Advertisment

Yogasana: ଫୁସ୍‌ଫୁସ୍‌କୁ ଠିକ୍ ରଖିବା ପାଇଁ ଆସନ-ପ୍ରାଣାୟାମ; ହେବନି ଆଜ୍‌ମା, କର୍କଟ

ଫୁସ୍‌ଫୁସ୍‌ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କାରଣ ଏହା ଶ୍ୱାସକ୍ରିୟା ଏବଂ ଶରୀରକୁ ଅମ୍ଳଜାନ ଯୋଗାଇବା ପାଇଁ କାମ କରେ। ତେଣୁ ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଯୋଗାସନ ଫୁସ୍‌ଫୁସ୍‌କୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଅଦ୍ୟତନ ହୋଇଛି
World Lung Cancer Day 2024: yoga poses to improve lung health

yoga poses to improve lung health

Advertisment

ପ୍ରତିବର୍ଷ ୨୫ ସେପ୍ଟେମ୍ବରରେ ‘ବିଶ୍ୱ ଫୁସ୍‌ଫୁସ୍‌ ଦିବସ’ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଫୁସ୍‌ଫୁସ୍‌ ସ୍ୱାସ୍ଥ୍ୟ ଏବଂ ଆନୁଷଙ୍ଗିକ ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବିସ୍ତାର କରିବା। ଫୁସ୍‌ଫୁସ୍‌ ଯତ୍ନର ମହତ୍ତ୍ୱକୁ ଆଲୋକିତ କରିବା ଏବଂ ତମାଖୁ, ବାୟୁ ପ୍ରଦୂଷଣ ଏବଂ ଅନ୍ୟାନ୍ୟ କାରଣରୁ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଦିନ ବିଶେଷ ଭାବେ ପାଳନ କରାଯାଏ।

Advertisment

ଅଧିକ ପଢନ୍ତୁ : Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ଫୁସ୍‌ଫୁସ୍‌ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କାରଣ ଏହା ଶ୍ୱାସକ୍ରିୟା ଏବଂ ଶରୀରକୁ ଅମ୍ଳଜାନ ଯୋଗାଇବା ପାଇଁ କାମ କରେ। ତେଣୁ ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କାରଣ ଖରାପ ଫୁସ୍‌ଫୁସ୍‌ କାରଣରୁ ଶ୍ୱାସକ୍ରିୟାରେ ବ୍ୟତିକ୍ରମ, ଆଜ୍‌ମା, କ୍ରନିକ ରୋଗ (COPD) ଏବଂ ଫୁସ୍‌ଫୁସ୍‌ କର୍କଟ ମଧ୍ୟ ହୋଇପାରେ।

Advertisment

ଯୋଗାସନ ଫୁସ୍‌ଫୁସ୍‌କୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏମିତି କିଛି ଆସନ ଅଛି ଯାହା କେବଳ ଫୁସଫୁସର କ୍ଷମତାକୁ ବୃଦ୍ଧି କରେ ନାହିଁ ବରଂ ଶରୀରରେ ଅମ୍ଳଜାନ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ। ତେବେ ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା ଯାହା ଫୁସ୍‌ଫୁସ୍‌ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।

ଭସ୍ତ୍ରିକା ପ୍ରାଣାୟାମ:

Bhastrika Pranayamaଭସ୍ତ୍ରିକା ପ୍ରାଣାୟାମ

ଏହି ପ୍ରାଣାୟାମ ଫୁସ୍‌ଫୁସ୍‌ କ୍ଷମତାକୁ ବଢାଇଥାଏ ଏବଂ ଅମ୍ଳଜାନର ପ୍ରବାହକୁ ଉନ୍ନତ କରିଥାଏ। ଏହି ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ଫୁସଫୁସକୁ ଶୋଧନ ହୋଇଥାଏ ଏବଂ ଶ୍ୱାସଜନିତ ଯାବତୀୟ ସମସ୍ୟା ଦୂର ହୋଇଥାଏ। ଭସ୍ତ୍ରିକା ପ୍ରାଣାୟାମ ପାଇଁ ସିଧା ବସନ୍ତୁ ଏବଂ ନାକ ମାଧ୍ୟମରେ ଶୀଘ୍ର ଶ୍ୱାସ ନିଅନ୍ତୁ ଏବଂ ଶୀଘ୍ର ଛାଡନ୍ତୁ। ଏହି ପ୍ରକ୍ରିୟାକୁ ୧ରୁ ୫ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ।

Advertisment

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

କପାଳଭାତି ପ୍ରାଣାୟାମ:

Kapalabhati Pranayamaକପାଳଭାତି ପ୍ରାଣାୟାମ

ଫୁସ୍‌ଫୁସ୍‌ ପାଇଁ କପାଳଭାତି ଏକ ଚମତ୍କାର ପ୍ରାଣାୟାମ। ଏହା ଫୁସ୍‌ଫୁସ୍‌କୁ ଶୁଦ୍ଧ କରିବା ସହିତ, ଏଥିରେ ଜମା ହୋଇଥିବା ଅନାବଶ୍ୟକୀୟ ଉପାଦାନଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ। ଏହି ଆସନ ଅଭ୍ୟାସ କରିବା ପାଇଁ, ଫେଟକୁ ଧକ୍କାଦେଇ ଭିତରକୁ ପୂରାଇ ନାକ ମାଧ୍ୟମ ତୀବ୍ର ଶ୍ୱାସ ଛାଡନ୍ତୁ। ୧୦-୧୫ ମିନିଟ୍ ପାଇଁ ଏହା କରନ୍ତୁ।

ଧନୁରାସନ:

Dhanurasanaଧନୁରାସନ

ଏହି ଆସନ ଫୁସ୍‌ଫୁସ୍‌ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଫୁସ୍‌ଫୁସ୍‌ର ବିସ୍ତାର କରେ ଏବଂ ଏହାକୁ ଶକ୍ତିଶାଳୀ କରିଥାଏ। ଆହୁରି ମଧ୍ୟ, ଏହି ଆସନ ଫୁସ୍‌ଫୁସ୍‌ରେ ଅମ୍ଳଜାନର ପ୍ରବାହକୁ ବଢାଇଥାଏ। ଧନୁରାସନ ଅଭ୍ୟାସ କରିବା ପାଇଁ, ପେଟ ମାଡି ଶୋଇପଡନ୍ତୁ। ଏହାପରେ ଗୋଡକୁ ପଛରୁ ଧରି ଧନୁ ପରି ଶରୀରକୁ କରନ୍ତୁ। ଏହି ଅବସ୍ଥାରେ କିଛି ସେକେଣ୍ଡ୍‌ ପାଇଁ ରୁହନ୍ତୁ ଏବଂ ଧୀରେ ଧୀରେ ମୂଳ ଅବସ୍ଥାକୁ ଆସନ୍ତୁ।

Yogasana Lung Cancer Yoga Lung Damage Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ