Daily Horoscope,28 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୮ ତାରିଖ, ମଙ୍ଗଳବାର, ଧନୁ ୧୩ ଦିନ, ପୌଷମାସ, କୃଷ୍ଣପକ୍ଷ, ନବମୀତିଥି,ତେବେ ଜାଣନ୍ତୁ କେମିକି କଟିବ ଆଜି ଆପଣଙ୍କ ଦିନ....

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୮ ତାରିଖ, ମଙ୍ଗଳବାର, ଧନୁ ୧୩ ଦିନ, ପୌଷମାସ, କୃଷ୍ଣପକ୍ଷ, ନବମୀତିଥି,ତେବେ ଜାଣନ୍ତୁ କେମିକି କଟିବ ଆଜି ଆପଣଙ୍କ ଦିନ....

ମେଷ:-ଶୁଭ କାମ କରି ପ୍ରଶଂସିତ ହେବେ ଓ ପରିବାରରେ ସୁସ୍ଥ ବାତାବରଣ ଜାରି ରହିପାରେ । ଶତ୍ରୁମାନେ ମଥାନତ କରିବେ ଓ ବ୍ୟବସାୟରେ ଲାଭର ପରିମାଣ ଅଧିକ ହୋଇପାରିବ । ଆୟବୃଦ୍ଧି, ଋଣମୁକ୍ତି, କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହୋଇପାରେ ।

 

ବୃଷ:- ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହୋଇପାରେ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଶାନ୍ତି ପାଇପାରନ୍ତି । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିପାରେ ।

 

ମିଥୁନ:- ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହୋଇ ସରକାରୀ କାର୍ଯ୍ୟରେ ସଫଳତା ମିଳିପାରିବ । ଆମୋଦ-ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, ମଉଜ ମଜିଲିସ୍‌ରେ ମଜ୍ଜି ରହିପାରନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହୋଇପାରନ୍ତି ।

କର୍କଟ:-ସମସ୍ତ ଦୁଃଶ୍ଚିନ୍ତା ଦୂର ହେବା ସହ ପୁରାତନ ରୋଗର ଉପଶମ ହୋଇପାରିବ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିପାରନ୍ତି । ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହୋଇପାରେ ।

 

ସିଂହ:- ଶତ୍ରୁମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଅଧସ୍ତନ କର୍ମୀ ଓ ସହଯୋଗୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିପାରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯାଇପାରେ ।

 

କନ୍ୟା:-ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ରହିଛି । ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିପାରେ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହୋଇପାରେ ।

 

ତୁଳା:- କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହୋଇପାରନ୍ତି । ଶିକ୍ଷାର୍ଥୀ ମାନେ ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହୋଇପାରନ୍ତି ।

 

ବିଚ୍ଛା:-ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେଇପାରେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହୋଇପାରେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିପାରେ ।

 

ଧନୁ:-ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାଯର୍ୟ କରି ପଦୋନ୍ନତି ପାଇବାର ସୁଯୋଗ ପାଇପାରନ୍ତି । କର୍ମସନ୍ଧିତ୍ସ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହୋଇପାରନ୍ତି ।

 

ମକର:-କାରବାରରେ ସୁଧାର ଆସିବା ସହ ଅଧିକାରୀ କାମରେ ପ୍ରସନ୍ନ ରହିପାରନ୍ତି । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିପାରେ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି ।

 

କୁମ୍ଭ:-ସାମାଜିକ ପତିଆରା ଅମଳିନ ରହିପାରେ । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିପାରେ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହୋଇପାରିବେ ।

 

ମୀନ:-ମାନସିକ ଶାନ୍ତି ମିଳିବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିପାରେ । ଆର୍ଥିକ ଦିଗରୁ ଉନ୍ନତି ହୋଇ ନୂତନ ପଦାର୍ଥ କିଛି ସଂଗ୍ରହ କରିପାରନ୍ତି । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇପାରନ୍ତି ।