Advertisment

Tips and Tricks: ଆପଣ ଅସଲି ଘିଅ ଖାଉଛନ୍ତି ତ…. ଏହି ୫ଟି ଉପାୟରେ କରନ୍ତୁ ପରୀକ୍ଷା

ଆଜିର ଭେଜାଲ ବଜାରରେ ଶୁଦ୍ଧ ଘିଅ ପାଇବା କଷ୍ଟକର ହୋଇପଡିଛି। ନକଲି ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଘିଅର ଶୁଦ୍ଧତା ଯାଞ୍ଚ କରିବା ଜରୁରୀ ଅଟେ।

ଅଦ୍ୟତନ ହୋଇଛି
How to check purity of market ghee know simple tips and tricks

How to check purity of market ghee know simple tips and tricks

Advertisment

ଭାରତୀୟ ରୋଷେଇ ଘରେ ଘିଅକୁ ବହୁତ ବ୍ୟବହାର କରାଯାଏ, କିନ୍ତୁ ଆଜିର ଭେଜାଲ ବଜାରରେ ଶୁଦ୍ଧ ଘିଅ ପାଇବା କଷ୍ଟକର ହୋଇପଡିଛି। ନକଲି ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଘିଅର ଶୁଦ୍ଧତା ଯାଞ୍ଚ କରିବା ଜରୁରୀ ଅଟେ।

Advertisment

ଅଧିକାଂଶ ଲୋକ ଘିଅ ଖିଆବାକୁ ଭଲ ପାଆନ୍ତି ସତ କିନ୍ତୁ ଏହା ଅସଲି କି ନକଲି ଜାଣି ପାରନ୍ତି ନାହିଁ। ଫଳରେ ଏମାନେ ଠକାମିର ଶିକାର ହୁଅନ୍ତି। ତେବେ ଏହି ୫ଟି ସହଜ ପଦ୍ଧତି ଅଛି, ଯାହା ସାହାଯ୍ୟରେ ଜଣେ ଘିଅର ଶୁଦ୍ଧତା ପରୀକ୍ଷା କରିପାରିବେ।

ଆସନ୍ତୁ ସେହି ଟିପ୍ସଗୁଡିକ କ’ଣ ଜାଣିନେବା, ଆଉ ଅସଲି ଘିଅ ଚିହ୍ନି କିଣିବା।

ଅସଲି ଘିଅ ଚିହ୍ନିବାର ଟିପ୍ସ:

  • ଗୋଟିଏ ଚାମଚ ଘିଅ ଆପଣଙ୍କ ପାପୁଲିରେ ଢାଳନ୍ତୁ। ଯଦି ଘିଅ କିଛି ମିନିଟ୍ ମଧ୍ୟରେ ତରଳିଯାଏ ତେବେ ଏହା ଶୁଦ୍ଧ ଅଟେ। ଶରୀରର ଉତ୍ତାପ ହେତୁ ଶୁଦ୍ଧ ଘିଅ ଶୀଘ୍ର ତରଳିଯାଏ। ଅପରପକ୍ଷେ ଘିଅ ଯଦି ନକଲି ହୋଇଥିବ ତେବେ ଏହା ତରଳିବା ପାଇଁ ଅଧିକ ସମୟ ନେଇଥାଏ।
  • ଅଧା ଚାମଚ ଘିଅକୁ ଗରମ କରନ୍ତୁ ଏବଂ ଏଥିରେ କିଛି ଲୁଣ ମିଶାନ୍ତୁ। ଏହାକୁ କିଛି ସମୟ ରଖନ୍ତୁ। ଯଦି ରଙ୍ଗ ନୀଳ କିମ୍ବା କଳା ହୋଇଯାଏ ତେବେ ତେବେ ଜାଣିବେ ଯେ ଏହା ଭେଜାଲ।
  • ଗୋଟିଏ ଚାମଚ ଘିଅକୁ ଗରମ କରନ୍ତୁ। ଯଦି ଘିଅ ତୁରନ୍ତ ତରଳିଯାଏ ଏବଂ ସୁନେଲି ରଙ୍ଗରେ ପରିଣତ ହୁଏ ତେବେ ଏହା ଶୁଦ୍ଧ ଅଟେ। ନକଲି ଘିଅ ସାଧାରଣତଃ ଏକ ଧଳା ରଙ୍ଗର ଚିପ୍‌ଚିପା ଅଂଶ ସୃଷ୍ଟି କରେ।
  • ଶୁଦ୍ଧ ଘିର ଏକ ସ୍ୱତନ୍ତ୍ର ସୁଗନ୍ଧ ଥାଏ। କିନ୍ତୁ ଭେଜାଲ୍ ଘିଅରେ ଏହା ମିଳେ ନାହିଁ। ଶୁଦ୍ଧ ଘିଅର ସୁଗନ୍ଧ ଶକ୍ତିଶାଳୀ ଏବଂ ସତେଜ ଲାଗେ।
  • ଘିକୁ ଏକ ପାତ୍ରରେ ନେଇ ଏହାକୁ ଫ୍ରିଜରେ ୩୦ ମିନିଟ୍ ରଖନ୍ତୁ। ଯଦି ଏଥିରେ ଅଲଗା ଅଲଗା ସ୍ତର ତିଆରି ହୁଏ ତେବେ ଘିଅ ନକଲି ବୋଲି ଜାଣିବେ। ଜମିଯିବା ପରେ ମଧ୍ୟ ଶୁଦ୍ଧ ଘିଅରେ ଏକ ସମାନ ସ୍ତର ରହିଥାଏ।
Advertisment
Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ