Advertisment

Lifestyle: ଚୁଟି ଉପୁଡ଼ିଛି କି? ନିଅନ୍ତୁ ନାହିଁ ଟେନସନ୍‌

ମନ୍ଦାର ପତ୍ର ପ୍ରାକୃତିକ କଣ୍ଡିସନର୍ ପରି କାମ କରିଥାଏ। ଏଥିପାଇଁ ମେହେନ୍ଦି ଓ ଲେମ୍ବୁ ସହ ମନ୍ଦାର ପତ୍ରକୁ ମିଶାଇ ଲଗାନ୍ତୁ। ଏହା ଦ୍ୱାରା ମୁଣ୍ଡରେ ଆଉ ରୁପି ସମସ୍ୟା ଦେଖାଯିବ ନାହିଁ।

ଅଦ୍ୟତନ ହୋଇଛି
Hair

Hair

Advertisment

କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍‌ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ହୋଇଛି।

Advertisment

ଏହି ସମୟରେ କିପରି କେଶର ଦେଖାରଖା କରିବେ, କିପରି ଯତ୍ନ ନେବେ ତାହା ଜାଣିବା ଲାଗି ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି। ତେବେ ଏହାର ଭଲ ଘରୋଇ ଉପଚାର ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ।

  • କେଶରେ ଆମେ ସାଧାଣରତଃ ବିଭିନ୍ନ ପ୍ରକାରର ତେଲ ଲଗାଇଥାନ୍ତି। ହେଲେ ନଡ଼ିଆ ତେଲକୁ ଉଷୁମ କରି ସେଥିରେ ଲେମ୍ବୁ ମିଶାଇ ଚୁଟିରେ ଲଗାନ୍ତୁ। ସପ୍ତାହରେ ୪ ଥର ଏପରି କରନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍‌ ହୋଇଯିବ। ଏହାସହ ମେଥି ଦାନାକୁ ନଡ଼ିଆ ତେଲ ସହ ମିଶାଇ ସପ୍ତାହକୁ ୩ରୁ ୪ ଥର ଚୁଟିରେ ମାଲିସ କରନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।
  • ଆମେ ସାଧାରଣ ମେହେନ୍ଦିକୁ ଚୁଟିର ରଙ୍ଗ ପଇଁ ବ୍ୟବହାର କରିଥାନ୍ତି। ହେଲେ ଜାଣିଛନ୍ତି, ମେହେନ୍ଦି ଲଗାଇଲେ ମଧ୍ୟ ଚୁଟି ଝଡ଼ିବା କମ୍ ହୋଇଥାଏ। ମେହେନ୍ଦିରେ ସୋରିଷ ତେଲ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣ ଚୁଟିରେ ଲଗାଇ ଶୁଖିଲା ପର୍ଯ୍ୟନ୍ତ ରଖନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ।
  • ଦହିରେ ବେସନ ଓ ଲେମ୍ବୁ ରସକୁ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣକୁ ଚୁଟିରେ ଲଗାଇ ୩ରୁ ୪ ଘଣ୍ଟା ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ଚୁଟିରେ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏପରି କଲେ ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍‌ ହୋଇଯିବ।
  • ମନ୍ଦାର ଫୁଲ କିମ୍ବା ପତ୍ରକୁ ନଡ଼ିଆ କିମ୍ବା ସୋରିଷ ତେଲ ସହ ଫୁଟାଇ ଦିଅନ୍ତୁ। ଏହା ପରେ ଏହି ତେଲକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ଚୁଟିର ମୂଳରେ ମାଲିସ କରନ୍ତୁ। ଏମିତି କିଛି ଦିନ କଲେ କେଶ ଝଡ଼ିବା ବନ୍ଦ ହୋଇଯିବ। ଏହାସହ କେଶ ଲମ୍ବା ଓ ଘନ ହେବ।
  • ମନ୍ଦାର ପତ୍ର ପ୍ରାକୃତିକ କଣ୍ଡିସନର୍ ପରି କାମ କରିଥାଏ। ଏଥିପାଇଁ ମେହେନ୍ଦି ଓ ଲେମ୍ବୁ ସହ ମନ୍ଦାର ପତ୍ରକୁ ମିଶାଇ ଲଗାନ୍ତୁ। ଏହା ଦ୍ୱାରା ମୁଣ୍ଡରେ ଆଉ ରୁପି ସମସ୍ୟା ଦେଖାଯିବ ନାହିଁ।
Advertisment

ଅଧିକ ପଢ଼ନ୍ତୁ: ଘରକୁ ବାରମ୍ବାର ଅତିଥି ଆସୁଛନ୍ତି ଆଉ ସବୁବେଳେ ରୋଷେଇ କରିବାକୁ ପଡୁଛି; ଜାଣନ୍ତୁ କାହିଁକି…

Hair Care Lifestyle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ