ଆଜି ୨୦୨୨ ମସିହା, ଏପ୍ରିଲ ମାସ ୩୦ ତାରିଖ, ଶନିବାର, ମେଷ ୧୭ ଦିନ, ବୈଶାଖ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଅଶ୍ୱିନୀ ନକ୍ଷତ୍ର,ଜାଣନ୍ତୁ ଆଜି କେମିତି କଟିବ ଆଜି ଆପଣଙ୍କ ଦିନ...
Also Read
ମେଷ - ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ପାଇପାରନ୍ତି ।
- ପ୍ରତିକାର- ଶ୍ରୀ ହନୁମାନଙ୍କୁ ଦର୍ଶନ କରନ୍ତୁ
ବୃଷ- ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟା ସୁଧାରି ନେଇପାରନ୍ତି । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ବ୍ୟବସାୟ କ୍ଷେତ୍ରରେ କ୍ଷତି ହେବାରୁ ମନ ଭଲ ରହିବ ନାହିଁ, ପିଲାଙ୍କ ବ୍ୟବହାରକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ହେବେ ।
- ପ୍ରତିକାର- କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ
ମିଥୁନ -ନୂତନ ବ୍ୟବସାୟ ଆରମ୍ଭ ଓ ପ୍ରଚାର ପ୍ରସାର କରି ଆଶାତୀତ ଲାଭବାନ ହୋଇପାରନ୍ତି । ଅଚାନକ ଅର୍ଥ ପ୍ରାପ୍ତି ହୋଇ ଆର୍ଥିକ ସମସ୍ୟା ଦୂରେଇଯାଇପାରେ । ଜମି, ଗୃହ, ବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିପାରେ ।
- ପ୍ରତିକାର- ମିଠା ଦହି ଖାଆନ୍ତୁ
କର୍କଟ- ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବା ସହିତ ପରୀକ୍ଷା ଅନୁକୁଳ ରହିପାରେ । ଗୃହରେ ଥିବା କଳହ, ପତିପତ୍ନୀଙ୍କ ମଧ୍ୟରେ ମତଭେଦ ଏବଂ ତିକ୍ତତା ଭାବର ସମାଧାନ ହୋଇପାରେ । ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ୍ ଲାଭ ପାଇପାରନ୍ତ ।
- ପ୍ରତିକାର- ମାଆ ବାପାଙ୍କୁ ପ୍ରଣାମ କରନ୍ତୁ
ସିଂହ -କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହୋଇପାରେ । ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରାଇପାରନ୍ତି । ପାରିବାରିକ ସମସ୍ୟା ସମାଧାନ ହେଲେ ମଧ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ ।
- ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ
କନ୍ୟା- କର୍ମ କ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇପାରେ । ସ୍ୱାସ୍ଥ୍ୟଜନିତ ପୀଡା ଅନୁଭବ କରିବେ ଏବଂ ପିଲାମାନଙ୍କର ସଫଳତା ଦେଖି ବାପା ମା ଖୁସି ହୋଇପାରନ୍ତି । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନରେ ଯାଆନ୍ତୁ ।
- ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ
ତୁଳା -ସାମାଜିକ କ୍ଷେତ୍ରରେ ସୁଖ ସମୃଦ୍ଧି ଓ ପ୍ରଶଂସିତ ହେବେ କିନ୍ତୁ ଯାନବାହନରେ ଗଲାବେଳେ ସାବଧାନରେ ଯାଆନ୍ତୁ । ପୁରାତନ ରୋଗର ଉପଶମ ହୋଇ ମାନସିକ ଏକାଗ୍ରତା ବଜାୟ ରହିପାରେ । ବନ୍ଧୁଙ୍କ ସହାୟତାରେ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ଶେଷ ହୋଇପାରେ ।
- ପ୍ରତିକାର- ମଥାରେ ଚନ୍ଦନ ଧାରଣ କରନ୍ତୁ
ବିଛା- ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ କିନ୍ତୁ କର୍ମ କ୍ଷେତ୍ରରେ କଳହ ଯୋଗ ରହିଛି । ଜମି, ବାସଗୃହ, ଯାନବାହନ କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ପାରିବାରିକ କଳହ ଯାହା ଥିଲା ତାହା ଆଜି ସମାଧାନ ହେବା ସହ ଛାତ୍ରଛାତ୍ରୀଙ୍କୁ ଶୁଭ ଖବର ପ୍ରାପ୍ତି ହୋଇପାରେ ।
- ପ୍ରତିକାର- ଶ୍ରୀ ହନୁମାନ ଚାଳିସା ପାଠ କରନ୍ତୁ
ଧନୁ- ସମାଜ ସେବା କରି ମାନସମ୍ମାନ ପାଇବେ କିନ୍ତୁ ପରିଶ୍ରମ ଅନୁସାରେ କମ ଫଳ ମିଳିପାରେ । ବ୍ୟବସାୟୀମାନେ ଲାଭ ପାଇପାରିବେ ଏବଂ ସନ୍ତାନମାନେ ଚାକିରି କ୍ଷେତ୍ରରେ ଉନ୍ନତି କରିପାରନ୍ତି । ବନ୍ଧୁଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହୋଇପାରେ ।
- ପ୍ରତିକାର- ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ
ମକର- କର୍ମ କ୍ଷେତ୍ରରେ କୌଣସି କଥାକୁ ନେଇ ଅଯଥା କଳହ ସୃଷ୍ଟି ହୋଇପାରେ । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ଗୁରୁଙ୍କର ପରାମର୍ଶ ନେଇପାରନ୍ତି । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ମନ ବଳାଇବେ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।
- ପ୍ରତିକାର- ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରନ୍ତୁ
କୁମ୍ଭ- ଶିକ୍ଷାର୍ଥୀମାନେ ଲକ୍ଷ୍ୟ ପୂରଣ ଆଡକୁ ଆଗେଇ ପାରିବେ, କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢାଇପାରିବ । ବନ୍ଧୁ ଓ ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ଆଗରୁ ଯେଉଁସବୁ ସମସ୍ୟା ଥିଲା ତାହା ଆଜି ଦୂରିଭୂତ ହୋଇପାରେ ।
- ପ୍ରତିକାର- ଓସ୍ତ ଗଛ ମୂଳରେ ୬ଥର ପରିକ୍ରମା କରନ୍ତୁ
ମୀନ- ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ଉନ୍ନତିରେ ସଫଳତା ମିଳିପାରେ । ସ୍ୱାସ୍ଥ୍ୟଗତ ପୀଡା ରହିବ ନାହିଁ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ । ଘରକୁ ବନ୍ଧୁଙ୍କର ଆଗମନ ହେବ ଓ ସୁସ୍ୱାଦୁ ଭୋଜନ କରିପାରିବେ ।
- ପ୍ରତିକାର- ମଥାରେ ହଳଦୀଟିକା ଲଗାନ୍ତୁ