Advertisment

ଶରୀରରୁ କିପରି ସହଜରେ ଛଡ଼ାଇବେ ହୋଲି ରଙ୍ଗ ?

ହୋଲି ଖେଳିଲାବେଳେ କେଶ ଉପରେ କ୍ୟାମିକଲ୍‌ ରଙ୍ଗର ପ୍ରଭାବ ପଡ଼ିଥାଏ। କେଶ ଖରାପ ହେବାର ଆଶଙ୍କା ମଧ୍ୟ ଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ସୋରିଷ ତେଲ ଲଗାନ୍ତୁ। ଫଳରେ ସାମ୍ପୁକଲେ କେଶରୁ ସବୁ ରଙ୍ଗ ସହଜରେ ବାହାରିଯିବ

ଅଦ୍ୟତନ ହୋଇଛି
holi

holi

Advertisment

ହୋଲିରେ ରଙ୍ଗ ଖେଳିବାକୁ ସମସ୍ତଙ୍କର ଇଛା। ବର୍ଷକୁ ‌ଥରେ ହୋଲି ପଡୁଥିବାରୁ ସମସ୍ତେ ଖୁସିରେ ଅପେକ୍ଷା କରିଥାନ୍ତି ଏହି ଦିନକୁ। କିନ୍ତୁ ରଙ୍ଗରେ କେମିକାଲ୍ ମିଶୁଥିବାରୁ ତାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ତେବେ ଆପଣମାନେ ଯଦି ହୋଲି ଖେଳୁଛନ୍ତି, ଶରୀର ପ୍ରତି ସାବଧାନ ରୁହନ୍ତୁ।  ତେବେ କ'ଣ କଲେ ଆପଣ ସୁରକ୍ଷିତ ଭାବେ ହୋଲି ଖେଳିପାରିବେ ଆସନ୍ତୁ ଜାଣିବା। 

Advertisment

ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବ ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍‌କୁ ଭଲଭାବରେ ମାଲିସ କରନ୍ତୁ ।  ରଙ୍ଗ ଖେଳିସାରି ପରିସ୍କାର ହେଲାବେଳେ ହୋଲି ରଙ୍ଗ ସହଜରେ ଛାଡିଯିବ।

ହୋଲି ଖେଳିଲାବେଳେ କେଶ ଉପରେ କ୍ୟାମିକଲ୍‌ ରଙ୍ଗର ପ୍ରଭାବ ପଡ଼ିଥାଏ। କେଶ ଖରାପ ହେବାର ଆଶଙ୍କା ମଧ୍ୟ ଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ସୋରିଷ ତେଲ ଲଗାନ୍ତୁ। ଫଳରେ ସାମ୍ପୁକଲେ କେଶରୁ ସବୁ ରଙ୍ଗ ସହଜରେ ବାହାରିଯିବ। ଗାଧୋଇବା ପରେ ନଡ଼ିଆ ତେଲ ଲଗାନ୍ତୁ। ଏହାଦ୍ୱାରା ରାସାୟନିକ ରଙ୍ଗ ପ୍ରଭାବରେ ଶୁଷ୍କ ପଡ଼ିଥିବା ଚର୍ମ କୋମଳ ରହିବ। କାରଣ ଏଥିରେ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟିବ୍ୟାକ୍ଟରିଆର ଗୁଣ ରହିଛି। ଏହା ଶରୀରକୁ ପୋଷଣ ଯୋଗାଇଥାଏ ଓ ସଂକ୍ରମଣରୁ ରକ୍ଷା କରିଥାଏ।

Advertisment

ସେହିଭଳି ରଙ୍ଗ ଖେଳିଲା ବେଳେ ହାତ ନଖରେ ରଙ୍ଗ ପଶିଯିବାର ଆଶଙ୍କା ଥାଏ। ତେଣୁ ଏଥିପ୍ରତି ବି ସାବଧାନ ରୁହନ୍ତୁ। ଏଥିରୁ ବର୍ତ୍ତିବା ପାଇଁ ନଖରେ କୌଣସି ତେଲିଆ ଜିନିଷ ଲଗାଇପାରିବେ।

Holi Holi Celebrations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ