Advertisment

Women Special: ଏହି ୬ଟି ଟିପ୍ସ ମାନିଲେ ମହିଳାମାନେ ସବୁବେଳେ କମ ବୟସର ଲାଗିବେ

ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର ସମସ୍ୟାକୁ ହ୍ରାସ କରିପାରିବେ।

ଅଦ୍ୟତନ ହୋଇଛି
Women special how to look younger after age of 30 naturally

Women special how to look younger after age of 30 naturally

Advertisment

ସବୁବେଳେ ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। କିନ୍ତୁ କେହି ବି ବୟସର ଲକ୍ଷଣକୁ ରୋକିପରିବେ ନାହିଁ କାରଣ ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ତେବେ ଜଣେ ମହିଳା ଯଦି ପ୍ରଥମ ଦିନରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ଏବଂ ନିଜକୁ ସଠିକ୍ ଭାବରେ ଯତ୍ନ ନିଅନ୍ତି, ତେବେ ବୟସ ପୂର୍ବରୁ ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିପାରିବେ।

Advertisment

କେବଳ ଏତିକି ନୁହେଁ, ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର ସମସ୍ୟାକୁ ହ୍ରାସ କରିପାରିବେ।

୩୦ ବର୍ଷ ବୟସ ପରେ ସାବଧାନତା

ପ୍ରଚୁର ପାଣି ପିଇବା:

ଜଳ ଅଭାବରୁ ଶରୀରରେ ମେଟାବୋଲିଜିମ୍ କମିବା ଆରମ୍ଭ ହୁଏ, ଶରୀରରେ ଜଳର ଅଭାବ ଦେଖାଦିଏ ଏବଂ ଏହା ଚର୍ମର ନମନୀୟତା ଉପରେ ପ୍ରଭାବ ପକାଇଥାଏ। ତେଣୁ ଜଳ ଗ୍ରହଣ ଉପରେ ନଜର ଦେଇ ପ୍ରଚୁର ପାଣି ପିଅନ୍ତୁ।

Advertisment

ନିୟମିତ ବ୍ୟାୟାମ୍:

ପୂର୍ରରୁ ଯଦି ଆପଣ କୌଣସି ବ୍ୟାୟାମ କରୁ ନାହାନ୍ତି ତେବେ ୩୦ ବର୍ଷ ବୟସ ପରେ ସଚେତନ ହୋଇଯିବା ଦରକାର। ଯଦି ଆପଣ ନିୟମିତ ବ୍ୟାୟାମ କରନ୍ତି ତେବେ ଏହା ଆପଣଙ୍କ ମାଂସପେଶୀକୁ ଦୁର୍ବଳ ହେବାକୁ ଦେବ ନାହିଁ ଏବଂ ମୁହଁ ଓ ଶରୀର ସବୁଦିନ ପାଇଁ ଯୌବନ ରହିବ।

ଖରାକୁ ଏଡ଼େଇବା:

ଶୀଘ୍ର ବାର୍ଦ୍ଧକ୍ୟର ସବୁଠାରୁ ବଡ କାରଣ ହେଉଛି ସୂର୍ଯ୍ୟ କିରଣ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ SPF 30 ସନ୍ସକ୍ରୀନ୍ ବ୍ୟବହାର କରିବା ସହ କଳା ଚଷମା ବ୍ୟବହାର କରନ୍ତୁ।

Advertisment

ମଦ୍ୟପାନ-ଧୂମ୍ରପାନକୁ ନାଁ:

ମଦ୍ୟପାନ ଓ ଧୂମ୍ରପାନର ଅଭ୍ୟାସ ଚର୍ମରେ କୁଞ୍ଚନ ସୃଷ୍ଟି କରିବାର କାରଣ ହୋଇଥାଏ। ଏହା ଚର୍ମ କର୍କଟ ମଧ୍ୟ ସୃଷ୍ଟି କରିପାରେ। ଏଭଳି ପରିସ୍ଥିତିରେ ନିଜକୁ ସସବୁରୁ ଯଥା ସମ୍ଭବ ଦୂରଇ ରଖନ୍ତୁ।

ଯଥେଷ୍ଟ ନିଦ:

୩୦ ବର୍ଷ ବୟସ ପରେ, ପର୍ଯ୍ୟାପ୍ତ ନିଦ୍ରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାତିରେ ଅତି କମରେ ୭ ଘଣ୍ଟା ଶୋଇବା ଜରୁରୀ। ଏହା ବ୍ୟତୀତ ଶୋଇବା ଏବଂ ଉଠିବା ସମୟରେ ଚର୍ମର ଯତ୍ନ ନିଅନ୍ତୁ।

ସୁସ୍ଥ ଖାଦ୍ୟ:

ଚର୍ମକୁ ଠିକ୍ ରଖିବା ପାଇଁ, ସୁସ୍ଥ ଖାଦ୍ୟ ଜରୁରୀ। ଏଥିପାଇଁ ପ୍ରଚୁର ଫଳ, ପନିପରିବା, ଶସ୍ୟ ଇତ୍ୟାଦି ଖାଇବା ଜରୁରୀ।

ଏହି ସବୁ ଉପାୟରେ, ଆପଣ ନିଜକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଫିଟ୍ ରଖିବାରେ ସକ୍ଷମ ହେବେ ଏବଂ ସୁସ୍ଥ ରହିବା ହେତୁ ଆପଣଙ୍କ ଚର୍ମ ଏବଂ କେଶ ସମସ୍ୟା ମଧ୍ୟ ଦୂରଇ ଯିବ।

Skin Care Women Lifestyle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ