Advertisment

Yogasana: ପ୍ରତ୍ୟେକ ଗୃହିଣୀଙ୍କ ପାଇଁ ୪ ସହଜ ଆଉ ଜରୁରୀ ଯୋଗାସନ; କରିଲେ ଅନେକ ଲାଭ

ଅଧିକାଂଶ ମହିଳା ମେଦବହୁଳତା, ରକ୍ତଚାପ, ସୁଗାର୍, ଥାଇରଏଡ୍ ଏବଂ ଆଣ୍ଠୁ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଗ ଏକ ମାତ୍ର ଉପାୟ।

ଅଦ୍ୟତନ ହୋଇଛି
Know these yoga asanas benefits for house wife

Know these yoga asanas benefits for house wife

Advertisment

ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସବୁ ବୟସର ଲୋକଙ୍କ ପାଇଁ ଯୋଗାସନ ଲାଭଦାୟକ ହୋଇଥାଏ। ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଏବଂ ପୁରୁଷ ପର୍ଯ୍ୟନ୍ତ ମହିଳା ସମସ୍ତେ ଯୋଗ ଅଭ୍ୟାସ କରିବା ଉଚିତ। ତେବେ ଅଧିକାଂଶ ମହିଳା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ହେତୁ ନିଜ ପାଇଁ ସମୟ ବାହାର କରିବାରେ ହୁଅନ୍ତି ନାହିଁ।

Advertisment

ଏହି କାରଣରୁ ଅଧିକାଂଶ ମହିଳା ମେଦବହୁଳତା, ରକ୍ତଚାପ, ସୁଗାର୍, ଥାଇରଏଡ୍ ଏବଂ ଆଣ୍ଠୁ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଗ ଏକ ମାତ୍ର ଉପାୟ।

ଅଧିକ ପଢନ୍ତୁ : Yogasana: ଯୋଗ ଅଭ୍ୟାସ ବେଳେ କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍; ପଡିବ ଖରାପ ପ୍ରଭାବ

Advertisment

ଏହିସବୁ ଶାରୀରିକ ସମସ୍ୟାରୁ ଦୂରେଇ ରହିବା ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ମହିଳା ଦିନର ବ୍ୟସ୍ତବହୁଳ କାର୍ଯ୍ୟରୁ ନିଜ ପାଇଁ ସମୟ ବାହାର କରିବା ଜରୁରୀ ଆଉ କିଛି ଯୋଗ କରିବା ଆବଶ୍ୟକ। ଏଠାରେ ଆପଣଙ୍କୁ କିଛି ସହଳ ଓ ସରଳ ଯୋଗାସନ ବିଷୟରେ କୁହାଯାଉଛି ଯାହା ଗୃହିଣୀମାନଙ୍କ ପାଇଁ ଲାଭଦାୟକ। ଏହିସବୁ ଯୋଗାସନ ବିଷୟରେ ଜାଣନ୍ତୁ ଆଉ ପ୍ରତିଦିନ ଅଭ୍ୟାସ କରନ୍ତୁ।

ଧନୁରାସନ:

Dhanurasanaଧନୁରାସନ

ଧନୁରାସନ ମହିଳାମାନଙ୍କର ମାସିକ ଋତୁସ୍ରାବଜନିତ ସମସ୍ୟାକୁ ଦୂର କରିଥାଏ। ଏହି ଯୋଗାସନ ମାଂସପେଶୀର ଭଲ ପ୍ରସାରଣ କରିଥାଏ, ଯାହା ପେଟର ଚର୍ବିକୁ ହ୍ରାସ କରିଥାଏ। ଧନୁରାସନ କରିବାକୁ ହେଲେ ପେଟ ମାଡି ଶୋଇପଡନ୍ତୁ, ଆଣ୍ଠୁକୁ ପଛ ପରେ ଭାଙ୍ଗି ଏବଂ ପାପୁଲିରେ ପାଦକୁ ବଳାଗଣ୍ଠି ପାଖରୁ ଧରନ୍ତୁ। ବର୍ତ୍ତମାନ ନିଜ ସାମର୍ଥ୍ୟ ଅନୁଯାୟୀ ଗୋଡ ଏବଂ ହାତକୁ ଉପରକୁ ଉଠାନ୍ତୁ। ଉପରକୁ ଚାହିଁ କିଛି ସମୟ ପାଇଁ ଏହି ଅବସ୍ଥାରେ ରୁହନ୍ତୁ ଏବଂ ତା’ପରେ ସାଧାରଣ ସ୍ଥିତିକୁ ଫେରି ଆସନ୍ତୁ। ଏହି ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ।

Advertisment

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ବାଳାସନ:

Balasanaବାଳାସନ

ବାଳାସନ ଶରୀରକୁ ନମନୀୟ କରିଥାଏ। ଏହି ଯୋଗାସନ ଅଭ୍ୟାସ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଚାପ କମିଯାଏ। ବାଳାସନ କରିବା ପାଇଁ ପ୍ରଥମେ ବଜ୍ରାସନରେ ବସନ୍ତୁ ଏବଂ ଶ୍ୱାସ ନେଇ ଦୁଇ ହାତକୁ ସିଧା ମୁଣ୍ଡ ଉପରକୁ ଉଠାନ୍ତୁ। ବର୍ତ୍ତମାନ ଶ୍ୱାସ ଛାଡି ଶରୀରକୁ ଆଗକୁ ନୁଆଁନ୍ତୁ। ହାତ ଏବଂ ମୁଣ୍ଡକୁ ଭୂମିରେ ରଖି ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ। ହାତର ଆଙ୍ଗୁଠିକୁ ଏକତ୍ର କରି ଦୁଇ ହାତ ମଝିରେ ମୁଣ୍ଡକୁ ଧୀରେ ରଖନ୍ତୁ। କିଛି ସମୟ ପରେ ପୂର୍ବ ସ୍ଥିତିକୁ ଫେରି ଆସନ୍ତୁ।

ସୁଖାସନ:

Sukhasanaସୁଖାସନ

ମାନସିକ ଏବଂ ଶାରୀରିକ ଶାନ୍ତି ପାଇଁ ସୁଖାସନ ଅଭ୍ୟାସ ସହାୟକ ହୋଇଥାଏ। ଯୋଗ ଆରମ୍ଭ କରିବା ପୂର୍ବରୁ ଏହି ଆସନ କରାଯାଇଥାଏ, ଯାହାଦ୍ୱାରା ଶ୍ୱାସକ୍ରିୟା ନିୟନ୍ତ୍ରଣ ହୋଇପାରେ। ଏହି ଆସନ କରିବା ପାଇଁ, ଚକାପକାଇ ଆରାମରେ ବସନ୍ତୁ ଏବଂ ଉଭୟ ଆଖି ବନ୍ଦ କରି ଆଣ୍ଠୁ ଉପରେ ହାତ ପାପୁଲି ରଖନ୍ତୁ। ତା’ପରେ ଏକ ଦୀର୍ଘ ଶ୍ୱାସ ନିଅନ୍ତୁ। ଏହି ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ।

ଅଧିକ ପଢନ୍ତୁ : Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

ମଳାସନ:

Malasanaମଳାସନ

ମଳାସନ ଅଭ୍ୟାସ କରିବା ଦ୍ୱାରା ଗୋଡ ଏବଂ ଜଙ୍ଘର ଅସ୍ଥି ମଜବୁତ ହୁଏ। ଆହୁରି ମଧ୍ୟ, ଏହା ଗୋଡ କିମ୍ବା ଜଙ୍ଘକୁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ମଳାସନ ଅଭ୍ୟାସ କରିବାକୁ ହେଲେ ସିଧା ଠିଆ ହୁଅନ୍ତୁ। ବର୍ତ୍ତମାନ ଆଣ୍ଠୁ ଭାଙ୍ଗି ନମସ୍କାର ମୁଦ୍ରାରେ ଅଧା ବସନ୍ତୁ। ଏହି ସମୟରେ, ଆଣ୍ଠୁ ମଧ୍ୟରେ ଦୂରତା ବଜାୟ ରଖନ୍ତୁ।

Yogasana Yoga Asanas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ