Advertisment

Parenting Tips: ଆପଣଙ୍କ ପିଲା ନିଦରେ ଶୋଇଲା ବେଳେ କଥା ହେଉଛି କି… ଜାଣନ୍ତୁ ଏହାର କାରଣ ଓ ନିରାକରଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୋଇବା ବେଳେ କଥାବାର୍ତ୍ତା ହେବା ପ୍ରକୃତରେ ଏକ ନିଦ୍ରା ସମ୍ବନ୍ଧୀୟ ବ୍ୟାଧି ଅଟେ ଯାହାକୁ ସୋମନିଲୋକ୍ୱୀ ବୋଲି କୁହାଯାଏ। ଏହି ସମସ୍ୟା ଶିଶୁ ଏବଂ କିଶୋରମାନଙ୍କଠାରେ ବହୁତ ଦେଖାଯାଏ। ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।

ଅଦ୍ୟତନ ହୋଇଛି
how to stop sleep talking

Reason for sleep talking in kids follow these prevention tips

Advertisment

ଗୋଟିଏ ପିଲାକୁ ଛୋଟରୁ ବଡ କରିବା ଏତେ ସହଜ ନୁହେଁ। ଏନେଇ ପ୍ରତ୍ୟେକ ବାପା-ମାଆ ନିଜ ପିଲାମାନଙ୍କୁ ନେଇ ଚିନ୍ତିତ ଥାଆନ୍ତି। ସେମାନେ ତାଙ୍କର ସବୁ ପ୍ରକାରର ଯତ୍ନ ନିଅନ୍ତି। ପିଲାର ଟିକିଏ କ’ଣ ହେଇଗଲେ ବାପାମାଆ ଚିନ୍ତାରେ ପଡିଯାଆନ୍ତି। ବେଳେବେଳେ ଦେଖାଯାଏ ପିଲାମାନେ ରାତିରେ ଶୋଇବା ବେଳେ କାହା ସହ କଥା ହେବା। ଯଦିଓ ସେମାନଙ୍କ କଥା କିଛି ବୁଝିହୁଏନି ତଥାପି ସେମାନେ ଏମିତି କରନ୍ତି।

Advertisment

ଛୋଟ ପିଲାମାନଙ୍କଠାରେ ଏହିପରି ଲକ୍ଷଣ ଅତି ସାଧାରଣ ଅଟେ। ଏହା କେବଳ ପିଲାମାନଙ୍କ କ୍ଷେତ୍ରରେ ନୁହେଁ ବୟସ୍କମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ, ଯେଉଁ କାରଣରୁ ନିକଟରେ ଶୋଇଥିବା ବ୍ୟକ୍ତିଙ୍କ ନିଦ ବାରମ୍ବାର ବ୍ୟାହତ ହୋଇପାରେ। କିନ୍ତୁ ପରଦିନ ସକାଳେ ସେ ଶୋଇଥିବା ସମୟର କଥା କିଛି ମନେ ରଖି ନଥାନ୍ତି। ଏପରି ପରିସ୍ଥିତିରେ, ମନକୁ ଏକ ପ୍ରଶ୍ନ ଆସେ ଯେ ଏହାର କାରଣ କ’ଣ ହୋଇପାରେ?

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ସେମାନଙ୍କୁ କରାନ୍ତୁ ଏହି ୩ ଆସନ, ଶୀଘ୍ର ବଢିବ ଉଚ୍ଚତା

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୋଇବା ବେଳେ କଥାବାର୍ତ୍ତା ହେବା ପ୍ରକୃତରେ ଏକ ନିଦ୍ରା ସମ୍ବନ୍ଧୀୟ ବ୍ୟାଧି ଅଟେ ଯାହାକୁ ସୋମନିଲୋକ୍ୱୀ ବୋଲି କୁହାଯାଏ। ଏହି ସମସ୍ୟା ଶିଶୁ ଏବଂ କିଶୋରମାନଙ୍କଠାରେ ବହୁତ ଦେଖାଯାଏ। ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।

କାରଣ କ’ଣ:

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୋଇବା ବେଳେ କଥା ହେବା ମଧ୍ୟ ଜେନେଟିକ୍‌ ସମସ୍ୟା। ଯଦି ଆପଣ କିମ୍ବା ଆପଣଙ୍କ ପାର୍ଟନର୍ ନିଦ ବାଉଳାରେ କଥା ହେଉଥାନ୍ତି ତେବେ ଏହା ସମ୍ଭବ ଯେ ଏହି ଲକ୍ଷଣ ଆପଣଙ୍କ ପିଲାଙ୍କଠାରେ ମଧ୍ୟ ଦେଖାଯାଇପାରେ।

Advertisment

ବିଶେଷକରି ଯଦି ପିଲାଟି ଅସୁସ୍ଥ ହୋ‍ଇପଡେ, କୌଣସି ପ୍ରକାରର ଚାପର ସମ୍ମୁଖୀନ ହୁଏ, ଉଦାସୀନତା ଭଳି ଲକ୍ଷଣ ଦେଖାଏ କିମ୍ବା ଅନିଦ୍ରା ସମସ୍ୟା ଦେଖାଯାଏ ଏଭଳି ଲକ୍ଷଣ ଦେଖିବାକୁ ମିଳିବ। କେବଳ ଏତିକି ନୁହେଁ, ବେଳେବେଳେ ଖରାପ ସ୍ୱପ୍ନ ହେତୁ ପିଲାମାନେ ରାତିରେ ଶୋଇବା ସମୟରେ କଥାବାର୍ତ୍ତା କରିବା ଆରମ୍ଭ କରନ୍ତି।

କ 'ଣ କରିବେ:

ଯଦି ଆପଣଙ୍କ ପିଲା ରାତିରେ ଶୋଇବା ସମୟରେ କଥା ହୁଏ, ତେବେ ଏହାର କାରଣ ସ୍କୁଲରେ ପରୀକ୍ଷା, କୌଣସି ପ୍ରକାର ସମସ୍ୟା, ଭୟ କିମ୍ବା ଚାପ ହେତୁ ହୋଇପାରେ। ଏପରି ପରିସ୍ଥିତିରେ, ଆପଣ ଦିନରେ ସେ ବିଷୟରେ ପିଲାଙ୍କ ସହ କଥା ହେବା ଉଚିତ ଏବଂ ତାଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ।

ଅଧିକ ପଢ଼ନ୍ତୁ: Parenting Tips: ପିଲା ଅଧିକ ଖେଳୁଥିଲେ ଚିଡୁଛନ୍ତି କି, ତେବେ କରୁଛନ୍ତି ଭୁଲ୍; ଜାଣନ୍ତୁ ପିଲା ଖେଳିଲେ କ’ଣ ହୁଏ

ଯେତେବେଳେ ଆପଣ ନିଜ ପିଲାଙ୍କ ଅସ୍ଥିରତାକୁ ଶାନ୍ତ କରିଦେବେ ଏବଂ ତାଙ୍କୁ ସମର୍ଥନ କରିବେ, ତେବେ ସେମାନଙ୍କ ଚାପ କମିଯିବ। ଏହିପରି ଭାବେ ଶୋଇବା ସମୟରେ କଥା ହେବା ସମସ୍ୟା ଓ ନିଦରେ ଅସ୍ଥିରତାକୁ ହ୍ରାସ କରାଯାଇପାରିବ।

କେତେ ବିପଦ:

ପିଲାମାନଙ୍କ ମଧ୍ୟରେ ଶୋଇବା ବେଳେ ଏମିତି କଥା ହେବା ଏକ ସାଧାରଣ କଥା ଏବଂ ବୟସ ସହିତ ଏହା କମିଯାଏ। ଏପରି ପରିସ୍ଥିତିରେ, ବିରକ୍ତ ହେବା ପରିବର୍ତ୍ତେ, ସେମାନଙ୍କ ସହିତ ସପୋର୍ଟିଭ୍ ବ୍ୟବହାର କରିବା ଉଚିତ। ଏହା ବ୍ୟତୀତ, ଶୋଇବା ପୂର୍ବରୁ ପିଲା ସହିତ କିଛି ଭଲ କଥା କୁହନ୍ତୁ ଏବଂ ପିଲାର ଚାପକୁ ଦୂର କରିବାକୁ ଚେଷ୍ଟା କରନ୍ତୁ।

Parents Parental Control Mental Distress Baby Caring Parenting Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ