Daily Horoscope 3 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩ ତାରିଖ, ଗୁରୁବାର, କୁମ୍ଭ, ୧୯ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପ୍ରତିପଦା ତିଥି, ପୂର୍ବଭାଦ୍ର ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩ ତାରିଖ, ଗୁରୁବାର, କୁମ୍ଭ, ୧୯ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପ୍ରତିପଦା ତିଥି, ପୂର୍ବଭାଦ୍ର ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ପ୍ରଦ ହୋଇପାରେ । ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବବ୍ୟବସାୟରେ ଲାଭ ମିଳିପାରେ । ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ମାନସୀକ ଶାନ୍ତି ମିଳିପାରେ ।

ବୃଷ- ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିପାରେ । ସାସଂରିକ ଜିବନ ସୁଖମୟ ହୋଇପାରେ । ଆର୍ଥିକ ଉନ୍ନତି ଘଟିବ ଯାହା ଫଳରେ ଭାରାକ୍ରାନ୍ତର ମନ ପ୍ରଫୁଲ୍ଲିତ ରହିପାରେ ।

ମିଥୁନ- ଆଜି ଆପଣ ବ୍ୟବସାୟରେ ଲାଭବାନ ହୋଇପାରିବେ । ପାରିବାରିକ ଶାନ୍ତି ମିଳିପାରେ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ ।

କର୍କଟ- ଆଜି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିପାରନ୍ତି । ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ଉନ୍ନତି ବହୁ ବୃଦ୍ଧି ପାଇପାରନ୍ତି । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହୋଇପାରନ୍ତି ।

ସିଂହ- । ଆଜି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇପାରେ । ଧନ ସଂଚୟ ପାଇଁ ଦିନଟି ଅନୁକୂଳ ରହିପାରେ । କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିବ ।

କନ୍ୟା- ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ । ରାଜନୈତିକ କ୍ଷେତ୍ରରେ ଥିଲେ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି ।

ପ୍ରତିକାର-: ତୁଳସୀ ମୂଳେ ଜଳ ପ୍ରଦାନ କରନ୍ତୁ

ତୁଳା- ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ । ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହୋଇ ପାରେ । କୃଷି କ୍ଷେତ୍ରରେ ଉନ୍ନତି କରିବେ,ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି ।

ବିଛା- ଆଜି ଦିନଟି ବିଳାସ ବେସନରେ ଅତିବାହିତ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧିବୃଦ୍ଧି ଘଟିପାରେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି ।

ଧନୁ- ଆଜି ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହୋଇପାରେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିପାରେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିପାରେ ।

ମକର- ଆଜି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିପାରେ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇପାରେବ୍ୟବସାୟରେ ଲାଭ କମ ହୋଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

କୁମ୍ଭ- ଆଜି କର୍ମ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହୋଇପାରନ୍ତି ।

ମୀନ- ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିପାରନ୍ତି । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିପାରନ୍ତି ।