Advertisment

Parenting Tips: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହି ପାଞ୍ଚଟି ଜିନିଷ; ଚାଣକ୍ୟ ପରି କାମକରିବ ମୁଣ୍ଡ

ଡ୍ରାଏ ଫ୍ରୁଟ୍ସ କେବଳ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ତାଙ୍କ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରେ। ସେମାନେ କିଛି ଜିନିଷ ଉପରେ ଭଲଭାବେ ଧ୍ୟାନ ଦେବାକୁ ସକ୍ଷମ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ମସ୍ତିଷ୍କକୁ ଉନ୍ନତ କରିବା ପାଇଁ ଆପଣ ସେମାନଙ୍କ ଖାଦ୍ୟରେ କେଉଁ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଉଚିତ।

ଅଦ୍ୟତନ ହୋଇଛି
Health Benefits Of Dried Fruits For Child

Dry fruits for child mind work like chanakya

Advertisment

ଡ୍ରାଏ ଫ୍ରୁଟ୍ସ ଏବଂ ନଟ୍ସକୁ ପୋଷକ ତତ୍ତ୍ୱର ପାୱାର୍ ହାଉସ୍ କୁହାଯାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ, ସୁସ୍ଥ ଚର୍ବି ଏବଂ ଡାଏଟାରୀ ଫାଇବର ଥାଏ। ଏହି ସମସ୍ତ ଜିନିଷ କେବଳ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ତାଙ୍କ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରେ।

Advertisment

କେବଳ ଏତିକି ନୁହେଁ, ଏସବୁ ଖାଇବା ଦ୍ୱାରା ପିଲାମାନଙ୍କର ହାଇପର ଆକ୍ଟିଭିଟି କମ ହୋଇଥାଏ ଏବଂ ସେମାନେ କିଛି ଜିନିଷ ଉପରେ ଭଲଭାବେ ଧ୍ୟାନ ଦେବାକୁ ସକ୍ଷମ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ମସ୍ତିଷ୍କକୁ ଉନ୍ନତ କରିବା ପାଇଁ ଆପଣ ସେମାନଙ୍କ ଖାଦ୍ୟରେ କେଉଁ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଉଚିତ।

ଅଧିକ ପଢ଼ନ୍ତୁ: ପିଲାମାନେ ଖାଇବାକୁ ହଇରାଣ କରୁଛନ୍ତି କି… ଏହି ନଖରାମୀକୁ ଏଡାଇବା ପାଇଁ ୬ଟି ଉପାୟ

Advertisment

ପୁଷ୍ଟି ବିଜ୍ଞାନୀଙ୍କ ମତରେ ୭ରୁ ୯ ମାସର ପିଲାମାନଙ୍କ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ପେଷ୍ଟ ସାମିଲ୍ କରାଯାଇପାରିବ। ପିଲା ୫ ବର୍ଷରୁ କମ ହୋଇଥିଲେ ସେମାନଙ୍କୁ ଏହାସବୁ ଛୋଟ ଛୋଟ ଖଣ୍ଡ ଆକାରରେ ଦେଇହେବ। ନଚେତ ସେମାନଙ୍କ ତଣ୍ଟିରେ ଲାଗିପାରେ।

୫ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ, ଆପଣ ସେମାନଙ୍କୁ ଖାଦ୍ୟରେ ଭଜା କିମ୍ବା ଅନ୍ୟ ସ୍ନାକ୍ସ ଆକାରରେ ଅନ୍ତର୍ଭୁକ୍ତ କରିପାରିବେ। ଯଦି ଆପଣ ଏହି ଡ୍ରାଏ ଫ୍ରୁଟ୍ସକୁ ପିଲାଦିନରୁ ପିଲାମାନଙ୍କର ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି, ତେବେ ସେମାନଙ୍କର ମସ୍ତିଷ୍କ ଖୁବ୍ ଶୀଘ୍ର ବିକାଶ ହୋଇପାରେ।

Advertisment

ବାଦାମ:

ବାଦାମରେ ଫସ୍‌ଫରସ୍ ଭରପୂର ଥାଏ, ଯାହା ହାଡ ଏବଂ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ବାଦାମରେ ରାଇବୋଫ୍ଲାଭିନ୍ ଏବଂ ଏଲ୍-କାର୍ନିଟିନ୍ ଥାଏ ଯାହା ମସ୍ତିଷ୍କକୁ ଶୀଘ୍ର ବିକାଶରେ ସାହାଯ୍ୟ କରିଥାଏ। ଏହା ଫାଇବରରେ ମଧ୍ୟ ଭରପୂର, ଯାହା ଖାଦ୍ୟ ଅବଶୋଷଣରେ ସାହାଯ୍ୟ କରିଥାଏ।

ଅଖରୋଟ୍:

ଅଖ୍‌ରୋଟ୍ ଓମେଗା-୩ ଫ୍ୟାଟି ଏସିଡ୍‌ର ଏକ ବଡ ଉତ୍ସ ଯାହା ପିଲାର ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ। ଏଥିରେ କ୍ୟାଲ୍‌ସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସ୍‌ଫରସ୍, ପୋଟାସିୟମ୍ ଏବଂ ଜିଙ୍କ୍‌ ପରି ଖଣିଜ ପଦାର୍ଥ ମଧ୍ୟ ରହିଥାଏ ଯାହା ମସ୍ତିଷ୍କକୁ ଅନେକ ଉପାୟରେ ଉପକାର କରିଥାଏ।

ପିସ୍ତା:

ପିସ୍ତାରେ ଭିଟାମିନ୍ ଏ, ସି, ଇ, ଥିଆମିନ୍, ରିବୋଫ୍ଲାଭିନ୍, ନିୟାସିନ୍, ପାଣ୍ଟୋଥେନିକ୍ ଏସିଡ୍, ପାଇରିଡୋକ୍ସିନ୍ ଏବଂ ଫୋଲେଟ୍ ଭଳି ଅତ୍ୟାବଶ୍ୟକ ଭିଟାମିନ୍ ଥାଏ ଯାହା ମସ୍ତିଷ୍କ ପାଇଁ ଖୁବ ଲାଭଦାୟକ। ଏସବୁ ଖାଇବା ଦ୍ୱାରା ଏକାଗ୍ରତାରେ ସାହାଯ୍ୟ କରେ ଏବଂ ସ୍ମୃତିରେ ଉନ୍ନତି ଆଣେ।

କାଜୁ:

ମସ୍ତିଷ୍କ ବିକାଶ ପାଇଁ କାଜୁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଲ୍ୟୁଟିନ୍ ଏବଂ ଜେକ୍ସିନ୍‌ଥିନ୍ ପରି ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆଖିକୁ ସୁରକ୍ଷା ଦେଇଥାଏ। ଏହା ମଧ୍ୟ ମ୍ୟାଗ୍ନେସିୟମରେ ଭରପୂର ଯାହା ହାଡର ବିକାଶରେ ସହାୟକ ହୋଇଥାଏ।

ଡ୍ରାଏଡ୍ ଆପ୍ରିକଟ୍‌:

ଡ୍ରାଏଡ୍ ଆପ୍ରିକଟରେ ପ୍ରଚୁର ପରିମାଣର ଡାଏଟାରୀ ଫାଇବର, ପୋଟାସିୟମ୍, ନିୟାସିନ୍, ଆଇରନ୍ ଏବଂ ଭିଟାମିନ୍ ଇ ଥାଏ ଯାହା ପିଲାର ମାନସିକ ଏବଂ ଶାରୀରିକ ବିକାଶ ପାଇଁ ଜରୁରୀ ହୋଇଥାଏ। ଏହା ଆଖିକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

Parents Parental Control
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ