Advertisment

Parenting Tips: ଆପଣଙ୍କ ପିଲା ଟିକେ ଟିକେ କଥାରେ କାନ୍ଦିପକାଉଛି କି; ପିଲାଙ୍କୁ ଦୃଢ କରିବାକୁ ୫ଟି ଟିପ୍ସ

ଅନେକ ପିଲା ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ ଭବେ ଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ।

ଅଦ୍ୟତନ ହୋଇଛି
how to make your child emotionally strong

Five parenting tips how to make your child emotionally strong

Advertisment

ଅନେକ ବାପାମାଆ ଚିନ୍ତା ଥାଆନ୍ତି ଯେ ସେମାନଙ୍କ ପିଲା ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। କିନ୍ତୁ ଏଥିରେ ପିଲାଟିର କୌଣସି ଦୋଷ ନ ଥାଏ। ଏହା କେବଳ ଠିକ୍ ଲାଳନ ପାଳନ ଅଭାବରୁ ପିଲାଟି ଭାବନାତ୍ମକ ଭାବେ ଦୃଢ ହୋଇପାରେ ନାହିଁ ଏବଂ ପ୍ରତ୍ୟେକ କଥାରେ ଭାବପ୍ରବଣ ହୋଇଯାଏ ଆଉ କାନ୍ଦେ।

Advertisment

ପ୍ରତ୍ୟେକ ବାପାମାଆ ଚାହାଁନ୍ତି ଯେ ସେମାନଙ୍କର ପିଲା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ ହୁଅନ୍ତୁ। କିନ୍ତୁ ଏମିତି କିଛି ପିଲା ଥାଆନ୍ତି ଯେଉଁମାନେ ପ୍ରତ୍ୟେକ କଥାକୁ ନେଇ କାନ୍ଦି ପକାନ୍ତି ଏବଂ ନିଜ ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାରେ ଅସମର୍ଥ ହୁଅନ୍ତି। ଏହିପରି ପିଲାମାନେ ସ୍କୁଲରେ କିମ୍ବା ଘର ବାହାରେ ସହଜରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ସାହାଯ୍ୟ ମାଗିବାରେ ମଧ୍ୟ ସକ୍ଷମ ହୁଅନ୍ତି ନାହିଁ।

ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ଯଦି ୧୦ ବର୍ଷର ହୋଇଗଲାଣି, ଶିଖାନ୍ତୁ ଏହି କଥା; ମିଳିଯିବ ସଂସ୍କାର

Advertisment

ଏପରି ପରିସ୍ଥିତିରେ, ସେମାନେ ଅଧିକ ଭୟଭୀତ ହୋଇପଡନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ ଭବେ ଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ।

ପରିସ୍ଥିତିର ଶିକ୍ଷା:

ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ ଆମର ଇଚ୍ଛା ଅନୁଯାୟୀ ସବୁକିଛି ଘଟେ ନାହିଁ, ଏଥିପାଇଁ ଆମକୁ ପରିସ୍ଥିତି ଏବଂ ପରିବେଶ ଅନୁଯାୟୀ ଫ୍ଲେସ୍କିବଲ୍ ହେବାକୁ ପଡିବ। ଏହିପରି ଶିକ୍ଷା ସେମାନଙ୍କ ଜୀବନସାରା ଉପଯୋଗୀ ହେବ ଏବଂ ସେମାନେ ଖରାପ ପରିସ୍ଥିତିରେ ମଧ୍ୟ ସଠିକ୍ ରାସ୍ତା ବାଛିବା ଶିଖିନେବେ।

Advertisment

କଥା କହିବାର ସ୍ୱାଧୀନତା:

ଏହା ପ୍ରାୟତଃ ଦେଖାଯାଏ ଯେ ଯେଉଁ ପିଲାମାନେ ସେମାନଙ୍କର କଥା କିମ୍ବା ଭାବନାକୁ ପ୍ରକାଶ କରିବା ଶିଖନ୍ତି ନାହିଁ ସେମାନେ ଜୀବନସାରା ଭାବନାତ୍ମ ଭାବରେ ଦୁର୍ବଳ ହୋଇ ରହିଯାଆନ୍ତି। ତେଣୁ, ନିଜ ପିଲାଙ୍କୁ ସବୁକିଛି ପ୍ରକାଶ କରିବାର ଅଧିକାର ଦିଅନ୍ତୁ ଏବଂ ସେମାନେ କିପରି ନିଜର ଭାବନାକୁ ପ୍ରକାଶ କରିବେ ସେହି ଉପାୟ ଶିଖାନ୍ତୁ।

ଥଟ୍ଟା ନ କରିବା:

ଯଦି ପିଲାଟି କୌଣସି କଥାକୁ ନେଇ ଭୟ କରୁଛି ତେବେ ତାଙ୍କୁ ଗାଳି କିମ୍ବା ଥଟ୍ଟା କରି ଚୁପ୍ ରହିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା କରିବା ଦ୍ୱାରା ସେମାନେ ନିଜର ଭୟ ପ୍ରକାଶ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଏବଂ ସବୁବେଳେ ଭୟଭୀତ ହୋଇ ରହିବେ। ଏପରି ଅବସ୍ଥା ଯଦି ଆପଣ ସେମାନଙ୍କ କଥା ଶୁଣନ୍ତି ଏବଂ ଏହା ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତି ତେବେ ଏହା ଖୁବ ଭଲ ହେବ।

ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ପଢିବାକୁ ମନ ଦେଉନି କି…ଆପଣାନ୍ତୁ ଏହି ୩ ଟିପ୍ସ, ଆପେ ଆପେ ପଢିବ

ଆତ୍ମବିଶ୍ୱାସ ବୃଦ୍ଧି:

ଆପଣ ମଧ୍ୟ ନିଜ ପିଲାମାନଙ୍କର ଆତ୍ମବିଶ୍ୱାସ ଏବଂ ଆତ୍ମ ସମ୍ମାନକୁ ବଢାଇ ସେମାନଙ୍କୁ ନକାରାତ୍ମକ ଭାବନାରୁ ମୁକ୍ତ କରିପାରିବେ। ଏଥିପାଇଁ ସେମାନଙ୍କ ଭିତରେ ସମସ୍ୟା ସମାଧାନ କୌଶଳକୁ ବିକାଶ କରନ୍ତୁ। ସେମାନଙ୍କୁ ନିଜର ସଂଘର୍ଷମୟ କାହାଣୀ କୁହନ୍ତୁ ଯେଉଁଥିରେ ଆପଣ ମଧ୍ୟ କଠିନ ପରିସ୍ଥିତିକୁ ମୁକାବିଲା କରିବାର ନିଷ୍ପତ୍ତି ନେଇଛନ୍ତି।

ଭୁଲ କରିବାକୁ ସ୍ୱାଧୀନତା:

ଭୁଲ୍‌ରୁ ହିଁ ଶିକ୍ଷା ମିଳେ। ତେଣୁ ପିଲାମାନଙ୍କୁ ଭୁଲ କରିବାର ସ୍ୱାଧୀନତା ଦିଅନ୍ତୁ। ଯଦି ଆପଣ ତାଙ୍କୁ ବାରମ୍ବାର ବାଧା ଦିଅନ୍ତି ଏବଂ ତାଙ୍କୁ କିଛି ଭୁଲ୍ କରିବା ଦେବାକୁ ମନା କରନ୍ତି, ତେବେ ସେମାନେ ଠିକ୍ ରାସ୍ତା ଖୋଜିବାରେ ସମର୍ଥ ହେବେ ନାହିଁ ଏବଂ ସେମାନଙ୍କ ଆତ୍ମବିଶ୍ୱାସରେ ବିକାଶ ହେବନି ବରଂ ଆହୁରି ହ୍ରାସ ପାଇବ। ଯଦି ଆପଣ ସେମାନଙ୍କୁ ଭାବନାତ୍ମକ ରୂପରେ ଦୃଢ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଆତ୍ମବିଶ୍ୱାସୀ କରିବାକୁ ଚେଷ୍ଟା କରନ୍ତୁ।

Parental Control Parents Guide Parenting Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ