Daily Horoscope 4 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ମାସ ୪ ତାରିଖ, ବୁଧବାର, ମେଷ, ୨୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଥୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ମାସ ୪ ତାରିଖ, ବୁଧବାର, ମେଷ, ୨୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଥୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....

ମେଷ- ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି ।ବନ୍ଧୁମାନଙ୍କ କଥା ବାର୍ତ୍ତା ଆପଣଙ୍କ ପାଇଁ ସମସ୍ୟାକୁ ବଢାଇ ଦେଇପାରେ । ର୍ନିଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ବୃଷ- ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଆଶା ପୂରଣ କରିପାରନ୍ତି । ର୍ନିମାଣଧୀନ ଆନୁଷ୍ଠାନିକ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆଲୋଚନା ପରିସରରେ ଆପଣ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି ।

ମିଥୁନ- ଆଜି ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ସକ୍ଷମ ହୋଇପାରନ୍ତି ।ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଜମିଜମା ସମ୍ପର୍କି ତ ବିବାଦର ଆଶୁ ସମାଧାନ ହୋଇପାରେ । କଳା,ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ କାର୍ଯ୍ୟ କରୁଥିଲେ ପୂର୍ବର ସମସ୍ୟା ସମାଧାନ ହୋଇଯାଇପାରେ ।

କର୍କଟ- ଆଜି ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପଡିପାରନ୍ତି । ମତପାର୍ଥକ୍ୟ ଜନିତ ବାକ୍ ବିତଣ୍ଡା ସୃଷ୍ଟି ହେବାର ସମ୍ଭାବନା ରହିଛି ।ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି ।

ସିଂହ -ଆଜି କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିପାରନ୍ତି । ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇପାରେ । ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ର୍ନିଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ତୁଳା -ଆଜି ପୂର୍ବର ସମସ୍ୟା ସମାଧାନ ହୋଇଯିବ ପାରିବାରିକ ଜୀବନ ସୁଖଶାନ୍ତିରେ କଟିପାରେ । କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ ସେଥିରେ ସଫଳ ହୋଇପାରିବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ ।

ବିଛା- ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ର୍ନିମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଉପରିସ୍ଥଙ୍କ କର୍ମ ଚାରିଙ୍କ ଆଦେଶାନୁସାରେ କାଯର୍ୟ କରିବା ପାଇଁ ବାଧ୍ୟ ହୋଇପାରନ୍ତି । ପିତା ମାତାଙ୍କ ଆର୍ଶ୍ରିବାଦ ଆପଣଙ୍କୁ ସହାୟ ହୋଇପାରେ ।

ଧନୁ- ଆଜି କର୍ମ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସନୀୟ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ଅପରାହ୍ନରେ ମନ ଭାରାକ୍ରାନ୍ତ ରହିପାରେ । କୋଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ ।

ମକର- ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି । ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ ।

କୁମ୍ଭ- ଆଜି ଆପଣଙ୍କର ଦିନ ଖୁବ୍ ଭଲରେ କଟିବ ବକେୟା ପ୍ରାପ୍ୟ ମିଳିବ ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିପାରେ । ବିବାଦରେ ନୂଆ ମୋଡ଼ ଦେଖାଦେବ ପୂର୍ବର ସମସ୍ୟା ସମାଧାନ ହୋଇପାରେ । ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି ।

ମୀନ- ଆଜି ଆପଣଙ୍କ ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କ୍ଷେତ୍ରରେ ହିଁ ବିଜୟ ଲାଭ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହୋଇପାରନ୍ତି । ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ମାନସିକ ସ୍ତରରେ କ୍ରୋଧାନ୍ୱିତ ହୋଇପାରନ୍ତି ।