Advertisment

Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ଅଫିସ୍‌ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି କାମ କରିବା ଦ୍ୱାରା ଅନେକଙ୍କ ଅଣ୍ଟା-ପିଠି ସମସ୍ୟା ଦେଖାଯାଏ। ଯଦି ଜଣେ ବ୍ୟସ୍ତବହୁଳ ଜୀବନଶୈଳୀରେ ଯୋଗ ଅଭ୍ୟାସ କରିବାକୁ ସମୟ ନ ପାଏ, ତେବେ ଏମିତି କିଛି ଯୋଗ ମଧ୍ୟ ଅଛି ଯାହାକୁ ଅଫିସରେ ଅଭ୍ୟାସ କରାଯାଇପାରେ। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Yoga Tips In Odia: Desk Yoga Exercises For Office Workers

Office workers sgould know yoga exercises to do at office desk

Advertisment

ଯେଉଁମାନେ ଅଫିସ୍‌ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ସମାନ ଅବସ୍ଥାରେ ଡେସ୍କରେ ବସି କାମ କରନ୍ତି, ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକାଂଶ ଅଫିସ୍ କାମ ପ୍ରାୟ ୯ ରୁ 10 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ, ଯେଉଁ କାରଣରୁ କର୍ମଚାରୀଙ୍କ ମନ ଏବଂ ଶରୀର ଅନେକ ମାତ୍ରାରେ ପ୍ରଭାବିତ ହୋଇପାରେ। ଦିନସାରା ବସି କାମ କରିବା କାରଣରୁ ମୁଣ୍ଡବିନ୍ଧା, ଥକାପଣ ଏବଂ ଚାପ ଭଳି ସମସ୍ୟା ଆସିବା ସ୍ୱାଭାବିକ।

Advertisment

ଅନେକ ଲୋକ ଅଣ୍ଟା ଏବଂ ପିଠି ଯନ୍ତ୍ରଣାକୁ ନେଇ ଅସୁବିଧାର ମଧ୍ୟ ସମ୍ମୁଖିନ ହୁଅନ୍ତି। ଏହା ବ୍ୟତୀତ ଚର୍ବି ମଧ୍ୟ ବୃଦ୍ଧି ପାଇବାରେ ଲାଗେ। ଶାରୀରିକ କାର୍ଯ୍ୟକଳାପ ବିନା ଚେୟାରରେ ବସି ବସି କାମ କରିବା ଦ୍ୱାରା ମୋଟାପା ବଢେ ଏବଂ ପେଟ ମଧ୍ୟ ବାହାରି ପଡେ। ଅବଶ୍ୟ, ଅଫିସ୍ କାର୍ଯ୍ୟରେ କ୍ରମାଗତ ବସିବା କାରଣରୁ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଯୋଗ ଅଭ୍ୟାସ ରହିଛି।

ଅଧିକ ପଢନ୍ତୁ : Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

Advertisment

ଯୋଗ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ରଖେ। ଯଦି ଜଣେ ବ୍ୟସ୍ତବହୁଳ ଜୀବନଶୈଳୀରେ ଯୋଗ ଅଭ୍ୟାସ କରିବାକୁ ସମୟ ନ ପାଏ, ତେବେ ଏମିତି କିଛି ଯୋଗ ମଧ୍ୟ ଅଛି ଯାହାକୁ ଅଫିସରେ ଅଭ୍ୟାସ କରାଯାଇପାରେ। ଅଫିସ୍‌ରେ ଏକ ଚେୟାରରେ ବସି ଏହି ଯୋଗ ଅଭ୍ୟାସ କରିଯାଇପାରିବ। ତେବେ ଆସନ୍ତୁ ସେହିସବୁ ଯୋଗ ବ୍ୟାୟାମ ବିଷୟରେ ଜାଣିବା ଯାହାକୁ ଅଫିସରେ ଏକ ଚେୟାରରେ ବସି ସହଜରେ କରାଯାଇପାରିବ।

ଅଫିସ୍‌ରେ ଷ୍ଟ୍ରେଚ୍:

ଅଫିସ୍‌ରେ ବସି ବସି ଆପଣ ଦିନର ଥକ୍କାପଣ ଏବଂ ଶରୀରର ଯନ୍ତ୍ରଣାରୁ ସହଜରେ ଆରାମ ପାଇପାରିବେ। ରକ୍ତ ସଞ୍ଚାଳନକୁ ଉନ୍ନତ କରିବା ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଷ୍ଟ୍ରେଚିଂ ଏକ ଭଲ ପ୍ରକ୍ରିୟା। ଶରୀରରେ କୋଲେଷ୍ଟ୍ରଲ୍‌ ହ୍ରାସ କରିବାରେ ଏହା ଖୁବ ଲାଭଦାୟକ ହୋଇଥାଏ।

Advertisment

ଅଧିକ ପଢନ୍ତୁ : Yogasana: ପ୍ରତିଦିନ କରନ୍ତୁ ଏହି ୪ ଯୋଗାସନ; ଝଡିବନି କି ପାଚିବନି ଚୁଟି, ହେବ ଗହଳିଆ

Office workers sgould know yoga exercises to do at office desk
ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଷ୍ଟ୍ରେଚିଂ

ଅଫିସ୍‌ରେ କିପରି କରିବେ ଷ୍ଟ୍ରେଚିଂ:

  • ଷ୍ଟେପ୍ ୧ – ଅଫିସରେ ବସିବା ସମୟରେ ଷ୍ଟ୍ରେଚିଂ କରିବା ପାଇଁ ପ୍ରଥମେ ଦୁଇ ହାତକୁ ଉପରକୁ ଉଠାନ୍ତୁ ଏବଂ ହାତକୁ ମୁଣ୍ଡ ଉପରକୁ ନେଇ ଯାଆନ୍ତୁ
  • ଷ୍ଟେପ୍ ୨ – ବର୍ତ୍ତମାନ ଉଭୟ ହାତକୁ ମୁଣ୍ଡ ଉପରେ କ୍ରସ୍ କରନ୍ତୁ ଏବଂ ଶରୀରକୁ ଅଣ୍ଟା ଠାରୁ ଉପରକୁ ଟାଣନ୍ତୁ ଏବଂ ହାତ ଉପରେ ଗୁରୁତ୍ୱ ଦିଅନ୍ତୁ
  • ଷ୍ଟେପ୍ ୩ –ଶ୍ୱାସକୁ ଭିତରକୁ ନେଇ, ହାତ ଏବଂ ଶରୀରର ଉପର ଅଂଶକୁ ଷ୍ଟ୍ରେଚ୍ କରନ୍ତୁ
  • ଏହି ପ୍ରକ୍ରିୟାକୁ ତିନିରୁ ଚାରିଥର ପୁନରାବୃତ୍ତି କରନ୍ତୁ।

ଅଧିକ ପଢନ୍ତୁ : Yogasana: ପ୍ରତିଦିନ କରନ୍ତୁ ଏହି ୩ ଫେସ୍ ଯୋଗ; ମୁହଁରେ ପଡିବନି କୁଞ୍ଚ

ଚେୟାର ପୋଜ୍:

ଚାପ, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା ଏବଂ ଶରୀର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ଅଫିସ୍‌ରେ ଚେୟାର ପୋଜ୍ ଅଭ୍ୟାସ କରିପାରିବେ। ଏହାର ଅଭ୍ୟାସ ଅଣ୍ଟା, ମେରୁଦଣ୍ଡ ଏବଂ ଗୋଡକୁ ମଜବୁତ କରେ। ଛାତି ଏବଂ ତଳ ପିଠିକୁ ଆରାମ ଦିଏ। ଏହି ଆସନକୁ ଉତ୍କଟାସନ ମଧ୍ୟ କୁହାଯାଏ।

Office workers sgould know yoga exercises to do at office desk
ଅଫିସ୍‌ରେ ଚେୟାର ପୋଜ୍ ଅଭ୍ୟାସ

କିପରି କରିବେ:

  • ଷ୍ଟେପ୍ ୧ – ଏହି ଆସନ କରିବା ପାଇଁ, ଏକ ଚେୟାରରେ ବସି ମେରୁଦଣ୍ଡକୁ ସିଧା କରି ଦୁଇ ପାଦକୁ ଚଟାଣରେ ରଖନ୍ତୁ।
  • ଷ୍ଟେପ୍ ୨ – ଉଭୟ ପାପୁଲିକୁ ଆଣ୍ଠୁ ଉପରେ ରଖନ୍ତୁ ଏବଂ ଦୀର୍ଘ ଶ୍ୱାସ ନେଇ ଛାତି ବାହାରକୁ ଭିଡନ୍ତୁ
  • ଷ୍ଟେପ୍ ୩ – କାନ୍ଧକୁ ପଛକୁ ନେଇ ଧୀରେ ଧୀରେ ଶ୍ୱାସ ଛାଡନ୍ତୁ
  • ଏହି ଆସନକୁ ଅତି କମରେ ପାଞ୍ଚଥର ପୁନରାବୃତ୍ତି କରନ୍ତୁ।

ଉର୍ଦ୍ଧ୍ୱ ହସ୍ତାସନ:

ଏହି ଆସନ କରିବା ଦ୍ୱାରା ଚାପ କମିଥାଏ। ଶାରୀରିକ ସନ୍ତୁଳନକୁ ଉନ୍ନତ କରିଥାଏ ଏବଂ ମେରୁଦଣ୍ଡକୁ ସିଧା ରଖିବାରେ ସାହାଯ୍ୟ କରିଥାଏ, ଯାହା ବେକ, ଅଣ୍ଟା ଏବଂ ପିଠି ଯନ୍ତ୍ରଣାକୁ ହ୍ରାସ କରିଥାଏ।

Office workers sgould know yoga exercises to do at office desk
ଅଫିସ୍‌ ଚେୟାରରେ ଉର୍ଦ୍ଧ୍ୱ ହସ୍ତାସନ

କରିବାର ପଦ୍ଧତି:

  • ଷ୍ଟେପ୍ ୧ – ଏହି ଆସନ ଅଭ୍ୟାସ କରିବା ପାଇଁ ସିଧା ଚେୟାରରେ ବସନ୍ତୁ, ଶ୍ୱାସ ନିଅନ୍ତୁ ଏବଂ ଦୁଇ ହାତକୁ ଉପରକୁ ଉଠାନ୍ତୁ
  • ଷ୍ଟେପ୍ ୨ – ଏହି ପୋଜରେ କିଛି ସମୟ ରହିବା ପରେ, ଶ୍ୱାସ ଛାଡନ୍ତୁ ଏବଂ ହାତକୁ ତଳକୁ ଆଣନ୍ତୁ
  • ଏହାକୁ ୧୦ ରୁ ୧୫ ଥର ପୁନରାବୃତ୍ତି କରନ୍ତୁ

ଅଧିକ ପଢନ୍ତୁ : Yogasana: ଆପଣ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି କି; କରନ୍ତୁ ଏହି ଯୋଗ, ଶରୀରରେ ଖେଳିଯିବ ଶକ୍ତି

Yogasana Yoga For Back Pain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ