Advertisment

Parenting Tips: ଆପଣଙ୍କ ପିଲା ଭାରି ଜିଦ୍‌ଖୋର କି; ଜାଣନ୍ତୁ କିପରି ସମ୍ଭାଳିବେ

ବେଳେବେଳେ ପିଲାମାନେ ସର୍ବସାଧାରଣ ସ୍ଥାନରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଆପଣଙ୍କ ପିଲା ଯଦି ଏଭଳି ଜିଦ୍‌ଖୋର ହୋଇଥାନ୍ତି ତେବେ କିଛି ସହଜ ଟିପ୍ସ ସାହାଯ୍ୟରେ, ଆପଣ ସେମାନଙ୍କୁ ବୁଝେଇପାରିବେ।

ଅଦ୍ୟତନ ହୋଇଛି
How to deal with stubborn kids here is four tips

How to deal with stubborn kids here is four tips

Advertisment

ଏମିତି ଅନେକ ପିଲା ଅଛନ୍ତି ଯେଉଁମାନେ ଭାରି ଜିଦ୍‌ଖୋର। ଏହି ପିଲାମାନେ ସବୁବେଳେ ନିଜ ବାପାମାଆଙ୍କ ପାଖରେ ଜିଦ୍ ଧରିଥାନ୍ତି। କିନ୍ତୁ ବେଳେବେଳେ ଏହି ପିଲାମାନେ ସର୍ବସାଧାରଣ ସ୍ଥାନରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଆପଣଙ୍କ ପିଲା ଯଦି ଏଭଳି ଜିଦ୍‌ଖୋର ହୋଇଥାନ୍ତି ତେବେ କିଛି ସହଜ ଟିପ୍ସ ସାହାଯ୍ୟରେ, ଆପଣ ସେମାନଙ୍କୁ ବୁଝେଇପାରିବେ।

Advertisment

ଘରେ ବାପାମାଆମାନେ ପ୍ରାୟତଃ ଜିଦ୍‌ଖୋର୍ ପିଲାମାନଙ୍କୁ ସହଜରେ ସମ୍ଭାଳି ନେଇଥାନ୍ତି। କିନ୍ତୁ ବଜାରରେ ଖେଳନା କିମ୍ବା ଖାଦ୍ୟ ସାମଗ୍ରୀ ଦେଖିବା ପରେ ପିଲାମାନେ ଉତ୍ସାହିତ ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ ଅପମାନର ଭୟ ହେତୁ ବାପାମାଆ ମଧ୍ୟ ନିଜ ପିଲାମାନଙ୍କର ଜିଦ୍‌ର ଶିକାର ହୋଇଯାଆନ୍ତି। ଏପରି ପରିସ୍ଥିତିରେ, ଆପଣ କିଛି ଟିପ୍ସକୁ ଅନୁସରଣ କରି ପିଲାମାନଙ୍କୁ ଜିଦ୍‌କୁ ଅଟକାଇ ପାରିବେ।

ଆମେ ଏଠାରେ ଆପଣଙ୍କ ପାଇଁ ୪ଟି ପ୍ୟାରେଣ୍ଟିଙ୍ଗ ଟିପ୍ସ ଦେଉଛୁ। ଏହାକୁ ଭଲ ଭାବେ ପଢନ୍ତୁ ଆଉ ପିଲାଙ୍କ ଉପରେ ପ୍ରୟୋଗ କରନ୍ତୁ। ନିଶ୍ଚିତ ଫଳାଫଳ ମିଳିବ।

Advertisment

ସ୍ନେହରେ ବୁଝାଇବା:

ପିଲାମାନେ ଜିଦ୍ ଧରିବା ଦେଖି, କିଛି ବାପାମାଆ ପ୍ରାୟତଃ ରାଗି ଯାଆନ୍ତି ଏବଂ ସେମାନଙ୍କୁ ନିଜ ଜିଦ ଛାଡିବାକୁ ବାଧ୍ୟ କରନ୍ତି। କିନ୍ତୁ ବାପାମାଆଙ୍କ ଏହି ମନୋଭାବକୁ ଦେଖି ପିଲାଟି ମଧ୍ୟ ଅଧିକ ଜିଦ୍‌ଖୋର୍ ହୋଇଯାଏ। ତେଣୁ, ଯେତେବେଳେ ପିଲାମାନେ ଜିଦ୍ କରନ୍ତି ସେତେବେଳେ ଧୈର୍ଯ୍ୟହରା ନ ହୋଇ ସ୍ନେହରେ ସେମାନଙ୍କ ସହିତ ମୁକାବିଲା କରିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ପିଲା ନିଶ୍ଚିତ ବୁଝିପାରିବେ ଯେ ଆପଣ କ’ଣ କହିବାକୁ ଚାହୁଛନ୍ତି।

ଜିଦ୍‌ର କାରଣ ଜାଣନ୍ତୁ:

ଅନେକ ସମୟରେ ପିଲାମାନେ ବଜାରରେ ଛୋଟ ଛୋଟ ଜିନିଷ କିଣିବାକୁ ନେଇ ଜିଦ୍ କରନ୍ତି। କିନ୍ତୁ ବାପାମାଆମାନେ ସେମାନଙ୍କର ପିଲାମାନଙ୍କର ଦାବିକୁ ସାଙ୍ଗେସାଙ୍ଗେ ଅଣଦେଖା କରନ୍ତି। ଯେଉଁ କାରଣରୁ ପିଲାମାନେ ଜିଦ୍‌ଖୋର୍ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ପାଆନ୍ତି ନାହିଁ ଏବଂ ଧୀରେ ଧୀରେ ଏହି ଅଭ୍ୟାସ ପିଲାମାନଙ୍କର ପ୍ରକୃତି ହୋଇଯାଏ। ଏଭଳି ପରିସ୍ଥିତିରେ, ପିଲାମାନଙ୍କ ସହିତ ବାହାରକୁ ଯିବାବେଳେ, ସେମାନଙ୍କ କଥାକୁ ଅଣଦେଖା କରନ୍ତୁ ନାହିଁ ଏବଂ ସେମାନଙ୍କର ଉଦ୍ଦେଶ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ।

Advertisment

ସ୍ମାର୍ଟନେସ୍ ସହିତ ମୁକାବିଲା:

ପିଲାମାନଙ୍କୁ ଜବରଦସ୍ତ ଗାଳି ଦେବା ଏବଂ ଚୁପ୍ କରିବା ପରିବର୍ତ୍ତେ ଅନ୍ୟ କିଛି ଜିନିଷ ଦ୍ୱାରା ପ୍ରଲୋଭିତ କରିବା ଭଲ। ଉଦାହରଣ ସ୍ୱରୂପ, ଯଦି ପିଲା ଏକ ମହଙ୍ଗା ଖେଳନା କିଣିବାକୁ ଜିଦ୍ ଧରିଥାଏ, ତେବେ ଆପଣ ତା’ର କୌଣସି ପ୍ରିୟ ଜିନିଷ ଖାଇବା ପାଇଁ ଏକ ସର୍ତ୍ତ ରଖି ପାରିବେ। ଏହା ଦ୍ୱାରା ପିଲା ତୁରନ୍ତ ନିଜର ଜିଦ୍‌ ତ୍ୟାଗ କରିବ ଏବଂ ଆପଣଙ୍କ କଥା ମାନିଯିବ।

ପିଲାଙ୍କୁ ପ୍ରିୟ ଖାଦ୍ୟ ଖୁଆନ୍ତୁ:

ଅନେକ ସମୟରେ ଭୋକ କାରଣରୁ ପିଲାମାନେ ଚିଡ୍‌ଚିଡା ହୋଇଯାଆନ୍ତି ଏବଂ କେବଳ ଗୋଟିଏ ଜିନିଷ ଉପରେ ଜିଦ୍ ଧରିଥାନ୍ତି। ଏପରି ପରିସ୍ଥିତିରେ, ଘରୁ ବାହାରକୁ ଯିବାବେଳେ ପିଲାମାନଙ୍କର ପ୍ରିୟ ଖାଦ୍ୟ ସାଥିରେ ନେଇକି ଯାଆନ୍ତୁ। ସେମାନଙ୍କ ପେଟ ପୂର୍ଣ୍ଣ ରହିଲେ ସେମାନଙ୍କର ମନୋବଳ ମଧ୍ୟ ବହୁତ ଭଲ ରହିବ। ଏଭଳି ପରିସ୍ଥିତିରେ ପିଲାମାନେ ଅନାବଶ୍ୟକ ଜିନିଷ କିଣିବାକୁ ଜିଦ୍ କରିବେ ନାହିଁ।

Parental Control Parents Guide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ