Advertisment

Hair Color Tips: ଚୁଟିକୁ ରଙ୍ଗ କରିବା ପରେ ସାମ୍ପୁରେ ଧୋଇବା ଉଚିତ ନା ନାଇଁ; ଜାଣନ୍ତୁ ଟିପ୍ସ

ଯଦି ଆପଣ ମଧ୍ୟ ଚୁଟି ରଙ୍ଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ସହିତ ଜଡିତ କିଛି ସୂଚନା ଜାଣିନେବା ଜରୁରୀ। କାରଣ, ଯଦି ଆପଣ କିଛି ବି ଭୁଲ କରନ୍ତି ତେବେ ଚୁଟିର ରଙ୍ଗ ମଳିନ ହୋଇପାରେ କିମ୍ବା ହାଲୁକା ହୋଇପାରେ। ଆସନ୍ତୁ ଏ ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Hair Color Tips: Washing Hair After Coloring

know should you shampoo your hair after coloring it

Advertisment

ଆଜିକାଲି ଚୁଟିକୁ ଆକର୍ଷଣୀୟ କରିବା ପାଇଁ ଅଧିକାଂଶ ରଙ୍ଗ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଚୁଟି ରଙ୍ଗ କରିବା ପରେ ସାମ୍ପୁ କରିବା ଉଚିତ କି ନାହିଁ? ରଙ୍ଗ କରିବା ପରେ ଚୁଟି ଧୋଇବାର ସଠିକ୍ ଉପାୟ କ’ଣ? ଏହି ସମୟରେ କେଉଁସବୁ ସତର୍କତା ଅବଲମ୍ବନ କରାଯିବା ଉଚିତ?

Advertisment

ପୂର୍ବରୁ ଏମିତି ପ୍ରଶ୍ନ ହୁଏତ ଆପଣଙ୍କର ମନରେ ମଧ୍ୟ ଆସିଥାଇପାରେ। ଦେଖିବାକୁଗଲେ ଆଜିକାଲିର ଯୁବପିଢି ସେମାନଙ୍କର ଚୁଟିକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଚୁଟି ରଙ୍ଗ କରିବା ଏଥି ମଧ୍ୟରୁ ଗୋଟିଏ। ଆଜିକାଲି ମଧ୍ୟ ଚୁଟି ରଙ୍ଗ କରିବାର ଟ୍ରେଣ୍ଡ୍ ବହୁତ ଲୋକପ୍ରିୟ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ଟ୍ରେଣ୍ଡ୍ କରୁଛି ସ୍ଥାୟୀ ମେକ୍‌ଅପ୍; ଏବେ ସବୁବେଳେ ଦେଖାଯିବେ ସୁନ୍ଦର

Advertisment

ଯଦି ଆପଣ ମଧ୍ୟ ଚୁଟି ରଙ୍ଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ସହିତ ଜଡିତ କିଛି ସୂଚନା ଜାଣିନେବା ଜରୁରୀ। କାରଣ, ଯଦି ଆପଣ କିଛି ବି ଭୁଲ କରନ୍ତି ତେବେ ଚୁଟିର ରଙ୍ଗ ମଳିନ ହୋଇପାରେ କିମ୍ବା ହାଲୁକା ହୋଇପାରେ। ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡ଼ନ୍ତି କି ଚୁଟି ରଙ୍ଗ କରିବା ପରେ ସାମ୍ପୁ କରିବେ କି ନାହିଁ? ଯଦି କରାଯାଏ ତେବେ କେଉଁ ସାମ୍ପୁ ବ୍ୟାବହାର କରିବା ଉଚିତ? ଆସନ୍ତୁ ଏ ବିଷୟରେ ଜାଣିବା।

ସମୟ ଅଭାବ ହେତୁ କିଛି ଲୋକ ଘରେ ଚୁଟି ରଙ୍ଗ କରନ୍ତି। ଅନେକ ଲୋକ ମଧ୍ୟ ଚୁଟି ରଙ୍ଗ କରିବାକୁ ସେଲୁନ୍ ଯିବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ଥର ଚୁଟି ରଙ୍ଗ କରିବା ବେଳେ କିଛି ସାଧାରଣ ଭୁଲ୍ ହୋଇଯାଏ, ଯେଉଁ କାରଣରୁ ରଙ୍ଗ କିଛି ସମୟ ମଧ୍ୟରେ କମିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଆପଣ ଚୁଟି ରଙ୍ଗକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ଟିପ୍ସ ଚେଷ୍ଟା କରିପାରିବେ।

Advertisment

ସାମ୍ପୁ ବ୍ୟବହାର ଠାରୁ ଦୂରେଇ ରହିବା:

ଅନେକ ଲୋକ ଚୁଟି ରଙ୍ଗ କରିବା ପରେ ସାମ୍ପୁରେ ଚୁଟି ଧୋଇଥାନ୍ତି। ଏହା କରିବା ଦ୍ୱାରା, ଚୁଟିରେ ଥିବା ହେୟାର କଟିକଲ୍‌ ରଙ୍ଗକୁ ଲକ୍ କରିବାରେ ସକ୍ଷମ ହୁଏ ନାହିଁ। ଫଳରେ ଚୁଟିର ରଙ୍ଗ ଶୀଘ୍ର ଫିକା ପଡିବା ଆରମ୍ଭ କରେ।

କେବେ କରିବେ ସାମ୍ପୁ:

ଆପଣ ଯଦି ଚୁଟି ରଙ୍ଗ କରିଛନ୍ତି ତେବେ ମନେରଖନ୍ତୁ ଯେ ଚୁଟିକୁ ୭୨ ଘଣ୍ଟା ଅର୍ଥାତ୍ ୩ ଦିନ ପର୍ଯ୍ୟନ୍ତ ସାମ୍ପୁ କରିବା ଠାରୁ ଦୂରେଇ ରୁହନ୍ତୁ। ଏହା କରିବା ଦ୍ୱାରା ଚୁଟିରେ ରଙ୍ଗ ଭଲଭାବେ ଲାଗିଯାଏ। ଫଳରେ ଚୁଟିରେ ରଙ୍ଗ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରୁହେ।

କିପରି ଧୋଇବେ ଚୁଟି:

ଚୁଟିରେ ରଙ୍ଗ ଲଗାଇବା ପରେ, ଚୁଟି ଧୋଇବା ପାଇଁ କେବଳ ସଲ୍‌ଫେଟ୍ ଫ୍ରି ସାମ୍ପୁ ବ୍ୟବହାର କରନ୍ତୁ। ଏହା ସହିତ ଚୁଟିକୁ ପାଣିରେ ଥିବା ରାସାୟନିକ ପଦାର୍ଥ ଏବଂ କ୍ଲୋରାଇନରୁ ରକ୍ଷା କରିବା ପାଇଁ ଫିଲ୍ଟର ପାଣିରେ ଚୁଟି ଧୋଇବା ଜରୁରୀ।

ଗରମ ପାଣିରୁ ଦୂରେଇ ରହିବା:

ଚୁଟିର ରଙ୍ଗକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ କେବେ ବି ଗରମ ପାଣିରେ ଚୁଟି ଧୁଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଚୁଟିର ଆର୍ଦ୍ରତା କମିଯାଏ। ଏହା ବ୍ୟତୀତ ଚୁଟିର ରଙ୍ଗ ମଧ୍ୟ ଶୀଘ୍ର ଛାଡିଯାଏ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଉଚ୍ଚତା କମ କି… ପିନ୍ଧନ୍ତୁ ଏମିତି ଶାଢି, ଦେଖାଯିବେ ଡେଙ୍ଗା

କଣ୍ଡିସନର ଲଗାନ୍ତୁ:

ଚୁଟିରେ ରଙ୍ଗ କରିବା ପରେ, ସାମ୍ପୁ କରିବା ପୂର୍ବରୁ କେଶରେ କଣ୍ଡିସନର ଲଗାନ୍ତୁ। ଏହା ଆପଣଙ୍କ କେଶର ରଙ୍ଗ ଏବଂ ଆର୍ଦ୍ରତାକୁ ଲକ୍ କରିବ। ଆହୁରି ମଧ୍ୟ ରଙ୍ଗକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫିକା କରିବାକୁ ଦେବ ନାହିଁ।

ଗରମ ଉପକରଣରୁ ଦୂରେଇ ରହିବା:

ଚୁଟିରେ ରଙ୍ଗ ବ୍ୟବହାର କରିବା ପରେ, ଚୁଟିରେ କୌଣସି ପ୍ରକାର ହିଟିଂ ଟୁଲ୍ସର ବ୍ୟବହାରକୁ କମ୍ କରିବାକୁ ଚେଷ୍ଟା କରନ୍ତୁ। ହିଟିଂ ଟୁଲ୍ସର ପ୍ରୟୋଗ ହେତୁ ଚୁଟି ରଙ୍ଗ କମିବା ଆରମ୍ଭ କରେ। ଏଥିସହ, ଚୁଟିକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବାବେଳେ କ୍ୟାପ୍ କିମ୍ବା ସ୍କାର୍ଫ ପିନ୍ଧିବାକୁ ଭୁଲନ୍ତୁ ନାହିଁ।

Hair Colouring Fashion Fashion Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ