Daily Horoscope 30 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩୦ ତାରିଖ, ବୁଧବାର, ମୀନ ୧୬ ଦିନ, ଚୈତ୍ର ମାସ ୯ ଦିନ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଶତଭିକ୍ଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩୦ ତାରିଖ, ବୁଧବାର, ମୀନ ୧୬ ଦିନ, ଚୈତ୍ର ମାସ ୯ ଦିନ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଶତଭିକ୍ଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ -ସରକାରୀ ସ୍ତରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହୋଇପାରେ । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିପାରେ । ବନ୍ଧୁମିଳନ ହେବା ସମ୍ଭାବନା ରହିଛି।

ବୃଷ - ଆଗରୁ ଚାଲିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆୟ ବ୍ୟୟ ବ୍ୟବସାୟରେ ସମାନ ରହିପାରେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ମିଥୁନ –କର୍ମ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

କର୍କଟ -ଆଗରୁ କରିଥିବା ଭୁଲ କାର୍ଯ୍ୟକଳାପ କୁ ନେଇ ଆଜି ସମାଲୋଚିତ ହୋଇପାରନ୍ତି । ଗୁପ୍ତ ଶତ୍ରୁ ହଇରାଣରେ ପକାଇବାକୁ ଚେଷ୍ଟା କରିବେ, ଏଣୁ ସତର୍କ ରୁହନ୍ତୁ । ପରିବାରରେ ସୁଖଶାନ୍ତି ପାଇପାରନ୍ତି ।

ସିଂହ -ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇପାରନ୍ତି । ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ ।ଦୂରଯାତ୍ରା କରିପାରନ୍ତି । ପାରିବାରିକ ଶାନ୍ତି ପାଇପାରନ୍ତି ।

କନ୍ୟା-କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ମଧ୍ୟ ଶୁଭଫଳ ପାଇବାରୁ ବଞ୍ଚିତ ରହିପାରନ୍ତି । କର୍ମ ସ୍ଥଳରେ ସାମାନ୍ୟ ବିବାଦ ମଧ୍ୟ ଦେଖାଦେଇପାରେ । ମହିଳାମାନେ ପରିବାରରେ ଶାନ୍ତି ପାଇପାରନ୍ତି ।

ତୁଳା –କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ । ବ୍ୟବସାୟରେ ହଠାତ କ୍ଷତି ହୋଇଯାଇପାରେ,ସତର୍କ ରୁହନ୍ତୁ । ଶାରିରୀକ ସୁସ୍ଥତା ଅନୁଭବ କରିପାରନ୍ତି ।

ବିଛା -ବିବାଦ ଘେରରେ ପଡିପାରନ୍ତି,ଏଣୁ ଅଯଥା ଯୁକ୍ତି କରନ୍ତୁ ନାହିଁ । ଆୟ ଭଲ ରହିପାରେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ଧନୁ:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ଓହଇପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି ।

ମକର:- ଆୟ ପାଇଁ ଯେତେ ଚେଷ୍ଟା କଲେବି ଅତ୍ୟଧିକ ବ୍ୟୟ ହେବା ଯୋଗୁଁ ମନରେ ଅଶାନ୍ତି ଦେଖାଦେଇପାରେ । ଗୃହିଣୀମାନେ ପରିବାରରେ ପାରିବାରିକ ଶାନ୍ତି ପାଇପାରନ୍ତି । ଶରୀରରେ ଆଘାତ ଲାଗିପାରେ ।

କୁମ୍ଭ:-ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି । ଦୂରଯାତ୍ରା କରିପାରନ୍ତି । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିପାରେ ।

ମୀନ:-ମାନସିକ ଅଶାନ୍ତି ଦେଖାଦେଇପାରେ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିପାରନ୍ତି । ନୂତନ କାର୍ଯ୍ୟଭାର ହାତକୁ ନେଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି ।