Advertisment

Ahaan Panday: ଅହାନ ଲାଗନ୍ତି ସୁପର କୁଲ୍ , ଆପଣ ବି ଚାହିଁଲେ କରିପାରିବେ ଫ‍ଲୋ

ଯଦି କୌଣସି ଛୁଟିରେ ବୁଲିବାକୁ ଯିବାକୁ ହୁଏ, ତେବେ ଅହାନ ପାଣ୍ଡେଙ୍କ ଏହି ଲୁକ୍‌ ରୁ ଆଇଡିଆ ନିଆଯାଇପାରେ। ଅହାନ ପାଣ୍ଡେ ଧଳା ବେସିକ ଟି-ସାର୍ଟକୁ ଲାଇଟ କ୍ରିମ ପ୍ୟାଣ୍ଟ ସହ ଷ୍ଟାଇଲ କରିଛନ୍ତି।

ଅଦ୍ୟତନ ହୋଇଛି
ahaan panday

ahaan panday

Advertisment

ଫିଲ୍ମ ସୈୟାରା ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିବା ଅଭିନେତା ଅହାନ ପାଣ୍ଡେଙ୍କ ଚର୍ଚ୍ଚା ସବୁଆଡେ ହେଉଛି । ଫିଲ୍ମ ସୈୟାରା ରେ ଅନୀତ ପଡ୍ଡା ଏବଂ ଅହାନ ପାଣ୍ଡେଙ୍କ ଅଭିନୟ ଏବଂ କେମେଷ୍ଟ୍ରି ଦର୍ଶକମାନଙ୍କୁ ବେଶ୍‌ ପସନ୍ଦ ହେଉଛି। ଏହାସହ, ଫିଲ୍ମର ବକ୍ସ ଅଫିସ କଲେକ୍ସନ ମଧ୍ୟ ଜବରଦସ୍ତ ରହିଛି ।

Advertisment

ଅହାନ ପାଣ୍ଡେ ତାଙ୍କ ଅଭିନୟ ପାଇଁ ତାରିଫ ସାଉଁଟୁଥିବା ବେଳେ, ତାଙ୍କର ଫ୍ୟାଶନ ସେନ୍ସ ଏବଂ ଅଲଗା ଷ୍ଟାଇଲ ମଧ୍ୟ ଚର୍ଚ୍ଚାରେ ରହିଛି । କେତେବେଳେ ଅହାନ କାଜୁଆଲ ଲୁକ୍‌ରେ ଦେଖାଯାଆନ୍ତି ତ କେତେବେଳେ ଟକ୍ସିଡୋ ପିନ୍ଧି ନଜର ଆସନ୍ତି। ତେବେ, କୁର୍ତା ଲୁକ୍‌ ତାଙ୍କର ସବୁଠୁ ବେଷ୍ଟ । ଏହି ନୂଆ ତାରକାଙ୍କର କିଛି ବେଷ୍ଟ୍ ଲୁକ୍‌ ଏଠାରେ ଦେଖନ୍ତୁ।

ଯଦି କୌଣସି କନସର୍ଟ କିମ୍ବା ଏପରି କିଛି ଜାଗାକୁ ଯିବାକୁ ହୁଏ, ତେବେ ଅହାନ କ୍ୟାଜୁଆଲ ଲୁକ୍‌ରେ ଯାଇଥାନ୍ତି। ଅହାନଙ୍କ ହେୟାର ଷ୍ଟାଇଲ ଏବଂ କାଜୁଆଲ ଟି-ସାର୍ଟ ତାଙ୍କ ଲୁକ୍‌କୁ କୁଲ୍‌ କରିଦିଏ। ଏହି ଲୁକ୍‌ରେ ଅହାନ ସାଧାରଣ ଟି-ସାର୍ଟ ବଦଳରେ କୋଟ୍ସ ଥିବା ଗ୍ରାଫିକ୍‌ ଟି-ସାର୍ଟ ପିନ୍ଧିଛନ୍ତି।

Advertisment

କେବଳ ଗ୍ରାଫିକ୍‌ ଟି-ସାର୍ଟ ନୁହେଁ, ଗ୍ରାଫିକ୍‌ ହୁଡି ମଧ୍ୟ ଅହାନଙ୍କୁ ବେଶ୍‌ ପସନ୍ଦ। ଯଦି କୌଣସି ଥଣ୍ଡା ଜାଗାକୁ ବୁଲିବାକୁ ଯିବାକୁ ହୁଏ, ତେବେ ଏହି ଲୁକ୍‌ରେ ଯାଇପାରିବେ। ଅହାନ ଗ୍ରାଫିକ୍‌ ହୁଡି ସହ ମଷ୍ଟର୍ଡ ବିନି ପିନ୍ଧିଛନ୍ତି।

Advertisment

କଳା ବ୍ଲେଜର ଏବଂ ଧଳା ସାର୍ଟ ଥିବା ଏହି ଲୁକକୁ ଝିଅ ଫ୍ୟାନ୍ସ ମାନେ ଅଧିକ ପସନ୍ଦ କରୁଛନ୍ତି । ଅହାନ ପାଣ୍ଡେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏହି ଫଟୋ ସେୟାର କରିଥିଲେ। ଏହି ଫଟୋରେ ଅହାନ ଏକଦମ ଚକଲେଟ ବୟ ପରି ଲାଗୁଛନ୍ତି। ଅହାନ ତାଙ୍କ ଲୁକ୍‌କୁ ବେଶ୍‌ ସରଳ ରଖିଛନ୍ତି, ତଥାପି ସେ ଏତେ ଆକର୍ଷଣୀୟ ଲାଗୁଛନ୍ତି ଯେ ତାଙ୍କଠାରୁ ନଜର ହଟାଇବା କଷ୍ଟକର।

ଯଦି କୌଣସି ଛୁଟିରେ ବୁଲିବାକୁ ଯିବାକୁ ହୁଏ, ତେବେ ଅହାନ ପାଣ୍ଡେଙ୍କ ଏହି ଲୁକ୍‌ ରୁ ଆଇଡିଆ ନିଆଯାଇପାରେ। ଅହାନ ପାଣ୍ଡେ ଧଳା ବେସିକ ଟି-ସାର୍ଟକୁ ଲାଇଟ କ୍ରିମ ପ୍ୟାଣ୍ଟ ସହ ଷ୍ଟାଇଲ କରିଛନ୍ତି। ମୁଣ୍ଡରେ ଲଗାଇଥିବା ହ୍ୟାଟ ପୂରା ଲୁକ୍‌କୁ ବିଚ୍‌ ଭାଇବ ଦେଉଛି। କାଜୁଆଲ ଲୁକ୍‌ ହେଉ କି ଟିକେ ଷ୍ଟାଇଲିସ୍‌, ଧଳା ବେସିକ ଟି-ସାର୍ଟ ପୂରା ଲୁକ୍‌କୁ ପରଫେକ୍ଟ କରିଦିଏ।

ଅହାନ କୁର୍ତା ପିନ୍ଧି ପୂଜାପର୍ବରେ ଅଂଶଗ୍ରହଣ କରନ୍ତି। ଅହାନ ଧଳା କୁର୍ତା-ପାଇଜାମା ପିନ୍ଧିଛନ୍ତି ଏବଂ ଆକର୍ଷଣୀୟ ଲାଗୁଛନ୍ତି।

Style Icons Natural Looks
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ