Advertisment

Tips and Tricks: ପ୍ରେସର କୁକରର ରବର ଢିଲା ହୋଇଯାଇଛି କି… ଫଟାଫଟ୍ ଠିକ କରିବାକୁ ୪ ଟିପ୍ସ

ସମସ୍ତେ ଦେଖିଥିବେ ଯେ ପ୍ରେସର କୁକରରେ ଏକ ରବର ବ୍ୟବହାର ହୋଇଥାଏ। ଅନେକ ସମୟରେ ଏହି ରବର ଢିଲା ହୋଇଯାଏ। ଆସନ୍ତୁ ଏହି ରବରକୁ ଟାଇଟ୍ କରିବା ପାଇଁ କିଛି ସହଜ କୌଶଳ ଜାଣିବା।

ଅଦ୍ୟତନ ହୋଇଛି
Easy tricks to tighten the loose rubber of pressure cooker

Easy tricks to tighten the loose rubber of pressure cooker

Advertisment

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସବୁକିଛି ଫଟାଫଟ୍ ହେବା ଜରୁରୀ ହୋଇପଡିଛି। ସେଥିପାଇଁ ଆଜିର ଦିନରେ ରୋଷେଇ ଘରର ଏକ ମୁଖ୍ୟ ଜିନିଷ ପ୍ରେସର କୁକର ହୋଇଯାଇଛି। ସେ ଡାଲି ହେଉ କି ତରକାରୀ, ଚାଉଳ, ଆମିଷ ଇତ୍ୟାଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରେସର କୁକରର ବ୍ୟବହାର ହେଉଛି।

Advertisment

ସମସ୍ତେ ଦେଖିଥିବେ ଯେ ଏଥିରେ ଏକ ରବର ବ୍ୟବହାର ହୋଇଥାଏ। ଅନେକ ସମୟରେ ଏହି ରବର ଢିଲା ହୋଇଯାଏ। ଢାଙ୍କୁଣୀ ଲଗାଇବାବେଳେ ଏହା ବାରମ୍ବାର ବାହାରକୁ ପଳେଇ ଆସେ, ଏହି କାରଣରୁ କୁକର ସଠିକ୍ ଭାବରେ ସିଟି ମାରେ ନାହିଁ। କୁକରରୁ ପାଣି ବାହାରିବା ଆରମ୍ଭ କରେ।

ଏଭଳି କ୍ଷେତ୍ରରେ ଅନେକ ସମୟରେ ବଜାରକୁ ଯାଇ ରବର କିଣିବା ସମ୍ଭବ ହୁଏ ନାହିଁ। ତେବେ ଏଭଳି ପରିସ୍ଥିତିରେ ଏମିତି କିଛି ବିଶେଷ ଟ୍ରିକ୍ସ ଅଛି ଯାହାକୁ ବ୍ୟବହାର କରି ପ୍ରେସର କୁକରର ରବରକୁ ଫିଟ୍ କରାଯାଇପାରିବ। ଆସନ୍ତୁ କୁକରର ରବରକୁ ଟାଇଟ୍ କରିବା ପାଇଁ ସେହି ସହଜ କୌଶଳ କ’ଣ ଜାଣିବା।

Advertisment

ଅଧିକ ପଢ଼ନ୍ତୁ:  ଆପଣ ଅସଲି ଘିଅ ଖାଉଛନ୍ତି ତ…. ଏହି ୫ଟି ଉପାୟରେ କରନ୍ତୁ ପରୀକ୍ଷା

  • ଅନେକ ମାସ ଧରି ଗୋଟିଏ ରବର ବ୍ୟବହାର କରିବା ପରେ ଏହା ଢିଲା ହୋଇଯାଏ। ଏପରି ପରିସ୍ଥିତିରେ, ଏହାକୁ ୩- ୪ ମାସ ମଧ୍ୟରେ ପରିବର୍ତ୍ତନ କରାଯିବା ଉଚିତ।
  • ରୋଷେଇ କରିବ ପୂର୍ବରୁ ପ୍ରେସର କୁକର୍‌ର, ରବରକୁ ୧୫ ମିନିଟ ପାଇଁ ଫ୍ରିଜ୍‌ରେ ରଖନ୍ତୁ ଯାହା ଦ୍ୱାରା ଏହା ଥଣ୍ଡା ହୋଇ ଟାଣ ହୋଇଯିବ ବା ସଙ୍କୁଚିତ ହୋଇଯିବ। ଯେତେବେଳେ ଆପଣ ଢାଙ୍କୁଣୀରେ ରବର ଲଗାଇବେ, ଏହା ସହଜରେ ଫିଟ୍ ହୋଇଯିବ।
  • ଯଦି ଫ୍ରିଜ୍ କୌଶଳ କାମ ନ କରେ ତେବେ ରବରରେ ଟିକେ ଶୁଖିଲା ଅଟା ଲଗାନ୍ତୁ। ଏହାପରେ ରବରକୁ ଢାଙ୍କୁଣୀରେ ଫିଟ୍ କରନ୍ତୁ ଏବଂ କୁକରକୁ ବନ୍ଦ କରନ୍ତୁ। ଖୁବ ସହଜରେ ଢାଙ୍କୁଣୀଟି କୁକୁର୍‌ରେ ଫିଟ୍ ହୋଇଯିବ। କୁକର ତୁରନ୍ତ ସିଟି ମାରିବ।
  • ଏହା ଛଡା ଆପଣ ରବରକୁ ବରଫ ପାଣିରେ ୧୦ ମିନିଟ୍ ପକାଇ ରଖି ପାରିବେ। ଏହା ମଧ୍ୟ ରବରକୁ ଟାଣ କରିଦିଏ ଏବଂ କୁକରରେ ଫିଟ୍ ହୋଇଯାଏ।

ରବରକୁ ସଫା କରିବାର ଉପାୟ:

  • କିଛି ଲୋକ ରବରକୁ ଢାଙ୍କୁଣୀ ସହିତ ହିଁ ଧୋଇଥାନ୍ତି। ଏହା ଦ୍ୱାରା ଭଲ ଭାବେ ମଇଳା ସଫା ନ ହୋଇ ଏଥିରେ ଜମା ହୋଇ ରହିଥାଏ। ଏହା ମଧ୍ୟ ରବରକୁ ନଷ୍ଟ କରିଥାଏ। ତେଣୁ ଧୋଇବା ପୂର୍ବରୁ ରବରକୁ ବାହାର କରନ୍ତୁ ଆଉ ସଫା କରନ୍ତୁ।
  • ରବରକୁ ସବୁ ସମୟ ପାଇଁ କୁକରର ଢାଙ୍କୁଣୀରେ ଲଗେଇ ରଖନ୍ତୁ ନାହିଁ। ଆବଶ୍ୟକ ନ ଥିବା ବେଳେ ଏହାକୁ ବାହାର କରି ଦିଅନ୍ତୁ। ଆପଣ ରବରକୁ କେବଳ ପାଣିରେ ମଧ୍ୟ ଧୋଇ ପାରିବେ। ସାବୁନ ବା ଲିକ୍ୱିଡ୍ ବ୍ୟବହାର କରିବା କୌଣସି ଆବଶ୍ୟକତା ନାହିଁ।
  • ରବରକୁ ଢାଙ୍କୁଣୀରୁ ବାହାର କରିବା ପାଇଁ ଛୁରୀ କିମ୍ବା ଅନ୍ୟ କୌଣସି ଧାରୁଆ ବସ୍ତୁ ବ୍ୟବହାର କରନ୍ତୁ ନାହିଁ, ଏହା କରିବା ଦ୍ୱାରା ରବର କଟିଯାଇ ପାରେ।
Advertisment

ଅଧିକ ପଢ଼ନ୍ତୁ: ପାଣି ଗରମ ପାଇଁ ବ୍ୟବହାର କରୁଛନ୍ତି କି ୱାଟର କେଟଲ୍… ଏହି ୫ କଥା ମନେରଖନ୍ତୁ, ନଚେତ...

Pressure Cooker Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ