do yoga regularly for thick and long hair
ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଚେହେରା ପାଇଁ ମୁଣ୍ଡରେ ଚୁଟି ରହିବା ଗୁରୁତ୍ୱପୂର୍ଣ୍ଣ। ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ, ସମସ୍ତେ ଗହଳିଆ ଏବଂ ସୁନ୍ଦର ଚୁଟି ଚାହାଁନ୍ତି। ଚୁଟି ବ୍ୟକ୍ତିର ଚେହେରାକୁ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ କରିଥାଏ। କିନ୍ତୁ ଆଜିକାଲି ପାଣିପାଗ, ପ୍ରଦୂଷଣ, ପୁଷ୍ଟିକର ଖାଦ୍ୟର ଅଭାବ ଏବଂ ଭୁଲ ଜୀବନଶୈଳୀ ହେତୁ ଚୁଟି ଉପରେ ଖରାପ ପ୍ରଭାବ ପଡୁଛି।
ଜୀବନଶୈଳୀ ହେତୁ ଚୁଟି ଉପରେ ଖରାପ ପ୍ରଭାବ ପଡୁଛିଲୋକମାନଙ୍କ ବୟସ ହେବା ପୂର୍ବରୁ ମଧ୍ୟ ଶୀଘ୍ର ଚୁଟି ଝଡ଼ିବା ଆରମ୍ଭ କରୁଛି। ଖାଲି ଚୁଟି ଝଡୁନି, ଚୁଟି ବୃଦ୍ଧି ମଧ୍ୟ ବନ୍ଦ ହୋଇଯାଉଛି। କିଛି ଲୋକଙ୍କ କମ ବୟସରେ ଚୁଟି ପାଚି ଧଳା ହୋଇଯିବା ମଧ୍ୟ ଦେଖାଯାଉଛି। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତ କଳା, ଗହଳିଆ ଚୁଟି ପାଇଁ ଏବଂ ଚୁଟି ଝଡିବା ରୋକିବା ପାଇଁ ଅନେକ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତି।
ଏହିସବୁ କେମିକାଲ୍ ପ୍ରଡକ୍ଟର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପଡେ। ଏଭଳି ପରିସ୍ଥିତିରେ ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିବା ମଧ୍ୟ ପ୍ରଭାବଶାଳୀ ହୋଇଥାଏ। ଯୋଗ କରିବା ଦ୍ୱାରା ଚୁଟିର ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ କେଉଁ ସବୁ ଯୋଗାସନ କରିବା ଦ୍ୱାରା ଏ ସବୁ ଫଳ ମିଳିବ ସେ ବିଷୟରେ ଜାଣିନେବା।
ଶୀର୍ଷାସନ:
ଶୀର୍ଷାସନ କରିବା ଦ୍ୱାରା ସମସ୍ତ ଶରୀର ରକ୍ତ ମୁଣ୍ଡ ଆଡକୁ ପ୍ରବାହିତ ହୁଏ। ଏହି ଆସନ ଅଭ୍ୟାସ କରିବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ ଏବଂ ଚୁଟି ବଢିବାରେ ଉନ୍ନତି ହୋଇଥାଏ। ଯେଉଁମାନଙ୍କର ଚୁଟି ଝଡୁଛି, କିମ୍ବା କମ୍ ବୟସରୁ ପାଚିଯାଉଛି ସେମାନେ ପ୍ରତିଦିନ ଶିର୍ଷାସନ ଅଭ୍ୟାସ କରିବା ଉଚିତ।
ଶୀର୍ଷାସନଶୀର୍ଷାସନ କରିବାକୁ ହେଲେ ଦୁଇ ହାତକୁ ମୁଣ୍ଡ ଉପରେ ପଛ ପାଖରେ ରଖନ୍ତୁ ଏବଂ ନଇଁପଡି ମୁଣ୍ଡକୁ ତଳକୁ କରନ୍ତୁ। ଶରୀରକୁ ସନ୍ତୁଳିତ କରି ଧୀରେ ଧୀରେ ଗୋଡକୁ ଉପରକୁ ଉଠାନ୍ତୁ ଏବଂ ମୁଣ୍ଡରେ ଠିଆ ହେବା ସମୟରେ ସନ୍ତୁଳନ ରକ୍ଷା କରନ୍ତୁ।
ବାଳାସନ:
ଚାପ କିମ୍ବା ପେଟଜନିତ ସମସ୍ୟା ହେତୁ ଚୁଟି ଝଡ଼ିବା ଆରମ୍ଭ କରେ। ବାଳାସନର ଅଭ୍ୟାସ ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଚାପରୁ ମୁକ୍ତି ଦେଇଥାଏ। ବାଳାସନ କେଶ ବୃଦ୍ଧି ଏବଂ ଗହଳିଆ ହେବାରେ ସାହାଯ୍ୟ କରେ।
ବାଳାସନବାଳାସନ କରିବାକୁ ହେଲେ ଆଣ୍ଠୁମାଡି ବଜ୍ରାସନରେ ବସନ୍ତୁ। ଦୁଇ ହାତକୁ ଉପରକୁ ଉଠାଇ ଏକ ଗଭୀର ଶ୍ୱାସ ନିଅନ୍ତୁ, ତାପରେ ଶ୍ୱାସ ଛାଡି ଶରୀରକୁ ଆଗକୁ ଭାଙ୍ଗନ୍ତୁ ଏବଂ ମୁଣ୍ଡକୁ ଭୂମି ଆଡକୁ ନେଇ ହାତକୁ ଭୂମି ଉପରେ ସାମ୍ନାକୁ ରଖନ୍ତୁ ଏବଂ ପେଟକୁ ଜଙ୍ଘରେ ଲଗାନ୍ତୁ।
ତ୍ରିକୋଣାସନ:
ତ୍ରିକୋଣାସନଶୁଖିଲା ଏବଂ ଧଳା ଚୁଟିରୁ ମୁକ୍ତି ପାଇବା ପାଇଁ ତ୍ରିକୋଣାସନ ଅଭ୍ୟାସ କରିବା ଜରୁରୀ। ଏହାକୁ କରିବା ପାଇଁ ଦୁଇ ପାଦକୁ କିଛି ଦୂରରେ ରଖି ଠିଆହୋଇ ରୁହନ୍ତୁ। ହାତ ଏବଂ କାନ୍ଧକୁ ସିଧା ରଖି ଉପରକୁ ଉଠାନ୍ତୁ। ବର୍ତ୍ତମାନ ଶରୀରକୁ ଡାହାଣକୁ ନୁଆଁଇ ଡାହାଣ ହାତରେ ପାଦକୁ ସ୍ପର୍ଶ କରନ୍ତୁ। ଏହି ପ୍ରକ୍ରିୟାକୁ ଅନ୍ୟ ପାର୍ଶ୍ୱରେ ମଧ୍ୟ ପୁନରାବୃତ୍ତି କରନ୍ତୁ।
ଭୁଜଙ୍ଗାସନ:
ଭୁଜଙ୍ଗାସନଯଦି ଚୁଟି ଅତ୍ୟଧିକ ଝଡୁଥାଏ ଏବଂ ପାଚି ଯାଉଥାଏ, ତେବେ ଭୁଜଙ୍ଗାସନ ଅଭ୍ୟାସ ବହୁତ ଲାଭ ଦିଏ। ଭୁଜଙ୍ଗାସନ କରିବା ପାଇଁ, ପେଟ ଉପରେ ଶୋଇ ପଡନ୍ତୁ ଏବଂ ଗୋଡକୁ ଏକତ୍ର କରି ଛାତି ପାଖରେ ପାପୁଲିକୁ କାନ୍ଧ ସ୍ତରରେ ରଖନ୍ତୁ। କପାଳକୁ ଭୂମିରେ ରଖନ୍ତୁ। ଏକ ଗଭୀର ଶ୍ୱାସ ନେଇ, ଶରୀରର ଆଗ ଭାଗକୁ ଉପରକୁ ଉଠାନ୍ତୁ ଏବଂ ହାତକୁ ସିଧା ରଖନ୍ତୁ। ଏହି ଅବସ୍ଥାରେ କିଛି ସମୟ ପର୍ଯ୍ୟନ୍ତ ରୁହନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723902921.jpg)