Advertisment

Health Tips: ଆପଣ କାଜୁ ଖାଇବାକୁ ଭଲ ପାଆନ୍ତି କି; ଜାଣନ୍ତୁ ଦିନକୁ କେତେ ଓ କିପରି ଖାଇବେ

ଅନେକ ପୋଷକ ତତ୍ତ୍ୱରେ ଭରପୂର କାଜୁକୁ କିଛି ଲୋକ ଏତେ ପସନ୍ଦ କରନ୍ତି ଯେ ସେମାନେ ଗୋଟିଏ ଥରରେ ୧୦-୧୫ କାଜୁ ଖାଇଦିଅନ୍ତି। ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଦିନକୁ କେତେ କାଜୁ ଓ କିପରି ଭାବେ ଖାଇଲେ ଏହା ଶରୀର ପାଇଁ ଲାଭ ହୋଇଥାଏ।

ଅଦ୍ୟତନ ହୋଇଛି
What is the right way to eat cashew nuts

What is the right way to eat cashew nuts

Advertisment

ଆଜିକାଲି ପ୍ରାୟ ସମସ୍ତେ ନିଜ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ହେଉଛନ୍ତି। ଏନେଇ ଡ୍ରାଇ ଫ୍ରୁଟ୍ସର ଚାହିଦା ବଢୁଛି। ଡ୍ରାଇ ଫ୍ରୁଟ୍ସ୍ ଭିତରେ କାଜୁର କଥା ନିଆରା। ଏହାର ସ୍ୱାଦରେ ଯେମିତି ଚମତ୍କାର ଏହାର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆଶ୍ଚର୍ଯ୍ୟଜନକ ପ୍ରଭାବ ରହିଛି। ତେବେ ଅନେକ ପୋଷକ ତତ୍ତ୍ୱରେ ଭରପୂର କାଜୁକୁ କିଛି ଲୋକ ଏତେ ପସନ୍ଦ କରନ୍ତି ଯେ ସେମାନେ ଗୋଟିଏ ଥରରେ ୧୦-୧୫ କାଜୁ ଖାଇଦିଅନ୍ତି। ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ। ତେବେ କିଛି ଜିନିଷ ସୀମିତ ପରିମାଣରେ ଏବଂ ସଠିକ୍ ସମୟରେ ଯେକ ଖାଇଲେ ହିଁ ଏହା ଉଚିତ ଲାଭ ମିଳିଥାଏ।

Advertisment

କିଛି ଲୋକ କାଜୁକୁ ହାଲୁକା ଭାବରେ ଭାଜି ଖାଇଥାନ୍ତି ତ ଆଉ କିଛି ଲୋକ ଏହାକୁ ବିନା ଭଜାରେ ଖାଇବାକୁ ପସନ୍ଦ କରନ୍ତି। କାଜୁର ଅଧିକାଂଶ ବ୍ୟବହାର ପ୍ରାୟ ଖିରି, ସିମେଇ, ହାଲୱା, ମିଠା ଇତ୍ୟାଦିରେ ବ୍ୟବହୃତ ହୁଏ। ତେବେ କେତେ ପରିମାଣରେ ଏବଂ କେଉଁ ସମୟରେ କାଜୁ ଖାଇବା ଉଚିତ ତାହା ମଧ୍ୟ ଜାଣିନେବା ଜରୁରୀ।

କାଜୁରେ ଥିବା ପୋଷକ:

କାଜୁରେ କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍, ଭିଟାମିନ୍ ଏ, ସି, ଇ, କେ, ବି ୬, ନିୟାସିନ୍, ରାଇବୋଫ୍ଲାଭିନ, କପର୍, ଫସ୍‌ଫରସ୍, ସୁସ୍ଥ ଚର୍ବି, ପୋଟାସିୟମ୍, ଆଇରନ୍, କ୍ୟାଲ୍‌ସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହି ସମସ୍ତ ପୁଷ୍ଟିକର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଅନେକ ପ୍ରକାରର ରୋଗକୁ ଦୂରେଇ ରଖିବା ସହ ଶରୀରକୁ ସୁସ୍ଥ ରଖେ।

Advertisment

ଗୋଟିଏ ଦିନରେ କେତେ କାଜୁ ଖାଇବେ:

ଏକ ରିପୋର୍ଟ ଅନୁସାରେ ଆବଶ୍ୟତା ଠାରୁ ଅଧିକ କାଜୁ ଖାଇବା ଦ୍ୱାରା ଓଜନ ବଢିପାରେ। ଯଦି ଆପଣ ଚାହୁଁ ନାହାଁନ୍ତି ଯେ ଆପଣଙ୍କର ଓଜନ ବଢୁ ବୋଲି ତେବେ ଏହାର ପୁଷ୍ଟିକର ଲାଭ ଉଠାଇ ନେଇ ପ୍ରତିଦିନ ଅଳ୍ପ ପରିମାଣର କାଜୁ ଖାଆନ୍ତୁ।

ଏଥିପାଇଁ ଆପଣ ପ୍ରତିଦିନ କେବଳ ୫ ରୁ ୧୦ଟି କାଜୁ ଖାଇବା ଉଚିତ। ଯଦି ଆପଣ ଏହାକୁ ସୁସ୍ଥ ଚର୍ବି ଏବଂ ପ୍ରୋଟିନର ଉତ୍ସ ଭାବରେ ଖାଉଛନ୍ତି, ତେବେ ଆପଣ ଦିନକୁ ୧୫ ରୁ ୩୦ଟି କାଜୁ ଖାଇପାରିବେ। ତେବେ ଏହା ଭଲ ହେବ ଯଦି ଆପଣ ଜଣେ ବିଶେଷଜ୍ଞ କିମ୍ବା ଡାଏଟିସିଆନଙ୍କ ପରାମର୍ଶ ପରେ କାଜୁ ଖାଇବା ଅଭ୍ୟାସ କରନ୍ତି।

Advertisment

କାଜୁ ଖାଇବାର ଲାଭ:

କାଜୁରେ ଅନ୍‌ସ୍ୟାଚ୍ୟୁରେଟେଡ୍ ଫ୍ୟାଟ୍ ଏବଂ କିଛି ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଯେପରିକି କପର୍, ମ୍ୟାଗ୍ନେସିୟମ୍, ଜିଙ୍କ୍‌, ଆଇରନ୍ ଏବଂ ଭିଟାମିନ୍ କେ, ଇ ଏବଂ ବି ଭଳି ଭିଟାମିନ୍ ଥାଏ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ କାଜୁ ଖାଇବା ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତର କମିଥାଏ, ଯାହା ହୃଦଘାତର ସମ୍ଭାବନାକୁ ବହୁ ମାତ୍ରାରେ ହ୍ରାସ କରିପାରେ। ଏହା ବ୍ୟତୀତ କାଜୁରେ ଥିବା କେତେକ ଭିଟାମିନ୍ ଏବଂ ମିନେରାଲ୍ସ ଯେପରିକି ପୋଟାସିୟମ୍, ଭିଟାମିନ୍ ଇ, ଭିଟାମିନ୍ ବି ୬ ଏବଂ ଫୋଲିକ୍ ଏସିଡ୍ ମାରାତ୍କକ ରୋଗର ସମ୍ଭାବନାକୁ ହ୍ରାସ କରିଥାଏ।

ଅଧିକ କାଜୁ ଖାଇବାର ସମସ୍ୟା:

ଯଦି ଆପଣ ପ୍ରତିଦିନ ୧୦ଟିରୁ ଅଧିକ କାଜୁ ଖାଆନ୍ତି, ତେବେ ଏହା ଶରୀର ପାଇଁ ଅନେକ କ୍ଷତି କରିପାରେ। ଅଧିକ କାଜୁ ଖାଇବା ଦ୍ୱାରା ଓଜନ ବଢିପାରେ। ଏହା ସହିତ ମୁଣ୍ଡବ୍ୟଥା, ଆଲର୍ଜି, ଦେହ କୁଣ୍ଡେଇ ହେବା, ବାନ୍ତି, ପେଟ ଯନ୍ତ୍ରଣା, ଦେହହାତ ଫୁଲିବା ଇତ୍ୟାଦି ସମସ୍ୟା ମଧ୍ୟ ହୋଇପାରେ। ଯେଉଁ ବ୍ୟକ୍ତିଙ୍କ ପାଖରେ ଆଲର୍ଜି ଭଳି ସମସ୍ୟା ଅଛି ସେମାନେ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଉଚିତ।

କାଜୁ ଖାଇବାର ସଠିକ୍ ଉପାୟ:

ଯଦି ଆପଣ କାଜୁ ଖାଇବାକୁ ବହୁତ ପସନ୍ଦ କରନ୍ତି, ତେବେ ଆପଣ ଏହାକୁ ପାଣିରେ ଭିଜାଇ ଖାଇଲେ ଅଧିକ ଫଳ ମିଳିଥାଏ। ଏହାକୁ ରାତିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଖାଆନ୍ତୁ। ଏହାର ପ୍ରଭାବ ଗରମ ହୋଇଥିବାରୁ ଗ୍ରୀଷ୍ମ ଋତୁରେ ପରିମାଣର କମେଇ ଖାଆନ୍ତୁ। ମଦ୍ୟପାନ ସହିତ କାଜୁ ଖାଇବା ବହୁ କ୍ଷତିକାରକ। ଏହା କୋଲେଷ୍ଟ୍ରଲ ସ୍ତରକୁ ବଢେଇ ଦିଏ।

Health Tips Benefits Of Cashew
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ