Tips and Tricks: ବର୍ଷାଦିନ ଆସିଛି, ସାପ ଭୟ ରହିଛି; ଲଗାନ୍ତୁ ଏହି ୫ ଗଛ, ଘରେ ପଶିବେନି ସାପ

ବର୍ଷା ଦିନେ ସାପ ଭୟ ବଢିଯାଏ। ଗାତରେ ପାଣି ପଶିଯିବାରୁ ସେମାନେ ବାହାରକୁ ଉଠିଆସନ୍ତି ଆଉ ଘର ଆଡକୁ ମଧ୍ୟ ପଶିଯାଆନ୍ତି। କିନ୍ତୁ ଏମିତି କିଛି ଗଛ ଅଛି ଜାହାକୁ ଘର ଆଗରେ ରଖିଲେ ସାପମାନେ ପଶିବେ ନାହିଁ। ଆସନ୍ତୁ ସେହି ଗଛଗୁଡିକ କ’ଣ ଜାଣିବା।

ବର୍ଷାଦିନ ଆସିଛି, ସାପ ଭୟ ରହିଛି; ଲଗାନ୍ତୁ ଏହି ୫ ଗଛ, ଘରେ ପଶିବେନି ସାପ

ବର୍ଷା ଋତୁ ଗରମରୁ ମୁକ୍ତି ଦେଇଥାଏ ସତ କିନ୍ତୁ ଏହା ସହିତ ଅନେକ ରୋଗ ମଧ୍ୟ ଆଣିଥାଏ। ଏହା ବ୍ୟତୀତ ଏହି ଋତୁରେ ବିଭିନ୍ନ ପ୍ରକାରର ପ୍ରାଣୀ ଏବଂ ବିପଜ୍ଜନକ ସାପ ମଧ୍ୟ ଘର ଭିତରକୁ ପ୍ରବେଶ କରିବାର ଆଶଙ୍କା ବଢିଯାଏ। ଏପରି ପରିସ୍ଥିତିରେ, ଯେଉଁମାନଙ୍କର ଘର ପ୍ରଥମ ମହଲା କିମ୍ବା ତଳ ମହଲାରେ ଥାଏ ସେମାନେ ଅଧିକ ସତର୍କ ହେବା ଉଚିତ।

ଏହା ବ୍ୟତୀତ ଯେଉଁମାନଙ୍କର ଘରର ଆଖପାଖରେ ନଦୀ, ଡ୍ରେନ୍, ପୋଖରୀ, ପାର୍କ ଆଦି ଅଛି ସେମାନେ ମଧ୍ୟ ସାପ ପ୍ରତି ସତର୍କ ରହିବା ଉଚିତ। ବିଲରେ ପଣି ହେଇଯିବା ଫଳରେ ଗାତରେ ଥିବା ସାପମାନେ ଘରକୁ ପଶିଆସିପାରନ୍ତି। ସାଧାରଣତଃ ପ୍ରାୟ ସମସ୍ତଙ୍କର ସାପ ଭୟ ଥାଏ ଆଉ ବିଷାକ୍ତ ସାପ ମଧ୍ୟ ଜୀବନ ପ୍ରତି ବିପଦ ଆଣିଥାନ୍ତି।

ତେବେ ଆପଣ ଜାଣନ୍ତି କି ସାପକୁ ଘରୁ ଦୂରରେ ରଖିବାରେ କିଛି ଉଦ୍ଭିଦର ସହଯୋଗ ନିଆଯାଇପାରେ। ଏମିତି ଅନେକ ଉଦ୍ଭିଦ ଅଛି ଯାହାର ଗନ୍ଧ ସାପକୁ ଘଉଡେଇବାରେ ସାହାଯ୍ୟ କରେ। ଏହିସବୁ ଗଡ ଘର ପାଖରେ ରହିଲେ ସାପମାନେ ଆସନ୍ତି ନାହିଁ। ତେବେ ଆସନ୍ତୁ ସେସବୁ ଗଛଗୁଡିକ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: Tips And Tricks: ମଶା ହଟେଇବାର ଘରୋଇ ଟିପ୍ସ; ହେବ ନାହିଁ କୌଣସି ସ୍ୱାସ୍ଥ୍ୟହାନୀ

କୀଟନାଶକ ଉଦ୍ଭିଦ – କୀଟନାଶକ ଏମିତି ଏକ ଉଦ୍ଭିଦ ଯାହାର ଗନ୍ଧ ଅତ୍ୟନ୍ତ କଟୁ। ଏହି ଗନ୍ଧ ସାପ ସହ୍ୟ କରିପାରେ ନାହିଁ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାର ସଦସ୍ୟ ଏହି ବିପଜ୍ଜନକ ଜୀବରୁ ସୁରକ୍ଷିତ ରୁହନ୍ତୁ, ତେବେ ଆଜି ଆପଣଙ୍କ ବଗିଚା, ଅଗଣା, ବାଲକୋନି କିମ୍ବା ଆପଣଙ୍କ ଘରର ମୁଖ୍ୟ ପ୍ରବେଶ ପଥରେ ଗୋଟିଏ ଏହି ଗଛ ଲଗାନ୍ତୁ। ଆପଣ ଏହି କୀଟନାଶକ ଉଦ୍ଭିଦକୁ ନର୍ସରୀରୁ କିଣିପାରିବେ।

ନିମ ଗଛ – ନିମ ସ୍ୱାଦରେ ବହୁତ ପିତା। ସାପମାନେ ମଧ୍ୟ ନିମ ଗଛ ନିକଟରେ ରହିବାକୁ ପସନ୍ଦ କରନ୍ତି ନାହିଁ। କାରଣ ସାପମାନେ ଏଥିରୁ ବାହାରୁଥିବା ଗନ୍ଧକୁ ସହ୍ୟ କରିପାରନ୍ତି ନାହିଁ ଏବଂ ସେମାନେ ଏହି ଉଦ୍ଭିଦଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ଯଦି ଆପଣଙ୍କ ଅଗଣାରେ କିମ୍ବା ଆପଣଙ୍କ ଘର ବାହାରେ ଏକ ନିମ ଗଛ ଅଛି, ତେବେ ଭାବନ୍ତୁ ଆପଣ ସାପଠାରୁ ସୁରକ୍ଷିତ ଅଛନ୍ତି। ଯଦି ନାହିଁ, ତେବେ ଘର ପାଖରେ ଏକ ନିମ ଗଛ ଆଣି ଲଗାଇବା ଜରୁରୀ।

ଏହ ବ୍ୟତୀତ ଯଦି ଆପଣ ନିମ ତେଲ କିମ୍ବା ନିମପତ୍ରର ରସକୁ ଏକ ସ୍ପ୍ରେ ବୋତଲରେ ପାଣିରେ ମିଶାଇ ସ୍ପ୍ରେ କରନ୍ତି ତେବେ ଏହା ମଧ୍ୟ ଲାଭଦାୟକ ହେବ। ଏହା ମଧ୍ୟ ମଶା ଏବଂ ମାଛିକୁ ଦୂରେଇ ରଖେ। ଯଦି ଆପଣ ଚାହାଁନ୍ତି, ବର୍ଷା ସମୟରେ ଆପଣ ଘରର ଦ୍ୱାର, ଝରକା, କବାଟ, କୋଠରୀ ଇତ୍ୟାଦିରେ ନିମ ପତ୍ର ରଖିପାରିବେ।

ଗେଣ୍ଡୁ ଗଛ – ଅନେକ ଲୋକ ନିଜ ବଗିଚା, ଛାତ, ବାଲ୍‌କୋନୀରେ ହଳଦିଆ ଗେଣ୍ଡୁ ଫୁଲ ଗଛ ଲଗାନ୍ତି। ଯଦି ଆପଣ ମଧ୍ୟ ନିଜ ଘରେ ଏହି ଗଛ ଲଗାଇଛନ୍ତି ତେବେ ଆପଣ ମଧ୍ୟ ସାପଠାରୁ ସୁରକ୍ଷିତ। ଏହି ଫୁଲ ଦେଖିବା ପାଇଁ ବହୁତ ସୁନ୍ଦର, କିନ୍ତୁ ଏହାର କଟୁ ବାସ୍ନାକୁ ସାପମାନେ ପସନ୍ଦ କରନ୍ତି ନାହିଁ। ଏହା ସାପମାନଙ୍କୁ ଘରୁ ଦୂରେରେ ରଖେ।

କାକ୍‌ଟସ୍ – କାକ୍‌ଟସ୍ ଏକ କଣ୍ଟାଜାତୀୟ ଉଦ୍ଭିଦ। ସାପମାନେ ଏପରି ଉଦ୍ଭିଦ ନିକଟରେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ନାହିଁ। ଝରକା, ମୁଖ୍ୟ ଫାଟକ, ଘରର ବାଲକୋନି ପରି ସ୍ଥାନରେ ଆପଣ ଏହାକୁ ରଖିପାରିବେ।

ଡେଭିଲ୍ ପେପର୍ – ଡେଭିଲ୍ ପେପର୍‌କୁ ଇଣ୍ଡିଆନ୍ ସ୍ନେକରୁଟ୍ ମଧ୍ୟ କୁହାଯାଏ। ଏହା ଏକ ପ୍ରକାର ଔଷଧିୟ ଗଛ ଯାହା ସାପମାନଙ୍କୁ ଘଉଡାଇବା ପାଇଁ ଏକ ପ୍ରାକୃତିକ ସାପ ପ୍ରତିରୋଧକ ଭାବରେ ବ୍ୟବହୃତ ହୁଏ। ଏହି ଗଛର ମୂଳରୁ ଏକ ଅଦ୍ଭୁତ ଗନ୍ଧ ବାହାରିଥାଏ, ଯେଉଁ କାରଣରୁ ସାପମାନେ ପଳାୟନ କରନ୍ତି।

ଅଧିକ ପଢ଼ନ୍ତୁ: Tips And Tricks: କାର୍ ବ୍ରେକ୍ ଫେଲ୍ ହେଲେ ଚିନ୍ତା କରନ୍ତୁ ନାହିଁ; ଏହି ଉପାୟରେ ରକ୍ଷା କରନ୍ତୁ ନିଜ ଗାଡିକୁ