Advertisment

Daily Horoscope,30 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

୨୦୨୧ ମସିହା, ଡିସେମ୍ବର ମାସ ୩୦ ତାରିଖ, ଗୁରୁବାର, ଧନୁ ୧୫ ଦିନ, ପୌଷମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର,ଶିମ୍ବ, ଆମିଷ ନ ଖାଇଲେ ଭଲ, ପର୍ବଦିନ-ସର୍ବସମ୍ମତ ସଫଳା ଏକାଦଶୀ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

undefined

horoscope

Advertisment

୨୦୨୧ ମସିହା, ଡିସେମ୍ବର ମାସ ୩୦ ତାରିଖ, ଗୁରୁବାର, ଧନୁ ୧୫ ଦିନ, ପୌଷମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର,ଶିମ୍ବ, ଆମିଷ ନ ଖାଇଲେ ଭଲ, ପର୍ବଦିନ-ସର୍ବସମ୍ମତ ସଫଳା ଏକାଦଶୀ

Advertisment

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ:- ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବା ସହ ଅତି ଉତ୍ତମ ଫଳ ପାଇବେ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ରାଜନୈତିକ କ୍ଷେତ୍ରରେ ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ ।

Advertisment

ପ୍ରତିକାର:- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବୃଷ:-ସାମାଜିକ ପ୍ରତିଷ୍ଠା,ମାନସମ୍ମାନ ବୃଦ୍ଧିହେବ। ବ୍ୟବସାୟୀମାନେ ଅତ୍ୟଧିକ ଲାଭବାନ ହେବେ ଓ ଆର୍ଥିକ ସ୍ଥିତି ସୁଦୃଢ ହେବ । କର୍ମକ୍ଷେତ୍ରରେ ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ପ୍ରତିକାର:- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:- ଶତ୍ରୁମାନେ ମିତ୍ରତାର କାର୍ଯ୍ୟ କରିବେ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନଖୁସି ରହିବ । ଛାତ୍ରଛାତ୍ରୀ ମାନଙ୍କର ମାନସିକ ଅଶାନ୍ତି ଦୂର ହୋଇ ସୁଖ୍ୟାତି ଲାଭ ହେବ ।

Advertisment

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:- କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିବେ । ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ ।

ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:- ଶାରୀରିକ ଅସୁସ୍ଥତା ଦୂର ହୋଇ ଋଣଭାର କମିଯିବ । କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ୍ ରହିବ । ଶତୃମାନେ ମଥାନତ କରିବେ ଓ ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ ।

ପ୍ରତିକାର:- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:- ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ର୍ନିବାହ କରିପାରିବେ । ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ସାଂସାରିକ ଜୀବନ ସୁଖମୟ ହେବ ଓ ଦାମ୍ପତ୍ୟ ସୁଖରେ ସୁଖୀ ହେବେ ।

ପ୍ରତିକାର:- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:- କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ।

ପ୍ରତିକାର:- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:- ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକସ୍ତର ହସ ଖୁସିରେ କଟିବ । କର୍ମ କ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ସହଜରେ ପୂରଣ ହେବ ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ ଓ କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ କରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ର୍ନିଦ୍ଧାରିତ କରିବେ । ର୍ନିମାଣ ମୂଳକ ଯୋଜନାରେ ଆଗେଇଲେ ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ କରି ପାରିବେ ।

ପ୍ରତିକାର:- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମକର:- ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ଶାନ୍ତି ମିଳିବ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ । ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ଓ ଋଣଭାର ଲାଘବ ହେବ ।

ପ୍ରତିକାର:- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:- ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ

ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ ।

ପ୍ରତିକାର:- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:- ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ପ୍ରକାଶ ପାଇପାରେ ।

ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

Daily Horoscope
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ