Daily Horoscope 8 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଫେବୃଆରୀ ୮ ତାରିଖ, ମଙ୍ଗଳବାର, ମକର, ୨୬ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି, ଦ୍ୱିଜା ନକ୍ଷତ୍ର,ମେଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଫେବୃଆରୀ ୮ ତାରିଖ, ମଙ୍ଗଳବାର, ମକର, ୨୬ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି, ଦ୍ୱିଜା ନକ୍ଷତ୍ର,ମେଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

ମେଷ -ପ୍ରତିବନ୍ଧକ କାରଣରୁ ର୍ନିମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି । ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି । ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିପାରେ ।

 

ବୃଷ -ପରିବାରରେ ଅପ୍ରିୟ ସତକଥା କହି ଦୋଷୀ ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହୋଇପାରିବେ । ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇପାରେ । ନ୍ୟାୟ ଆପଣଙ୍କ ସପକ୍ଷରେ ଆସିପାରେ ।

 

ମିଥୁନ - ଆଜି ଶାରୀରିକ ପୀଡ଼ା ଅନୁଭବ ହୋଇପାରେ । ନୂତନ ଗୃହ ର୍ନିମାଣ ପାଇଁ ମନ ବଳାଇବେ ଓ ସେଥିରେ ସଫଳ ହୋଇପାରନ୍ତି । ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି ।

 

କର୍କଟ- ଆଜି ପରିବାରରେ ପିତା ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ । କର୍ମ କ୍ଷେତ୍ରରେ ପୂର୍ବର ସମସ୍ୟା ଦୂର ହୋଇପାରେ ।

 

ସିଂହ -ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରିବେ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବନ୍ଧୁଙ୍କ ସହ ସାକ୍ଷାତ ହେବ କୈାଣସି ଶୁଭ ଖବର ଶୁଣିପାରନ୍ତି ।

 

କନ୍ୟା -ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିପାରିବେ । ସ୍ୱାସ୍ଥ୍ୟରେ ଉନ୍ନତି ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିପାରନ୍ତି । ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ ।

 

ତୁଳା -ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହୋଇପାରେ । ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍‌ ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ଦିନର ଦିତୀୟାର୍ଦ୍ଧରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍ ସମାଧାନ ହୋଇପାରେ ।

 

ବିଛା- ଆଜି କୈାଣସି ଆନୁଷ୍ଠାନିକ କାଯର୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ, ସାହାଯ୍ୟ ସହଯୋଗର ପାଇ ମନ ପ୍ରଫୁଲ୍ଲିତ ରହିପାରେ । ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇପାରିବେ । ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିପାରେ ।

 

ଧନୁ -ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନ ପାଇଁ କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

 

ମକର- ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାରରେ ତାହାକୁ ଭୁଲ୍ ବିଚାର କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ । ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ ।

 

କୁମ୍ଭ -ଆଜି କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରେ । ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମ କ୍ଷେତ୍ରରେ ପ୍ରଶଂସିତ ହୋଇପାରେ । ବହୁ ଦିନର ଆଶା ଅଭିଳାଷ ପୁରଣ ହୋଇପାରେ ।

 

ମୀନ -ଆଜି ଆଶା ଆଶଙ୍କା ଦେଇ ଗତି କରିବେ,ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ । ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ନିଜ ଜୀବନ ସାଥୀର ଭରସା ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେଇପାରେ ।