Advertisment

Tips and Tricks: କ୍ଷୀର ବିନା ବି ହୋଇପାରିବ ସୁସ୍ଥ ଘିଅ; ଜାଣନ୍ତୁ ତିଆରି କରିବାର ପଦ୍ଧତି

ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ କ୍ଷୀରରୁ ସର ବାହାର କରି ଘରେ ଘିଅ ତିଆରି କରିଥିବେ। ଆଜି ଆମେ ଆପଣଙ୍କୁ ଘିଅ ତିଆରି କରିବାର ଏକ ନୂଆ ଉପାୟ କହିବୁ। ଏହି ଘିଅ ତିଆରି କରିବାକୁ ହେଲେ ଆପଣଙ୍କୁ କ୍ଷୀର କିମ୍ବା ସର ଦରକାର ହେବ ନାହିଁ।

ଅଦ୍ୟତନ ହୋଇଛି
How to make Dairy free Ghee

How to make Dairy free Ghee

Advertisment

ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଅନେକ ଅଛନ୍ତି ଯେଉଁମାନଙ୍କୁ ଘିଅ ପସନ୍ଦ ନୁହେଁ। ପୁଣି କେତେକ ଓଜନ ବଢିଆର ଭୟରେ ଘିଅ ଖାଆନ୍ତି ନାହିଁ। କିନ୍ତୁ ସେମିତି କିଛି ନୁହେଁ, ସୀମିତ ପରିମାଣରେ ଘିଅ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ।

Advertisment

କିଛି ଲୋକ ବଜାରରେ ମିଳୁଥିବା ଘିଅ ଖାଉଥିବାବେଳେ ଆଉ କିଛି ଲୋକ ଘରେ କ୍ଷୀରରୁ ସର କାଢି ଶୁଦ୍ଧ ଘିଅ ପ୍ରସ୍ତୁତ କରନ୍ତି। ଏମିତିରେ ବି ଆଜିକାଲି ବଜାରରେ ମିଳୁଥିବା ପ୍ରତ୍ୟେକ ଜିନିଷ ଭେଜାଲ୍। ଘିଅ ମଧ୍ୟ ଏଥିରୁ ବାଦ ନାହିଁ, ଯାହା ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତିକାରକ ହୋଇପାରେ।

ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ କ୍ଷୀରରୁ ସର ବାହାର କରି ଘରେ ଘିଅ ତିଆରି କରିଥିବେ। କିନ୍ତୁ ବେଳେବେଳେ କ୍ଷୀର ଏତେ ପତଳା ଥାଏ ଯେ ସର ମଧ୍ୟ ଠିକ୍ ଭାବରେ ବାହାରେ ନାହିଁ। ଆଜି ଆମେ ଆପଣଙ୍କୁ ଘିଅ ତିଆରି କରିବାର ଏକ ନୂଆ ଉପାୟ କହିବୁ, ଯାହା ବିଷୟରେ ଆପଣ ହୁଏତ କେବେ ଭାବି ନ ଥିବେ ଯେ ଘିଅକୁ ମଧ୍ୟ ଏହି ଉପାୟରେ ତିଆରି କରାଯାଇପାରିବ।

Advertisment

ଅଧିକ ପଢ଼ନ୍ତୁ:  ଆପଣ ଅସଲି ଘିଅ ଖାଉଛନ୍ତି ତ…. ଏହି ୫ଟି ଉପାୟରେ କରନ୍ତୁ ପରୀକ୍ଷା

ବିନା କ୍ଷୀର କିମ୍ବା ସରରେ ଘିଅ:

ଏହି ଘିଅ ତିଆରି କରିବାକୁ ହେଲେ ଆପଣଙ୍କୁ କ୍ଷୀର କିମ୍ବା ସର ଦରକାର ହେବ ନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ, ଘିଅ ତିଆରି କରିବାର ଏକ ନିଆରା ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣ ତିଆରି ନ କରି ବିଶ୍ୱାସ କରିବେ ନାହିଁ। ଏହି ଟିପ୍ସ ଇନଷ୍ଟାଗ୍ରାମରେ ପିପୁଲ୍ସଫାର୍ମପ୍ରଡକ୍ଟ ଆଣ୍ଡ କାହାନିୱାଲୀ ଶିବାନୀ(PeopleFarmProducts & KahaniwaliShivani) ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ ଅତି ସହଜ ଉପାୟରେ ଏହା କୁହାଯାଇଛି।

ସାମଗ୍ରୀ:

  • ନଡିଆ ତେଲ – ଅଧା କପ୍
  • ସୂର୍ଯ୍ୟମୁଖୀ ତେଲ – ୨ ଚାମଚ
  • ରାଶି ତେଲ – ୨ ଚାମଚ
  • ପିଜୁଳି ପତ୍ର ଏବଂ ଭୃଷଙ୍ଗପତ୍ର – ୫ ରୁ ୬
  • ହଳଦୀ ପାଉଡର – ୧ ଚାମଚ
Advertisment

ତିଆରି କରିବାର ପଦ୍ଧତି:

ପ୍ରଥମେ ଏକ ପ୍ୟାନରେ ନଡିଆ ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ରାଶି ତେଲ ଢାଳନ୍ତୁ। ମଧ୍ୟମ ନିଆଁରେ ଗରମ କରନ୍ତୁ। ପିଜୁଳି ପତ୍ର ଏବଂ ଭୃଷଙ୍ଗପତ୍ରକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ ଏବଂ ହଳଦୀ ପାଉଡରକୁ ତେଲରେ ପକାନ୍ତୁ।

କିଛି ମିନିଟ୍ ପାଇଁ ଗରମ କରନ୍ତୁ। ରଙ୍ଗ ସାମାନ୍ୟ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ମଝିରେ ମଝିରେ ଘାଣ୍ଟନ୍ତୁ। ବର୍ତ୍ତମାନ ଗ୍ୟାସ୍ ବନ୍ଦ କରନ୍ତୁ। ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ବର୍ତ୍ତମାନ ତେଲଲି ଛାଣନ୍ତୁ। ଏବେ ଏହାକୁ ଫ୍ରିଜରେ ରଖନ୍ତୁ। କିଛି ଘଣ୍ଟା ରଖିବା ପରେ ଏହା ସଂପୂର୍ଣ୍ଣ ଜମିଯିବ। ଏବେ ଘିଅ ପ୍ରସ୍ତୁତ। ଏହା ମଧ୍ୟ ଦେହ ପାଇଁ ସୁସ୍ଥକର।

କିପରି କରିବେ ବ୍ୟବହାର:

ଏହାକୁ ଆପଣ ପରଟା କିମ୍ବା ରୁଟିରେ ଲଗାନ୍ତୁ। ଆପଣ ଘିଅରେ ଯାହା ବି ତିଆରି କରନ୍ତି, ଏ ଘିଅରେ ମଧ୍ୟ ତାହା କରିପାରିବେ। ଅନେକ ପରିମାଣରେ ଏହାର ସ୍ୱାଦ ଘିଅ ସହିତ ସମାନ।

ଅଧିକ ପଢ଼ନ୍ତୁ: ପାଣି ଗରମ ପାଇଁ ବ୍ୟବହାର କରୁଛନ୍ତି କି ୱାଟର କେଟଲ୍… ଏହି ୫ କଥା ମନେରଖନ୍ତୁ, ନଚେତ...

Healthy Tips Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ