଣିବନ୍ଧ(Wrist) ଯନ୍ତ୍ରଣା ବଢିଯାଏ।
ଯୋଗାସନ ଶାରୀରିକ ଥକାପଣ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ଭୁଲ ସ୍ଥିତିକୁ ସଂଶୋଧନ କରିବାରେ ଖୁବ ପ୍ରଭାବଶାଳୀ ହୋଇଥାଏ। ଲାପ୍ଟପ୍ ଉପରେ ଅତ୍ୟଧିକ କାମ ହେତୁ ଆପଣ ଯଦି ମଣିବନ୍ଧ ଯନ୍ତ୍ରଣା ଭୋଗୁଛନ୍ତି, ତେବେ ଯୋଗ ମାଧ୍ୟମରେ ଏଥିରୁ ମୁକ୍ତି ପାଇପାରିବେ।
ବିଶେଷଜ୍ଞଙ୍କ ଅନୁଯାୟୀ ଏମିତି କିଛି ଯୋଗାସନ ଅଛି ଯାହା ହାତଗୋଡ ମାଂସପେଶୀକୁ ସକ୍ରିୟ କରିପାରିବ ଏବଂ ନମନୀୟତା ବଢାଇବା ସହ ଚଳଚଞ୍ଚଳ କରିଦେବ। ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା। ଯେଉଁମାନେ ଦୀର୍ଘ ସମୟ ଧରି ଲାପଟପ୍ରେ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅଧିକ ପଢ଼ନ୍ତୁ: କରନ୍ତୁ ଏହି ୫ ଆସନ; ଯେତେ ଗରମ ହେଲେ ବି କିଛି ଫରକ ପଡିବନି
ନମସ୍କାର ମୁଦ୍ରା:
ସିଧା ଠିଆ ହୋଇ ହାତକୁ ସିଧା ସାମ୍ନାରେ ରଖି ଯୋଡନ୍ତୁ। ଶ୍ୱାସ ନେଇ, ହାତକୁ ତଳକୁ ନ କରି ଅଣ୍ଟା ପାଖରୁ ସିଧା ନଇଁ ଯାଆନ୍ତୁ। ଏହି ଅବସ୍ଥାରେ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ ଏବଂ ତା’ପରେ ଶ୍ୱାସ ଛାଡି ଆରାମ କରନ୍ତୁ। ଏହି ସ୍ଥିତିକୁ ପୁନରାବୃତ୍ତି କରନ୍ତୁ।
ଅଧୋମୁଖଶ୍ୱାନାସନ:
ଏହି ଆସନ କରିବା ପାଇଁ, ସର୍ବପ୍ରଥମେ, ଆଣ୍ଠେଇ ଯାଆନ୍ତୁ। ହାତ ଓ ଆଣ୍ଠୁ ମଝିରେ ହାତେ ପାଖାପାଖି ଦୂରତା ରଖନ୍ତୁ। ଧିରେ ଧିରେ ପିଚାକୁ ଉପରକୁ ଉଠାନ୍ତୁ। ବର୍ତ୍ତମାନ ଆପଣଙ୍କୁ ଏକ ଓଲଟା V ଆକୃତି ତିଆରି କରିବାକୁ ହେବ। ଏହି ଅବସ୍ଥାରେ ଦୁଇ ପାଦକୁ ଯୋଡି ରଖନ୍ତୁ। ଗୋଇଠି ଯେପରି ଚଟାଣକୁ ଛୁଇଁବ। କିଛି ସେକେଣ୍ଡ ରହିବା ପରେ ପୁନରାବୃତ୍ତି କରନ୍ତୁ।
ମୁଷ୍ଟି ଘୂର୍ଣ୍ଣନ:
ଆରାମରେ ସିଧା ଠିଆ ହୁଅନ୍ତୁ ବା ବସନ୍ତୁ। ଦୁଇ ହାତକୁ ହାଲୁକା ମୁଠା କରି ମଣିବନ୍ଧ ପାଖରୁ ଧିରେ ଧିରେ ଏକ ବୃତ୍ତାକାର ଗତିରେ ଘୂର୍ଣ୍ଣନ କରନ୍ତୁ। ପ୍ରଥମେ ବାମରୁ ଡାହାଣକୁ ଏବଂ ତା’ପରେ ଡାହାଣରୁ ବାମକୁ ବୁଲାନ୍ତୁ। ଏହି ସମୟରେ ସାଧାରଣ ଭାବରେ ଶ୍ୱାସ ନିଅନ୍ତୁ।
ଓଲଟା ନମସ୍କାର୍:
ଏହି ଆସନ କରିବା ପାଇଁ, ପଛକୁ ହାତ ନିଅନ୍ତୁ ଏବଂ ନମସ୍କାର ମୁଦ୍ରା କରନ୍ତୁ। ଏହି ଅବସ୍ଥାରେ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ ଏବଂ ତା’ପରେ ବିଶ୍ରାମ କରନ୍ତୁ।
ଆଙ୍ଗୁଠି ଛନ୍ଦି ବୁଲାଇବା:
ଉଭୟ ହାତର ଆଙ୍ଗୁଠିକୁ ଛନ୍ଦି ବ୍ଲକ କରନ୍ତୁ। ଏହା ପରେ ମଣିବନ୍ଧ ପାଖରୁ ଡାହାଣରୁ ବାମକୁ ୧୫ ଥର ଏବଂ ବାମରୁ ଡାହାଣକୁ ୧୫ ଥର ଘୂର୍ଣ୍ଣନ କରନ୍ତୁ। ଏହାକୁ ଠିଆ, ଶୋଇ କିମ୍ବା ବସିକି କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743776961.jpg)