ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୨୮ ତାରିଖ, ଗୁରୁବାର, ମେଷ ୧୫ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ମେଷ:- ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ । ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି, ମାଙ୍ଗଳିକ କାର୍ଯ୍ୟ ପାଇଁ ଚିନ୍ତିତ ରହିପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି ।
Also Read
- ପ୍ରତିକାର:-ମିଶ୍ରି ଖାଇ ଯାତ୍ରା ଆରମ୍ଭ କରନ୍ତୁ
ବୃଷ:- କର୍ମ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ ଓ ଯଶ ପ୍ରାପ୍ତି ବଢିପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇପାରନ୍ତି । ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରିପାରନ୍ତି ।
- ପ୍ରତିକାର:- ଶ୍ରୀ ଗଣେଶ ମହାପ୍ରଭୁଙ୍କୁ ଦୁର୍ବା ଅର୍ପଣ କରନ୍ତୁ
ମିଥୁନ:- ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିପାରେ । ରାଜନୀତି କରୁଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇପାରିବେ । କର୍ମ କ୍ଷେତ୍ରରେ ମାନସମ୍ମାନ ମିଳିବାରୁ ଖୁସି ଅନୁଭବ କରିପାରିବେ ।
- ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ
କର୍କଟ:- ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିପାରେ । ଆଜି ଦିନରେ ପୂଜାପୂଜିରେ ଅଧିକ ସମୟ ଅତିବାହିତ କରିବେ, ଦୂରବନ୍ଧୁଙ୍କ ସହିତ ମିଳନ ହେବାରୁ ବ୍ୟବସାୟ ପାଇଁ ପରାମର୍ଶ ନେଇପାରନ୍ତି । ଶୁଭ ସମାଚାର ପ୍ରାପ୍ତି ହେବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ ।
- ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ
ସିଂହ:- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହିତ ଅର୍ଥ ବ୍ୟୟ ମଧ୍ୟ ହୋଇପାରେ । ପରିବାରିକ ଅଶାନ୍ତି ଲାଗି ରହିବା ସହିତ ବନ୍ଧୁଙ୍କ ସହ ମତଭେଦ ହୋଇପାରେ । କର୍ମ କ୍ଷେତ୍ରକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହେବ ଓ ଗୁପ୍ତଶତ୍ରୁ ବୃଦ୍ଧି ହୋଇପାରେ ।
- ପ୍ରତିକାର:- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ
କନ୍ୟା:- ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବା ସହିତ ପାରିବାରିକ ବୁଝାମଣା ଠିକ ରହିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିପାରେ । ଅଧା ରହିଥିବା ନିର୍ମାଣ କାଯର୍ୟରେ ମନ ବଳାଇବେ
- ପ୍ରତିକାର:-ମାଆଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ
ତୁଳା:- ସାମାଜିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିପାରନ୍ତି । କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରୁ ପ୍ରଶଂସା ପାଇପାରନ୍ତି । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
- ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ
ବିଚ୍ଛା:- ସ୍ୱାସ୍ଥ୍ୟ ଆଗ ଅପେକ୍ଷା ବହୁତ ଭଲ ରହିବ ।ସନ୍ତାନମାନଙ୍କର ସ୍ୱଭାବକୁ ଦେଖି ବାପା ମା ଚିନ୍ତିତ ହୋଇପାରନ୍ତି । ପାରିବାରିକ ବୁଝାମଣା ଠିକ ରହିଲେ ମଧ୍ୟ ଅପରାହ୍ନ ପରେ ମନରେ ଅଶାନ୍ତି ସୃଷ୍ଟି ହୋଇପାରେ ।
- ପ୍ରତିକାର:- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ
ଧନୁ:- କର୍ମ କ୍ଷେତ୍ରକୁ ନେଇ ମନରେ ଅଶାନ୍ତି ଓ ଅପମାନ ଯୋଗ ରହିଛି । ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ । ବ୍ୟବସାୟରେ ଲାଭ ପାଇଲେ ମଧ୍ୟ ମନ ଭଲ ରହିବ ନାହିଁ ।
- ପ୍ରତିକାର-ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ
ମକର:- ପିଲାମାନଙ୍କର ସଫଳତା ଦେଖି ବାପା ମା ଖୁସି ହୋଇପାରିବେ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ, ରାଜନୀତି କରୁଥିବା ବ୍ୟକ୍ତି ପ୍ରଶଂସିତ ହୋଇପାରିବେ । ଘରକୁ ନୂଆ ଅତିଥି ଆସିବାରୁ ସୁସ୍ୱାଦୁ ଭୋଜନ କରିପାରନ୍ତି ।
- ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ
କୁମ୍ଭ:- ପାରିବାରିକ ସମସ୍ୟା ସମାଧାନ ହେବ ଓ ବ୍ୟବସାୟରେ ଲାଭ ମିଳିପାରେ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନ ସହିତ ଯାଆନ୍ତୁ । ଛାତ୍ରଛାତ୍ରୀମାନେ ସଫଳତା ପାଇବେ ଓ ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରିବେ ।
- ପ୍ରତିକାର-କୁଆ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ
ମୀନ:- ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ଏବଂ ନୂଆ ଲୋକଙ୍କ ସହିତ ବନ୍ଧୁତା ବଢିପାରେ । ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।
- ପ୍ରତିକାର- ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ପାଖରେ ଦ୍ୱୀପ ଜାଳନ୍ତୁ