Yoga Asanas For Back Pain Relief
ପ୍ରାୟତଃ ଜୀବନଶୈଳୀ ବ୍ୟାଘାତ, ଖାଦ୍ୟରେ ପୋଷକ ତତ୍ତ୍ୱ ଅଭାବ ଏବଂ ଭୁଲ୍ ଶାରୀରିକ ସ୍ଥିତି ଯୋଗୁଁ ଶରୀରର ଯନ୍ତ୍ରଣା ବଢିବାରେ ଲାଗିଛି। ପୂର୍ବରୁ କେବଳ ବୃଦ୍ଧମାନଙ୍କ କ୍ଷେତ୍ରରେ ସାଧାରଣ ତ ଏହିସବୁ ଶାରୀରିକ ଯନ୍ତ୍ରଣା ଦେଖାଯାଉଥିଲା। କିନ୍ତୁ ବର୍ତ୍ତମାନ ଅଳ୍ପ ବୟସରେ ମଧ୍ୟ ଲୋକମାନେ ଏଭଳି ଯନ୍ତ୍ରଣାରେ ପୀଡିତ ହେଉଛନ୍ତି।
ଅଧିକାଂଶ ମହିଳା ଉଠିବା, ବସିବା ଏବଂ ନଇଁବା ସମୟରେ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗୁଛନ୍ତି। ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ ପରେ ମଧ୍ୟ ପ୍ରାୟ ଏସବୁରୁ ମୁକ୍ତି ନ ମିଳିବା ଦେଖାଯାଏ।
ତେବେ ଏମିତି କିଛି ଯୋଗ ଆସନ ରହିଛି ଜାହାକୁ ଅଭ୍ୟାସ କରିବା ଦ୍ୱାରା ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହ୍ରାସ ହୋଇପାରେ ଏବଂ ସ୍ଥିତିରେ ଉନ୍ନତି ହୋଇପାରେ। ଏଠାରେ, କିଛି ଯୋଗାସନ ଏବଂ ସେସବୁର ଅଭ୍ୟାସର ପଦ୍ଧତିଗୁଡିକ ଜାଣିବା, ଯାହା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବ।
ଭୁଜଙ୍ଗାସନ:
ଭୁଜଙ୍ଗାସନ ଅଭ୍ୟାସ ବେକ ଏବଂ ମେରୁଦଣ୍ଡ ପାଇଁ ଖୁବ ଲାଭଦାୟକ। ହରମୋନ୍ ଅସନ୍ତୁଳନର ସମସ୍ୟା ଥିଲେ ମଧ୍ୟ ନିୟମିତ ଭୁଜଙ୍ଗାସନ ଅଭ୍ୟାସ କରିବା ଉଚିତ। ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ସହ ଫ୍ରୋଜେନ୍ ସୋଲ୍ଡର୍ ଏବଂ ଛାତି ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଏହି ଆସନ ଅତ୍ୟନ୍ତ ଲାଭଦାୟକ।
ଭୁଜଙ୍ଗାସନଏହି ଯୋଗାସନ କରିବା ପାଇଁ, ପେଟ ଉପରେ ଶୋଇ ପାପୁଲିକୁ କାନ୍ଧ ତଳେ ରଖନ୍ତୁ। ତା’ପରେ ଶରୀରର ଆଗ ଭାଗକୁ ଉପରକୁ ଉଠାନ୍ତୁ ଏବଂ ଏହି ଅବସ୍ଥାରେ ୧୦-୨୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ। ପରେ ସାଧାରଣ ଅବସ୍ଥାକୁ ଆସନ୍ତୁ।
ଶଲଭାସନ:
ଏହା ଶାରୀରିକ ସ୍ଥିତିରେ ଉନ୍ନତି ଆଣିବା ସହ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଶଲଭାସନ କରିବା ପାଇଁ, ଆପଣ ପେଟ ପଟିଆ ଶୋଇ ଯାଆନ୍ତୁ ଏବଂ ଉଭୟ ପାପୁଲିକୁ ଜଙ୍ଘ ତଳେ ରଖନ୍ତୁ। ଉଭୟ ପାଦର ଗୋଇଠି ଏକତ୍ର ସଂଯୋଗ କରନ୍ତୁ ଏବଂ ଆଙ୍ଗୁଠିକୁ ସିଧା ରଖନ୍ତୁ। ଶ୍ୱାସ ନେଇ ଧୀରେ ଧୀରେ ଗୋଡ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ ଗୋଡକୁ ତଳକୁ ଆଣନ୍ତୁ।
ଶଲଭାସନଉଷ୍ଟ୍ରାସନ:
ଉଷ୍ଟ୍ରାସନ କରିବାକୁ, ଆଣ୍ଠୁ ଉପରେ ବସନ୍ତୁ ଏବଂ ଉଭୟ ଆଣ୍ଠୁକୁ କାନ୍ଧର ଚଉଡା ଅନୁସାରେ ରଖନ୍ତୁ। ବର୍ତ୍ତମାନ ଶ୍ୱାସ ନେଇ ଅଣ୍ଟାକୁ ଆଗକୁ ଠେଲି ମେରୁଦଣ୍ଡକୁ ପଛକୁ ବଙ୍କା କରନ୍ତୁ। ଦୁଇ ହାତକୁ ପଛପଟେ ବୁଲାଇ ଗୋଇଠି ଛୁଇଁବାକୁ ଚେଷ୍ଟା କରନ୍ତୁ।
ଉଷ୍ଟ୍ରାସନମନେରଖନ୍ତୁ ଯେ ଏହି ଅବସ୍ଥାରେ ଥିବାବେଳେ ବେକ ଉପରେ ଅଧିକ ଚାପ ରହିବା ଉଚିତ ନୁହେଁ ଏବଂ ଅଣ୍ଟାରୁ ଆଣ୍ଠୁ ପର୍ଯ୍ୟନ୍ତ ଅଂଶ ସିଧା ରହିବା ଉଚିତ। କିଛି ସମୟ ପରେ ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727796995.jpg)