Advertisment

Tips and Tricks: କାର୍ବାଇଡ୍ ଦିଆ କଦଳୀ ଭାରି କ୍ଷତିକାରକ; ୪ଟି ଉପାୟରେ ଜାଣନ୍ତୁ ଏହା ଗଛ ପାଚିଲା କି ନାହିଁ…

ଆଜିକାଲି, ବଜାରରେ ଫଳର ଚାହିଦା ବୃଦ୍ଧି ହେତୁ ସେଗୁଡିକୁ ପଚେଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ବିଶେଷକରି କଦଳୀକୁ ଶୀଘ୍ର ପଚେଇବା ପାଇଁ ଫଳ ଚାଷୀମାନେ କାର୍ବାଇଡ୍ ବ୍ୟବହାର କରୁଛନ୍ତି। ଯଦି ଏହା ଆପଣଙ୍କ ପେଟକୁ ଯାଏ, ଏହା ବିଷ ପରି କାମ କରିବ।

ଅଦ୍ୟତନ ହୋଇଛି
How to identify that banana is ripe with carbide chemical

How to identify that banana is ripe with carbide chemical

Advertisment

ଏହା ହେଉଛି ପର୍ବପର୍ବାଣିର ଋତୁ। ଏହି ସମୟରେ ପ୍ରତ୍ୟେକ ଘରେ ବ୍ରତ-ଉପବାସ ପାଳନ କରାଯାଏ ଏବଂ ଫଳମୂଳ ଖିଆଯାଏ। ଏହି ସମୟରେ କଦଳୀକୁ 'ସୁପରଫୁଡ୍' କୁହାଯାଏ କାରଣ ଗୋଟିଏ କଦଳୀ ଖାଇବା ଦ୍ୱାରା ଦିନସାରା ଶକ୍ତି ମିଳିଥାଏ। କିନ୍ତୁ ଏହାକୁ ନେଇ ଏକ ସମସ୍ୟା ମଧ୍ୟ ଅଛି।

Advertisment

ଆଜିକାଲି, ବଜାରରେ ଫଳର ଚାହିଦା ବୃଦ୍ଧି ହେତୁ ସେଗୁଡିକୁ ପଚେଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ବିଶେଷକରି କଦଳୀକୁ ଶୀଘ୍ର ପଚେଇବା ପାଇଁ ଫଳ ଚାଷୀମାନେ କାର୍ବାଇଡ୍ ବ୍ୟବହାର କରୁଛନ୍ତି। ଯଦି ଏହା ଆପଣଙ୍କ ପେଟକୁ ଯାଏ, ଏହା ବିଷ ପରି କାମ କରିବ।

ଅଧିକ ପଢ଼ନ୍ତୁ: Tips and Tricks: ନକଲି ପ୍ରତି ସାବଧାନ… ଘରେ ତିଆରି କରନ୍ତୁ ଆଦିବାସୀ ହେୟାର ଅଏଲ୍

Advertisment

ଏଭଳି ପରିସ୍ଥିତିରେ ବିଷାକ୍ତ କଦଳୀକୁ କିପରି ଚିହ୍ନଟ କରାଯିବ ତାହା ଜାଣିବା ଜରୁରୀ। ଏଠାରେ ଆମେ ଆପଣଙ୍କୁ କହିବୁ ବଜାରରୁ କଦଳୀ କିଣିବାବେଳେ ଆପଣ କେଉଁ ଜିନିଷକୁ ଧ୍ୟାନରେ ରଖିଲେ କାର୍ବାଇଡ୍ ଦିଆଯାଇଥିବା କଦଳୀକୁ ଚିହ୍ନି ପାରିବେ ଆଉ ସତର୍କ ରହିବେ।

ପ୍ରଥମ ଉପାୟ:

ପ୍ରାକୃତିକ ଭାବରେ ପାଚିଥିବା କଦଳୀରେ କଳା କିମ୍ବା ବାଦାମୀ ଦାଗ ଦେଖାଯାଏ, ଯେତେବେଳେ କି କାର୍ବାଇଡ୍ ପରି ବିପଜ୍ଜନକ ରାସାୟନିକ ପଦାର୍ଥରେ ପଚାହୋଇଥିବା କଦଳୀ ଚୋପାରେ ଦାଗ ନଥାଏ। ଏଗୁଡ଼ିକ ଦୂରରୁ ଚକ୍‌ଚକ୍ ଦେଖାଯାଏ। ଏହି କଦଳୀଗୁଡ଼ିକର ସ୍ୱାଦ ମଧ୍ୟ କଞ୍ଚା ପରି ଲାଗେ।

Advertisment

ଦ୍ୱିତୀୟ ଉପାୟ:

ରାସାୟନିକ ପଦାର୍ଥରେ ପାଚିଥିବା କଦଳୀ ବହୁତ ସୁନ୍ଦର ଦେଖାଯାଏ। ସଫାସୁତୁରା ଏବଂ ଶକ୍ତିଶାଳୀ ଦେଖାଯାଉଥିବା କଦଳୀକୁ ଦବାଇବା ବେଳେ ଯଦି ପାଚିଲା ଲାଗେ, ତେବେ ଜାଣନ୍ତୁ ଯେ ଏହି କଦଳୀ ରାସାୟନିକ ପଦାର୍ଥ ଦ୍ୱାରା ପଚାଯାଇଛି। ଏଗୁଡିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ତୃତୀୟ ଉପାୟ:

ଏକ ବାଲ୍ଟି ନିଅନ୍ତୁ ଆଉ ସେଥିରେ ପାଣି ଭରନ୍ତୁ। ଏବେ ସେଥିରେ କଦଳୀ ପକାନ୍ତୁ। ଯଦି କଦଳୀ ସ୍ୱାଭାବିକ ଭାବରେ ପାଚିଥାଏ, ତେବେ ଏହା ବୁଡ଼ିବା ଆରମ୍ଭ କରିବ, କିନ୍ତୁ ଯଦି ଏହା ରାସାୟନିକ ଭାବରେ ପାଚିଥାଏ, ତେବେ ଏହା ଭାସିବା ଆରମ୍ଭ କରିବ। ଏହି ଉପାୟରେ ଆପଣ ସହଜରେ ଚିହ୍ନଟ କରିପାରିବେ।

ଚତୁର୍ଥ ଉପାୟ:

ଯଦି କଦଳୀ ଗୋଟିଏ ଜାଗାରେ ପାଚିଛି ଆଉ ଅନ୍ୟ ଜାଗା କଞ୍ଚା ଅଛି, ତେବେ ଜାଣନ୍ତୁ, ଏହା ରାସାୟନିକ ପଦାର୍ଥ ଦ୍ୱାରା ପାଚିଛି। କଦଳୀ ପ୍ରାକୃତିକ ଭାବରେ ପାଚିଲେ ସବୁଆଡ ହଳଦିଆ ଦେଖାଯିବ। 

ଏହି ଉପାୟଗୁଡିକର ସାହାଯ୍ୟରେ ଆପଣ ରାସାୟନିକ କଦଳୀରୁ ଦୂରେଇ ରହି ସୁସ୍ଥ କଦଳୀ ଖାଇପାରିବେ।

ଅଧିକ ପଢ଼ନ୍ତୁ: Tips and Tricks: ଆପଣ ଅସଲି ସୋରିଷ ତେଲ ଖାଉଛନ୍ତି ତ… ଜାଣିବା ପାଇଁ ୬ଟି ଟିପ୍ସ

Banana Farming Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ