Advertisment

ଘରେ ବୃଦ୍ଧ ବାପ-ମା’ଙ୍କ ସୁରକ୍ଷା ପାଇଁ କ’ଣ କରିବେ ? ଜାଣନ୍ତୁ ୫ଟି ଟିପ୍ସ

ବୟସ୍କ ବ୍ୟକ୍ତିଙ୍କୁ ଘରେ କିପରି ସୁରକ୍ଷିତ ରଖିପାରିବେ ? ସେଥିପାଇଁ କ’ଣ କରିବାକୁ ପଡିବ ଆପଣଙ୍କୁ ? ଜାଣି ରଖନ୍ତୁ ଏଇ ଟିପ୍‌ସ।

ଅଦ୍ୟତନ ହୋଇଛି
 safer home for parents

safer home for parents

Advertisment

ବାର୍ଦ୍ଧକ୍ୟ ଆଉ ଶୈଶବ ଖୋଜିଥାଏ ଟିକିଏ ସ୍ନେହ, ଶ୍ରଦ୍ଧା, ଯତ୍ନ ଆଉ ସଚେତନତା। ଛୋଟ ପିଲାର ଯତ୍ନ ନେବା ପରି ବୃଦ୍ଧ ବାପା-ମା’ଙ୍କର ବି ଯତ୍ନ ନେବାକୁ ପଡ଼ିଥାଏ। ଯଦି ଘରେ ବୃଦ୍ଧ ବାପା-ମା’ ରହୁଥାନ୍ତି ତେବେ ଆପଣଙ୍କର ଦାୟିତ୍ୱ, କାମ ନିଶ୍ଚିତ ଭାବେ ବଢିଯାଇଥାଏ। ଅନ୍ୟାନ୍ୟ କାମର ଚାପ ସାଙ୍ଗକୁ ବୃଦ୍ଧ ବାପା-ମା’ ବାରମ୍ବାର ଡାକିବା, କାମ ବଢାଇବା ବେଳେବେଳେ ବିରକ୍ତିକର ଲାଗିଥାଏ। କିନ୍ତୁ ରାଗିବା ବା ଚିଡଚିଡ୍‌ ହେବା ସମାଧାନ ନୁହେଁ। ବରଂ ନିଜ କାମ ଶୈଳୀରେ ସାମାନ୍ୟ ପରିବର୍ତ୍ତନ, ସଜାଡା ସଜାଡି ଏପରି ସମସ୍ୟାର ସମାଧାନ କରିପାରିଥାଏ। ଅନ୍ୟପକ୍ଷେ ଆପଣଙ୍କ କାମ କରିବାର ଶୈଳୀ ବାପା-ମା’ଙ୍କ କାମକୁ  ସହଜ କରି ଦେଇଥାଏ ଏବଂ ଆପଣଙ୍କ କାମ ବି କମ୍‌ କରିଦେଇଥାଏ। ଫଳରେ କାମରୁ ଫୁରସତ୍‌ ପାଇଲେ ଆପଣ ବାପା-ମା’ଙ୍କ ସହ ଭଲରେ କଥାବାର୍ତ୍ତା କରିବାକୁ ସମୟ ପାଇପାରିବେ। ବୃଦ୍ଧ ବାପା-ମା ଆଉ ବୋଝ ପରି ଲାଗିବେନି ବରଂ ଆପଣାର-ଆପଣାର ଲାଗିବେ। କେମିତି ନିଜ କାମକୁ ସହଜ କରିବେ, କେମିତି କାମ କରିବାର ଶୈଳୀ ବଦଳାଇବେ ? ଏ ସମ୍ପର୍କରେ କିଛିଟା ଟିପ୍ସ।

Advertisment

ହାତ ପାହାନ୍ତାରେ ଟର୍ଚ୍ଚ ଲାଇଟ ରଖନ୍ତୁ

ଯଦି ଆପଣ ରହୁଥିବା ଅଞ୍ଚଳରେ ନିୟମିତ ପାୱାର କଟ୍‌ ହେଉଥାଏ ତେବେ ମନେ ରଖି ଏକ ଟର୍ଚ୍ଚ ଲାଇଟ ବା ଚାର୍ଜିଂ ଲାଇଟ ବୃଦ୍ଧ ବାପା-ମା’ଙ୍କ ବିଛଣା ପାଖରେ ରଖନ୍ତୁ। ପାୱାର କଟ ହେଲେ ଯେମିତି ସେ ତୁରନ୍ତ ଏହାକୁ ପାଇଯିବେ। ଫଳରେ ଅନ୍ଧାରରେ ଝୁଣ୍ଟିବା ବା ପଡିଯିବାର ଭୟ ରହିବ ନାହିଁ।

 ଚଟାଣରେ ସୁରକ୍ଷିତ ଆସନ ପକାନ୍ତୁ

ଘରେ ସୁରକ୍ଷିତ ଆସନ ବା ମ୍ୟାଟ ପକାଇଲେ ବୃଦ୍ଧ ଲୋକଙ୍କର ପଡ଼ିଯିବା ଭୟକୁ କମ ରହିବ। କାରଣ ଅନେକ ସମୟରେ ମଇଶ୍ଚର ଯୋଗୁ ଚଟାଣ ଝାଳେଇଥାଏ ଏବଂ ଏହାଦ୍ୱାରା ଗୋଡ ଖସିବାର ଆଶଙ୍କା ଥାଏ। ବିଶେଷକରି ବୃଦ୍ଧ ଲୋକଙ୍କର ଶରୀର ଦୁର୍ବଳ ହୋଇଥିବାରୁ ସାମାନ୍ୟ ଗୋଡ ଖସିଗଲେ ସେମାନେ ଭାରସାମ୍ୟ ରକ୍ଷା କରିପାରିନ୍ତି ନାହିଁ। ତେଣୁ ଏପରି ମ୍ୟାଟ ପକାନ୍ତୁ ଯାହା ମଇଶ୍ଚରକୁ ଆବଜର୍ବ କରୁଥିବ ଏବଂ ଚାଲିଲେ ପାଦ ଖସୁ ନ ଥିବ।

Advertisment

ଝରକା ଏବଂ କବାଟରେ ମୋସନ ସେନ୍ସର ଲାଇଟ ଲଗାନ୍ତୁ

ଘରେ ବୃଦ୍ଧ-ବୃଦ୍ଧା ଥିଲେ ମୋସନ ସେନ୍ସର ଲଗାନ୍ତୁ। ବିଶେଷ କରି ଘରର କବାଟ ଏବଂ ଝରକାରେ ଏହାକୁ ଲଗାଇ ଦିଅନ୍ତୁ। ଫଳରେ ଏହା ବୃଦ୍ଧ ବ୍ୟକ୍ତିଙ୍କ ମୁଭ୍‌ମେଣ୍ଟ ଉପରେ ନଜର ରଖିଥିବ। ଏହାଦ୍ୱାରା ତୁମେ ନିଶ୍ଚିତ ରହିବା ସହ ବାପା-ମା’ ବି ସୁରକ୍ଷିତ ରହିବେ।

 ଗାଧୁଆ ଘରକୁ ସୁରକ୍ଷିତ ରଖନ୍ତୁ

ଘରେ ଥିବା ବୟସ୍କ ଅଭିଭାବକଙ୍କ ସୁରକ୍ଷା କଥା ମନକୁ ଆସିଲେ ପ୍ରଥମେ ମନେ ପଡେ ଗାଧୁଆ ଘର କଥା। କାରଣ ଅଧିକାଂଶ ଦୁର୍ଘଟଣା ଗାଧୁଆଘରେ ହିଁ ଘଟିଥାଏ। ତେଣୁ ଗାଧୁଆଘର ସଫା ଅଛି କି ନାହିଁ, ଗୋଡ ଖସୁଛି କି ନାହିଁ ସେସବୁ ପ୍ରତି ପ୍ରଥମେ ଧ୍ୟାନ ଦେବା ଆବଶ୍ୟକ। ପ୍ରଥମେ ଦେଖନ୍ତୁ, ଗାଧୁଆ ଘରର କଣରେ କୌଣସି ଧାର ଅଛି କି ନାହିଁ । ଗାଧୁଆ ଘରେ କମ ଜିନିଷ ରଖନ୍ତୁ ଯାହା ଦ୍ୱାରା ବୟସ୍କ ବ୍ୟକ୍ତଙ୍କୁ ସାବୁନ ବା ଟାୱେଲ ଖୋଜି ପାଇବାରେ ଅସୁବିଧା ହେବନି।

Advertisment

ଅଧିକାଂଶ ସ୍ଥାନରେ ହାଣ୍ଡରେଲ ବା ରେଲିଂ ଲଗାନ୍ତୁ

ଘରେ ବୟସ୍କ ବାପା-ମା’ ଥିଲେ ଅଧିକାଂଶ ସ୍ଥାନରେ ହାଣ୍ଡରେଲ ବା ରେଲିଂ ଲଗାନ୍ତୁ। ଏହା ସେମାନଙ୍କୁ ଘର ଭିତରେ ସୁରକ୍ଷିତ ରଖିପାରିବ । ଯଦି ଚାଲୁଚାଲୁ ସେମାନେ ଭାରସାମ୍ୟ ହରାନ୍ତି ତେବେ ଏହାକୁ ଧରି ନିଜକୁ ରକ୍ଷା କରିପାରିବେ।  ହୁଏତ ଏହା ଘରର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇ ପାରେ। ହେଲେ ଏହାଦ୍ୱାରା ସେମାନଙ୍କର ପଡିଯିବା ଆଶଙ୍କା କମିଯିବ। ଘରର ଯେ କୌଣସି ସ୍ଥାନରେ ରେଲିଂ ଲଗାନ୍ତୁ ଯାହାକି ତୁମ ଆପଣାର ମଣିଷ ପାଇଁ ହୁଏତ କେତେବେଳେ ସହାୟତାର ବାଡିଟିଏ ପାଲଟି ଯାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ