Do you want to look handsome
ସାଧାରଣତଃ ମହିଳାମାନଙ୍କ ପାଇଁ ବିଭିନ୍ନ ବିୟୁଟି ଟିପ୍ସ ଦିଆଯାଇଥାଏ । କାରଣ ପ୍ରାୟ ମହିଳାମାନେ ହିଁ ସବୁବେଳେ ଆକର୍ଷଣୀୟ ଦେଖାଯିବାକୁ ଭଲ ପାଆନ୍ତି। ଆଜି ଆମେ ଜଣେଇବୁ ପୁରୁଷଙ୍କ ପାଇଁ କିଛି ଟିପସ୍ । ତେବେ ଚାଲନ୍ତୁ ଜାଣିବା ।
ସପ୍ତାହରେ ଥରେ ସ୍କ୍ରବ୍ କରନ୍ତୁ:
ସପ୍ତାହରେ ଅନ୍ତତଃ ଥରେ ସ୍କ୍ରବ୍ କରିବା ନିହାତି ଆବଶ୍ୟକ। ଏହା ମୁହଁରୁ ମୃତ କୋଷିକାଗୁଡ଼ିକ ହଟାଇବା ସହ ତ୍ୱଚାକୁ ହାଇଡ୍ରେଟ୍ ରଖେ। ଏହା ମୁହଁରେ ହୋଇଥିବା ବ୍ଲାକ୍ହେଡ୍ସ ଏବଂ ହ୍ୱାଇଟ୍ହେଡ୍ସକୁ ବି ସଫା କରି ଦେଇଥାଏ। ମନେ ରଖନ୍ତୁ, ସ୍କ୍ରବ୍ କିଣିଲା ବେଳେ ସବୁବେଳେ ନିଜ ସ୍କିନ୍ କୁ ଚାହିଁ ଚୟନ କରିବେ।
ନିଜ ସ୍କିନ୍ ଅନୁସାରେ ପ୍ରଡକ୍ଟ ଲଗାନ୍ତୁ:
- ଆପଣ ଯଦି ହ୍ୟାଣ୍ଡସମ୍ ଦେଖାଯିବାକୁ ଚାହୁଁଛନ୍ତି, ତେବେ ତ୍ୱଚାରେ କୌଣସି ବି ପ୍ରଡକ୍ଟ ଲଗାଇବା ପୂର୍ବରୁ ପ୍ରଥମେ ନିଜ ତ୍ୱଚାକୁ ଚିହ୍ନନ୍ତୁ। ଆପଣଙ୍କ ତ୍ୱଚା ଅଏଲି, ଡ୍ରାଏ କିମ୍ବା ନର୍ମାଲ୍, ତାହା ପ୍ରଥମେ ଜାଣନ୍ତୁ। ଏହାପରେ ନିଜ ସ୍କିନ୍ ଟାଇପ୍ ଅନୁଯାୟୀ କ୍ରିମ୍ ଓ ଫେସ୍ୱାଶ୍ ବ୍ୟବହାର କରନ୍ତୁ।
ନିୟମିତ ଦାଢି ସେଭିଂ କରନ୍ତୁ:
- ପୁରୁଷମାନେ ତ୍ୱଚାକୁ ସତେଜ ରଖିବା ଲାଗି ସପ୍ତାହରେ ୩ ଥର ସେଭିଂ କରିପାରିବେ। ଏହାଦ୍ୱାରା ମଇଳା ସଫା ହୋଇଯିବ। ହେଲେ ମନେରଖନ୍ତୁ, ସେଭିଂରେ ହାର୍ଡ ବ୍ଲେଡ୍ ବ୍ୟବହାର କରିବେ ନାହିଁ।
ନିୟମିତ ମଶ୍ଚରାଇଜର୍ ବ୍ୟବହାର କରନ୍ତୁ:
- ଚେହେରାରେ ମଶ୍ଚର ରହିବା ଆବଶ୍ୟକ। ନଚେତ୍ ତ୍ୱଚା ଶୁଷ୍କ ହୋଇଯିବ। ଫଳରେ ତ୍ୱଚା ଫାଟିବା ସହ ଚମଡ଼ା ଛାଡ଼ିବା ଭଳି ସ୍ଥିତି ମଧ୍ୟ ଉପୁଜିପାରେ। ତେଣୁ ବ୍ରାଣ୍ଡେଡ୍ ମଶ୍ଚରାଇଜର୍ ବ୍ୟବହାର କରି ତ୍ୱଚାକୁ କୋମଳ ଓ ନମନୀୟ ରଖନ୍ତୁ।
ମୁହଁ ବା ଫେସ କ୍ଲିନ୍ଜିଂ କରନ୍ତୁ:
- ପୁରୁଷମାନେ ମଧ୍ୟ କ୍ଲିନ୍ଜିଂ କରି ନିଜ ଚେହେରାକୁ ସତେଜ ରଖିପାରିବେ। ଏଥିପାଇଁ ନିଜ ତ୍ୱଚାକୁ ସୁହାଇବା ଭଳି କ୍ଲିନ୍ଜର୍ ବ୍ୟବହାର କରନ୍ତୁ। ଏହା ବ୍ୟତୀତ ଫେସ୍ୱାଶ୍ରେ ଦିନରେ ୩ରୁ ୪ଥର ମୁହଁ ଧୋଇ ପାରିବେ। ଏହାଦ୍ୱାରା ତ୍ୱଚା ସଫା ଓ ସତେଜ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644840623.jpg)