Open communication in marriage is important for successful relationship
ପ୍ରତ୍ୟେକ ସମ୍ପର୍କ କଥାବାର୍ତ୍ତାରୁ ହିଁ ଆରମ୍ଭ ହୁଏ ଏବଂ ଯେତେବେଳେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ବନ୍ଦ ହେବା ଆରମ୍ଭ ହୁଏ ସମ୍ପର୍କରେ ମଧ୍ୟ ବିଚ୍ଛିନ୍ନତା ଦେଖାଦିଏ। ବୈବାହିକ ଜୀବକୁ ଉନ୍ନତି କରିବା ପାଇଁ ମଧ୍ୟ ଏହି ସୂତ୍ର ଖୁବ ଉପଯୋଗୀ ହୋଇଥାଏ। ଯଦି ଆପଣ ନିଜ ପାର୍ଟନର୍ଙ୍କ ସହିତ ବିନା ଦ୍ୱିଧାରେ ଖୋଲା କଥାବାର୍ତ୍ତା କରିବାକୁ ସକ୍ଷମ, ଏହା ନିଶ୍ଚିତ ଯେ ଆପଣଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲିବ।
କିନ୍ତୁ ଯଦି ଆପଣଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ କୌଣସି ପ୍ରସଙ୍ଗ ନାହିଁ କିମ୍ବା ସମୟ ସହିତ ଯୋଗାଯୋଗ ବ୍ୟବଧାନ ଆସୁଛି ତେବେ ବୁଝିବାକୁ ହେବ ଯେ ଏହା ଆପଣଙ୍କର ସମ୍ପର୍କକୁ ବଜାୟ ରଖିବାରେ ଏକ ପ୍ରତିବନ୍ଧକ ହୋଇପାରେ। ତେବେ ଦାମ୍ପତ୍ୟ ଜୀବନରେ ଯୋଗାଯୋଗର ଉନ୍ନତି କାହିଁକି ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା।
ଭୁଲ ବୁଝାମଣା ଦୂର କରେ:
ଭୁଲ ବୁଝାମଣା ଦୂର କରେଯଦି ଆପଣଙ୍କ ମଧ୍ୟରେ ଅନେକ ଭୁଲ ବୁଝାମଣା ଉପୁଜେ, ଏହାର ଅର୍ଥ ହେଉଛି ଆପଣଙ୍କ ମଧ୍ୟରେ ଖୋଲା କଥାବାର୍ତ୍ତାର ଅଭାବ। ବାସ୍ତବରେ, ଯେତେବେଳେ ସ୍ୱାମୀ-ସ୍ତ୍ରୀ ପରସ୍ପର ସହିତ କଥାବାର୍ତ୍ତା ଜାରି ରଖନ୍ତି, ସେମାନେ ପରସ୍ପର ନିକଟରେ ନିରାପଦ ଅନୁଭବ କରନ୍ତି ଏବଂ ସେମାନଙ୍କ ମଧ୍ୟରେ ବିଶ୍ୱାସ ମଧ୍ୟ ରୁହେ।
ସମ୍ମାନରେ ବୃଦ୍ଧି:
ସମ୍ମାନରେ ବୃଦ୍ଧିଯେତେବେଳେ ଆପଣ ଯେକୌଣସି କାର୍ଯ୍ୟର କାରଣ, ଆପଣଙ୍କ ଯୋଜନା, ଯେକୌଣସି ପ୍ରସଙ୍ଗରେ ନିଜର ଯୁକ୍ତିକୁ ନିଜ ପାର୍ଟନର୍ଙ୍କ ସହିତ ଶେୟାତ କରିବ ଏବଂ ନିଜର କଥାକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରିବ, ତେବେ ଆପଣଙ୍କ ପାର୍ଟନର୍ ଆପଣଙ୍କୁ ଭଲ ଭାବରେ ବୁଝିବାକୁ ସକ୍ଷମ ହେବେ ଏବଂ ଆପଣଙ୍କୁ ସମ୍ମାନ ଦେବେ।
ଅନୁମାନ କରିବାର ଆବଶ୍ୟକତା ନାହିଁ:
ଅନୁମାନ କରିବାର ଆବଶ୍ୟକତା ନାହିଁଯେତେବେଳେ ଆପଣଙ୍କ ମଧ୍ୟରେ ଏକ ଖୋଲା ବାର୍ତ୍ତାଳାପ ହୁଏ, ଆପଣଙ୍କ ପାର୍ଟନର୍ଙ୍କୁ ବୁଝିବା ପାଇଁ ଅନୁମାନ କରିବାର ଆବଶ୍ୟକତା ପଡିବ ନାହିଁ। ଅନେକ ଲୋକ ସେମାନଙ୍କ ପର୍ଟନର୍ କ’ଣ କହୁଛନ୍ତି ତାହା ବୁଝିବା ପାଇଁ ତୃତୀୟ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତି ଏବଂ ଏହି କାରଣରୁ ସେମାନେ ମଧ୍ୟ ଭୁଲ୍ ଭାବେ ଗାଇଡ୍ ହୁଅନ୍ତି। ଯେଉଁ କାରଣରୁ ବୈବାହିକ ଜୀବନ ବାଧାପ୍ରାପ୍ତ ହୋଇପାରେ।
ନିଜକୁ ବୁଝିବାରେ ସାହାଯ୍ୟ:
ନିଜକୁ ବୁଝିବାରେ ସାହାଯ୍ୟଯେତେବେଳେ ଆପଣ ଆପଣଙ୍କ ପାର୍ଟନର୍ଙ୍କ ସହିତ କିଛି ଆଲୋଚନା କରନ୍ତି ଏବଂ ସବୁକିଛି ଶେୟାର କରନ୍ତି, ଏହା ମଧ୍ୟ ଆପଣଙ୍କୁ ବୁଝିବାରେ ସାହାଯ୍ୟ କରେ ଏବଂ ଆପଣ ନିଜ ବିଚାରକୁ ନେଇ ସନ୍ଦେହରେ ରହିବେ ନାହିଁ। ଏହି ଉପାୟରେ ଆପଣ କ’ଣ ଅନୁଭବ କରୁଛନ୍ତି ଏବଂ ଆପଣଙ୍କ ପାଇଁ କ’ଣ ଗୁରୁତ୍ୱପୂର୍ଣ୍ଣ ତାହା ବୁଝିବାକୁ ସକ୍ଷମ ହେବେ।
ବିବାହରେ ଆତ୍ମତୃପ୍ତି:
ବିବାହରେ ଆତ୍ମତୃପ୍ତିଉତ୍ତମ ଯୋଗାଯୋଗ ଆପଣଙ୍କ ପାର୍ଟନର୍ ସହିତ ଜଡିତ ରହିବାକୁ ସାହାଯ୍ୟ କରେ। କେବଳ ଏତିକି ନୁହେଁ, ଆପଣ ନିଜ ପାର୍ଟନର୍ ସହିତ ସମ୍ପର୍କକୁ ନେଇ ମଧ୍ୟ ଆତ୍ମବିଶ୍ୱାସୀ ହେବେ, ଯେଉଁଥିପାଇଁ ସନ୍ତୁଷ୍ଟି ଅନୁଭବ କରିବେ। ଏହା ବ୍ୟତୀତ, ଆପଣ ଦୁହିଁଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725029487.jpg)