Advertisment

ଆପଣଙ୍କ ସିମ୍ପଲ ଡ୍ରେସ୍‌କୁ ଦିଅନ୍ତୁ ନୂଆ ଲୁକ୍‌, ପିନ୍ଧନ୍ତୁ ଷ୍ଟୋଲ

ନିଜର ସିମ୍ପଲ ଡ୍ରେସକୁ ଦିଅନ୍ତୁ ନୂଆ ଲୁକ୍। ଯଦି କୌଣସି ଡ୍ରେସ୍‌ ଭଲ ଲାଗୁନି ତାହେଲେ ଆପଣ ଏକ ଷ୍ଟୋଲକୁ ଟାଇଅପ୍‌ କରି ପିନ୍ଧିଲେ ଏହା ଆପଣଙ୍କ ବୋରିଂ ଡ୍ରେସ୍‌କୁ ଏକ ନୂଆ ଲୁକ୍‌ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଷ୍ଟୋଲ୍ ପିନ୍ଧିବାର କିଛି ଷ୍ଟାଇଲସ୍ ଟିପସ୍ ଦେବୁ ।

ଅଦ୍ୟତନ ହୋଇଛି
Stoles fashion trend

Stoles fashion trend

Advertisment

ଷ୍ଟୋଲ୍‌ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ।  ୱେଷ୍ଟର୍ଣ୍ଣ ହେଉ କି ଇଣ୍ଡିଆନ୍‌ ସବୁ ପ୍ରକାର ଡ୍ରେସ୍‌ରେ ଷ୍ଟୋଲ୍ ବେଶ୍ ଭଲ ଲାଗୁଛି। ଷ୍ଟୋଲ୍‌ ବର୍ତ୍ତମାନର ୟୁନିକ୍‌ ଟ୍ରେଣ୍ଡ ହୋଇଯାଇଛି। ଏହା ଜିନ୍ସ ଟପ୍‌, ସ୍କର୍ଟ, ଡ୍ରେସ୍‌, ସୁଟ୍‌, କୁର୍ତ୍ତୀ ସବୁଥିରେ ଭଲ ଦେଖାଯାଉଛି।

Advertisment
  • ସବୁଠାରୁ ସିମ୍ପଲ୍‌ ପ୍ରକ୍ରିୟା ହେଉଛି ବେକରେ ଷ୍ଟୋଲ୍‌କୁ ଗୁଡାଇ କରି ପକାଇବା ଯାହାକୁ ନେକ୍ ରାପ୍ ଷ୍ଟାଇଲ୍ କୁହାଯାଏ। ଏହା ଜିନ୍ସ, କୁର୍ତ୍ତୀ, ଶାଢ଼ି ସବୁ ପ୍ରକାର ଡ୍ରେସ୍‌ରେ ଭଲ ଦେଖାଯାଏ । ଯାହା ସବୁଠାରୁ ସାଧାରଣ ଷ୍ଟାଇଲ୍‌ କୁହାଯାଇପାରେ।
  • ଷ୍ଟୋଲ୍ ବା ସ୍କାର୍ପ ଲଙ୍ଗ୍ ଯାହାକୁ ସ୍କାର୍ପ ଟାଇ ଫ୍ୟାସନ କୁହାଯାଏ । ଯଦି ଷ୍ଟୋଲ୍ ଲମ୍ବା ରୁହେ ତେବେ ବେକରେ ଗୁଡାଇ ରଖିବା ଦ୍ୱାରା ଏହା ଜିନ୍ସ ଓ କୁର୍ତ୍ତୀରେ ଖୁବ୍‌ ସୁନ୍ଦର ଲାଗିଥାଏ ।
  • ଷ୍ଟୋଲ୍‌କୁ ବେକରେ ପକାଇ ଡ୍ରେସର କଲର ପାଖରେ ଢିଲାରେ ବାନ୍ଧନ୍ତୁ(ବୋ ଷ୍ଟାଇଲ୍), ଯେଉଁପରି ଜୋତା ଫିତା ବାନ୍ଧନ୍ତି । ହାଇ ହିଲ୍‌ ସହ ପାର୍ଟି ପାଇଁ ଏହା ଏକ ସ୍ୱତନ୍ତ୍ର ଲୁକ୍‌ ଦେଇଥାଏ।
  • ମଝିରୁ ଫୋଲ୍ଡ କରି ଷ୍ଟୋଲ୍‌ର ଗୋଟିଏ ପାଖ ମୁଣ୍ଡକୁ ଅନ୍ୟ ପାଖ ମୁଣ୍ଡ ସହ ଗୁଡ଼ାଇ ପିନ୍ଧିପାରିବେ(ଫୋର୍ ଅନ୍ ନେକ୍)। ବର୍ତ୍ତମାନ ବଞ୍ଚିଥିବା ଭାଗକୁ ଦୁଇ ଫାଶରେ ଗୁଡ଼ାଇ ପିନ୍ଧିପାରିବେ। ଏହା ଏକ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ।
  • ଷ୍ଟୋଲ୍‌କୁ ବେକରେ ପକାଇ ଦୁଇ ଭାଗକୁ ଝୁଲାଇ ରଖି(ବ୍ରେଡ୍ ରାପ୍ ଅରାଉଣ୍ଡ)। ଗୋଟିଏ ପଟ ଲମ୍ବା ଓ ଅନ୍ୟ ପଟଟି ଛୋଟ ହୋଇଥିବ । ଦୁଇ ପଟକୁ ଅଲଗା ଅଲଗା ଲୁପ୍‌ରେ ଗୁଡାଇବା । ଏହାକୁ ସମସ୍ତ ଡ୍ରେସ୍‌ ସହ ପିନ୍ଧାଯାଇପାରିବ।
Fashion Trends
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ