Advertisment

Tips and Tricks: ଆପଣଙ୍କ ଦେହ ଝାଳୁଆ ଗନ୍ଧଉଛି କି… କଟୁ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ୫ ଉପାୟ

ଯେତେବେଳେ ଜିମ୍‌ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍‌ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି ମିଳିପାରେ।

ଅଦ୍ୟତନ ହୋଇଛି
How to prevent your gym clothes from smelling bad

How to prevent your gym clothes from smelling bad

Advertisment

ଏକ ଭଲ ବ୍ୟାୟାମ କିମ୍ବା ଯୋଗ ସେସନ୍ ପରେ, ଯେତେବେଳେ ଥକ୍କା ଲାଗେ ଆଉ ଗମ୍‌ଗମ୍ ଝାଳ ବୋହିଯାଏ ସେତେବେଳେ ଏକ ଭିନ୍ନ ପ୍ରକାରର ସନ୍ତୁଷ୍ଟି ଅନୁଭବ ହୁଏ। ଜିମ୍‌ରେ କରାଯାଇଥିବା କଠିନ ପରିଶ୍ରମ ଏବଂ ଏଥିରୁ ବାହାରିଥିବା ଝାଳ ଦର୍ଶାଏ ଯେ ଏହା ହେଉଛି କଠିନ ପରିଶ୍ରମ ଫଳ।

Advertisment

କିନ୍ତୁ ଯେତେବେଳେ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍‌ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ଏହାର କାରଣ ହେଉଛି କଠିନ ପରିଶ୍ରମରୁ ବାହାରୁଥିବା ଏହି ଝାଳ କ୍ୟାଲୋରୀ ବର୍ଣ୍ଣ କରେ ସତ କିନ୍ତୁ ଏହା ସହିତ ଖରାପ ଗନ୍ଧ ମଧ୍ୟ ଆଣିଥାଏ। ଯେତେବେଳେ ବ୍ୟାକ୍ଟେରିଆ ଝାଳରେ ଥିବା ପ୍ରୋଟିନ୍ ଏବଂ ଫ୍ୟାଟି ଏସିଡ୍ ଭାଙ୍ଗନ୍ତି, ତାହା ଦୁର୍ଗନ୍ଧର କାରଣ ହୋଇଥାଏ।

ଏହା ଏତେ କଟୁ ଦୁର୍ଗନ୍ଧ ହୋଇଥାଏ ଯେ ଆପଣଙ୍କ ଆଖପାଖର ଲୋକଙ୍କୁ ବିରକ୍ତ କରାଏ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି ମିଳିପାରେ। ଆସନ୍ତୁ ସେହି ଟିପ୍ସଗୁଡିକ ଜାଣିବା।

Advertisment

ପୋଷାକ ଠିକ୍ ଭାବରେ ଧୋଇବା:

ବ୍ୟାୟାମ ପରେ ପ୍ରଥମେ ପୋଷାକକୁ ଧୋଇବା ଜରୁରୀ। ଆପଣ ଯେତେ ଦିନ ପର୍ଯ୍ୟନ୍ତ ଏହି ମଇଳା ପୋଷାକ ପିନ୍ଧିବେ, ସେତେ ଖରାପ ଗନ୍ଧ ଏଥିରେ ରହିବ। ଯଦି ସେଗୁଡିକୁ ତୁରନ୍ତ ଧୋଇବା ସମ୍ଭବ ନୁହେଁ, ତେବେ ଏହାକୁ ଖୋଲା ବାୟୁରେ ଶୁଖାଇ ଦିଅନ୍ତୁ ଯାହା ଦ୍ୱାରା ଝାଳ ଶୁଖିଯାଏ ଏବଂ ଦୁର୍ଗନ୍ଧ କମିଯାଏ।

ଥଣ୍ଡା ପାଣିରେ ଧୋଇବା:

ଅନେକ ଲୋକ ଭାବନ୍ତି ଯେ ଗରମ ପାଣିରେ ପୋଷାକ ଧୋଇବା ଭଲ, କିନ୍ତୁ ତାହା ନୁହେଁ। ଗରମ ପାଣିରେ ଧୋଇବା ଦ୍ୱାରା ପୋଷାକ ସଙ୍କୁଚିତ ହୋଇପାରେ ଏବଂ ଖରାପ ଗନ୍ଧ ମଧ୍ୟ ସଂପୂର୍ଣ୍ଣ ଦୂରେଇ ଯାଏ ନାହିଁ। ଥଣ୍ଡା ପାଣିରେ ଧୋଇବା ଦ୍ୱାରା ବ୍ୟାକ୍ଟେରିଆ ଏବଂ ଝାଳର ଦୁର୍ଗନ୍ଧ ସହଜରେ ଦୂର ହୋଇଥାଏ। ଆହୁରି ମଧ୍ୟ, ସଠିକ୍ ଡିଟର୍‌ଜେଣ୍ଟ ବ୍ୟବହାର କରନ୍ତୁ, ଯାହା ବିଶେଷ ଭାବରେ କ୍ରୀଡା ପୋଷାକ ପାଇଁ ତିଆରି।

Advertisment

ଭିନେଗାର ଏବଂ ବେକିଂ ସୋଡା ବ୍ୟବହାର:

ଭିନେଗାର ଏବଂ ବେକିଂ ସୋଡା ଦୁର୍ଗନ୍ଧକୁ ଦୂର କରେ। ପୋଷାକ ଧୋଇବା ପୂର୍ବରୁ, ୧ କପ୍ ଧଳା ଭିନେଗାର ଏବଂ ଅଧା କପ୍ ବେକିଂ ସୋଡା ମିଶାନ୍ତୁ ଏବଂ ପୋଷାକକୁ ୩୦ ମିନିଟ୍ ପାଇଁ ଭିଜାନ୍ତୁ। ଏହା ପରେ ସାଧାରଣ ଭାବେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟା ପୋଷାକରେ ଜମା ହୋଇଥିବା ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରେ।

ଖରାରେ ଶୁଖାଇବା:

ସୂର୍ଯ୍ୟକିରଣରେ ପୋଷାକ ଶୁଖାଇବା ଜୀବାଣୁ ମାରିବା ଏବଂ ଦୁର୍ଗନ୍ଧ କମାଇବା ପାଇଁ ଏକ ପ୍ରାକୃତିକ ଉପାୟ। ସୂର୍ଯ୍ୟଙ୍କର UV ​​କିରଣ ଜୀବାଣୁ ମାରିବାରେ ସାହାଯ୍ୟ କରେ ଏବଂ ପୋଷାକକୁ ସତେଜ କରିଥାଏ।

ଜିମ୍‌ ବ୍ୟାଗ୍‌ର ଯତ୍ନ:

ଅନେକ ଜୀମ୍‌କୁ ବ୍ୟାଗ୍ ନେଇ ଯାଆନ୍ତି। ସେହି ବ୍ୟାଗ୍‌ରେ ନିଜର ପୋଷାକ ରଖନ୍ତି। ଏନେଇ ପୋଷାକ ସହିତ ଜିମ୍ ବ୍ୟାଗ୍‌ର ପରିଷ୍କାର ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ଯଦି ବ୍ୟାଗ୍ ସଫା ନ କରି ଧୁଆ ପୋଷାକକୁ ଏହି ବ୍ୟାଗରେ ରଖାଯାଏ, ତାହା ମଧ୍ୟ ଖରାପ ଗନ୍ଧ କରିପାରେ।

Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ