Use amla to darken white hair at home
ଭିଟାମିନ୍ Cରେ ଭରପୂର ଅଁଳା, ଅନେକ ଉପାୟରେ ଚୁଟି ପାଇଁ ଲାଭଦାୟକ। ଉଟି ଝଡ଼ିବାକୁ ରୋକିବା ଓ ଚୁଟି ବଢେଇବା ପାଇଁ ଅଁଳାକୁ ବିଶେଷ ଭାବେ ବ୍ୟବହାର କରାଯାଏ। କିନ୍ତୁ ଏହାର ଲାଭ କେବଳ ଏତିକିରେ ସୀମିତ ନୁହେଁ। ଆହୁରି ଅନେକ କେଶ ସମସ୍ୟା ପାଇଁ ଅଁଳାକୁ ମଧ୍ୟ ବ୍ୟବହାର କରାଯାଇପାରେ। ଧଳା ଚୁଟିକୁ କଳା କରିବା ପାଇଁ ଅଁଳା ମଧ୍ୟ ବ୍ୟବହାର କରାଯାଇପାରେ।
ଅଁଳା ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର, ଯାହା ଚୁଟିର ରଙ୍ଗକୁ ଗହରା କରିବାରେ ପ୍ରଭାବଶାଳୀ। କିନ୍ତୁ, ଏହାକୁ ସଠିକ୍ ଭାବରେ ବ୍ୟବହାର କରିଲେ ହିଁ ଏହାର ପ୍ରଭାବ ଚୁଟି ଉପରେ ପଡେ। ତେବେ ଧଳା ଚୁଟିକୁ କଳା କରିବା ପାଇଁ ଅଁଳା କେଉଁ ଉପାୟରେ ବ୍ୟବହାର କରାଯାଇପାରିବ ଆସନ୍ତୁ ଜାଣିବା।
ଧଳା ଚୁଟିରେ ଅଁଳା ଲଗାଇବା ଦ୍ୱାରା ଏହା ଚୁଟିର ph ସ୍ତରକୁ ଠିକ୍ କରେ। ଏହା ଚୁଟିକୁ ପାଚିବାରୁ ରୋକିଥାଏ। ଅଁଳାରେ ଭଲ ପରିମାଣର କପର୍ ମଧ୍ୟ ରହିଥାଏ ଯାହା ମେଲାନିନ ଉତ୍ପାଦନରେ ସହାୟକ ହୋଇଥାଏ। କେଶର କଳା ରଙ୍ଗ ମେଲାନିନ୍ କାରଣରୁ ହୋଇଥାଏ। ଅଁଳା ଚୁଟିକୁ ଉଭୟ ଭିତରୁ ଏବଂ ବାହାରୁ ଲାଭ ଦେଇଥାଏ, ଯାହା କେବଳ ଚୁଟିକୁ କଳା କରେ ନାହିଁ ବରଂ ଏହାର ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ।
ଅଁଳା ପାଉଡର ପ୍ରସ୍ତୁତ:
ଏହି ପାଉଡର କିଣିବାର କୌଣସି ଆବଶ୍ୟକତା ନାହିଁ କାରଣ ଆପଣ ଘରେ ସହଜରେ ଅଁଳା ପାଉଡର ତିଆରି କରିପାରିବେ। ଅଁଳା ପାଉଡର ତିଆରି କରିବା ପାଇଁ, ଅଁଳାକୁ ଖଣ୍ଡ ଖଣ୍ଡ କରି କାଟି ଛାତ ଉପରେ ଶୁଖାନ୍ତୁ। ଶୁଖିଗଲା ପରେ ଏହାକୁ ଏକ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ। ଏବେ ଅଁଳା ପାଉଡର ପ୍ରସ୍ତୁତ।
କିପରି ବ୍ୟବହାର କରିବେ:
- ଏକ ପାତ୍ରରେ ମେହେନ୍ଦୀ ନେଇ ସେଥିରେ ସମ ପରିମଣର ଅଁଳା ପାଉଡର ମିଶାନ୍ତୁ। ସେଥିରେ ନଡ଼ିଆ ତେଲ ଏବଂ ପାଣି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହି ହେୟାର ମାସ୍କକୁ ଚୁଟିରେ ଲଗାଇ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ଭଲ ଭାବେ ମୁଣ୍ଡ ହୋଇଦିଅନ୍ତୁ। ଏହାକୁ ୧୫ ଦିନରେ ଥରେ ବ୍ୟବହାର କରନ୍ତୁ।
- ଧଳା ଚୁଟିକୁ କଳା କରିବା ନେଇ ଅଁଳା ବ୍ୟବହାର କରିବାର ଆଉ ଏକ ଆଶ୍ଚର୍ଯ୍ୟଜନକ ଉପାୟ ଅଛି। ଏଥିପାଇଁ ଅଁଳା ପାଉଡରରେ ୨ଟା ଭିଟାମିନ୍ ଇ ଟାବଲେଟ୍ ଏବଂ ଟିକେ ଆଲୋଭେରା ପକାନ୍ତୁ। ଏହାକୁ ଭଲ ଭାବରେ ମିଶାନ୍ତୁ। ଯଦି ମିଶ୍ରଣ ଅତ୍ୟଧିକ ମୋଟା ହୋଇଯାଏ ତେବେ ପାଣି ମିଶାଯାଇପାରିବେ। ଏହି ମାସ୍କକୁ ଧଳା ଚୁଟିରେ ଲଗାଇ ଅଧ ଘଣ୍ଟା ରଖନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716033345.jpg)