Advertisment

Chaat Masala Recipe: ଘରେ କିପରି ତିଆରି କରିବେ ସୁସ୍ୱାଦୁ ଚାଟ୍ ମସଲା

ଚାଟ୍ ମସଲା ଭାରତୀୟ ରୋଷେଇ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଏବଂ ଅଧିକାଂଶ ଘରେ ଏହା ବଜାରରୁ କିଣାଯାଇଥାଏ। ଯଦି ଆପଣ ଚାହାଁନ୍ତି ତେବେ ଆପଣ ଘରେ ମଧ୍ୟ ଚାଟ୍‌ ମସଲା ତିଆରି କରିପାରିବେ। ଜାଣନ୍ତୁ ତିଆରି କରିବାର ତରିକା।

ଅଦ୍ୟତନ ହୋଇଛି
How to make chaat masala at home

How to make chaat masala at home

Advertisment

ଖାଦ୍ୟକୁ ସୁଆଦିଆ କରିବାରେ ଚାଟ୍ ମସଲାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଆଜିକାଲି ଅନେକ ଖାଦ୍ୟରେ ଏହାକୁ ବ୍ୟବହାର କରାଯାଉଛି। ଏହା ବିଶେଷତଃ ମସଲାଯୁକ୍ତ ଷ୍ଟ୍ରିଟ୍ ଖାଦ୍ୟରେ ବ୍ୟବହୃତ ହୁଏ ଏବଂ ଏହାର ବ୍ୟବହାର ଖାଦ୍ୟର ସ୍ୱାଦକୁ ବହୁଗୁଣିତ କରିଥାଏ। ଚାଟ୍ ମସଲା ଭାରତୀୟ ରୋଷେଇ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଏବଂ ଅଧିକାଂଶ ଘରେ ଏହା ବଜାରରୁ କିଣାଯାଇଥାଏ।

Advertisment

ଯଦି ଆପଣ ଚାହାଁନ୍ତି ତେବେ ଆପଣ ଘରେ ମଧ୍ୟ ଚାଟ୍‌ ମସଲା ତିଆରି କରିପାରିବେ। ଘରେ ତିଆରି ଚାଟ୍ ମସଲା କେବଳ ଶୁଦ୍ଧ ହୋଇ ନ ଥାଏ, ବଜାରରେ ମିଳୁଥିବା ଚାଟ୍ ମସଲା ଅପେକ୍ଷା ଏହାର ସ୍ୱାଦ ମଧ୍ୟ ବହୁତ ଭଲ ହୋଇଥାଏ।

ଟିକେ ଚଟ୍‌ପଟି ଖାଦ୍ୟ ଏବଂ ସ୍ନାକ୍ସରେ ଚାଟ୍ ମସଲା ବହୁଳ ଭାବରେ ବ୍ୟବହୃତ ହୁଏ। ଯଦି ଆପଣ ନିୟମିତ ଭାବରେ ଚାଟ୍ ମସଲା ବ୍ୟବହାର କରୁଛନ୍ତି ଆଉ ଏହାକୁ କିଣିବା ପରିବର୍ତ୍ତେ ଘରେ ତିଆରି କରିବାକୁ ଚାହାଁନ୍ତି, ତେବେ ଏଠାରେ ଦିଆଯାଇଥିବା ଟିପ୍ସ ସାହାଯ୍ୟରେ ଆପଣ ଏହାକୁ ଅତି ସହଜରେ ଘରେ ପ୍ରସ୍ତୁତ କରିପାରିବେ।

Advertisment

ତିଆରିର ସାମଗ୍ରୀ:

  • ଧନିଆ – ୧ ଗିନା
  • ଜିରା – ୧ ଦିନା
  • ଗୋଲ ମରିଚ – ୨-୩ ଚାମଚ
  • ପାନ ମଧୁରି – ୨ ଚାମଚ
  • ଜୁଆଣି – ୨ ଚାମଚ
  • ପୁଦିନା ପତ୍ର – ୧ /୨ କପ୍
  • କଳା ଲୁଣ – ୫୦ ଗ୍ରାମ
  • ଶୁଖିଲା ନାଲି ଲଙ୍କା – ୮-୧୦ଟି
  • ସୁଣ୍ଠି ଗୁଣ୍ଡ – ୩-୪ ଚାମଚ
  • ଶୁଖିଲା ଆମ୍ବ ପାଉଡର –୫୦ ଗ୍ରାମ
  • ସାଇଟ୍ରିକ୍ ଏସିଡ୍(ଲେମ୍ବୁ-ଲଙ୍କା) – ୨ ଚାମଚ
  • ଚିନି ପାଉଡର – ୩-୪ ଚାମଚ

ତିଆରି କରିବାର ପଦ୍ଧତି:

  • ମଧ୍ୟମ ନିଆଁରେ ଏକ କଡେଇ ବସାନ୍ତୁ
  • ଧନିଆ, ପାନ ମଧୁରି, ଗୋଲମରିଚ, ଜୁଆଣି ଓ ଶୁଖିଲା ଲଙ୍କା ପକେଇ ଭାଜନ୍ତୁ
  • ସେଥିରୁ ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ
  • ଏହା ପରେ, ଏକ ପାତ୍ରରେ ସମସ୍ତ ମସଲା ବାହାର କରି ଥଣ୍ଡା କରନ୍ତୁ
  • ଏହା ପରେ ପୁଦିନା ପତ୍ର ନେଇ ଏକ କଡେଇରେ ରଖନ୍ତୁ ଏବଂ କମ୍ ନିଆଁରେ କଡା ହେବା ପର୍ଯ୍ୟନ୍ତ ଭାଜନ୍ତୁ
  • ତା’ପରେ ସମସ୍ତ ସବୁ ମସଲା ଏବଂ ପୁଦିନା ପତ୍ରକୁ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ
  • ଥରେ କିମ୍ବା ଦୁଇଥର ଗ୍ରାଇଣ୍ଡ୍ କରିବା ପରେ ସେଥିରେ କଳା ଲୁଣ ଏବଂ ସାଇଟ୍ରିକ୍ ଏସିଡ୍ ମିଶାନ୍ତୁ ଏବଂ ଆଉ ଦୁଇ-ତିନିଥର ଗ୍ରାଇଣ୍ଡ୍ କରନ୍ତୁ
  • ଏହା ପରେ, ଏକ ପ୍ଲେଟରେ ସେହି ଗୁଣ୍ଡ ମସଲା ବାହାର କରି ତା’ପରେ ସୁଣ୍ଠି ପାଉଡର, ଶୁଖିଲା ଆମ୍ବ ପାଉଡର ଏବଂ ଚିନି ପାଉଡର ପକେଇ ଭଲ ଭାବରେ ମିଶାନ୍ତୁ।
Advertisment

ଏବେ ସ୍ୱାଦଯୁକ୍ତ ଚାଟ୍ ମସଲା ପ୍ରସ୍ତୁତ ହୋଇଗଲା। ଏହାକୁ ଏକ ଏୟାରଟାଇଟ୍ ପାତ୍ରରେ ରଖନ୍ତୁ। ଏହି ଚାଟ୍ ମସଲା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଶୁଦ୍ଧତାରେ ପରିପୂର୍ଣ୍ଣ।

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ